20.1 C
Bhubaneswar
Monday, November 25, 2024
Homeଓଡିଶାଆଖିକୁ ସୁସ୍ଥ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଜରୁରୀ....

ଆଖିକୁ ସୁସ୍ଥ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଜରୁରୀ….

ଭୁବନେଶ୍ୱର: ବର୍ତ୍ତମାନ ଶରୀରକୁ ସୁସ୍ଥ ରଖିବା ନିତାନ୍ତ ଆବଶ୍ୟକ । ଏହାରି ମଧ୍ୟରେ ଆଖିର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆଜିକାଲି ଅନେକ ଲୋକ ଚକ୍ଷୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । କାରଣ କମ୍ପ୍ୟୁଟର ଏବଂ ମୋବାଇଲର ବହୁଳ ବ୍ୟବହାର ଏବଂ ବାହାରେ ହେଉଥିବା ପ୍ରଦୂଷଣ ଦ୍ୱାରା ଚକ୍ଷୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅନ୍ୟ କେତେ ଜଣ ଭିଟାମିନ ଅଭାବରୁ ମଧ୍ୟ ଚକ୍ଷୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଶୁଖିଲା ଆଖି, ଅନ୍ଧରକଣା, ଏବଂ ମୋତିଆବିନ୍ଦୁ ଭଳି ଗମ୍ଭୀର ଚକ୍ଷୁ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ତ ଚକ୍ଷୁ ଜନିତ ସମସ୍ୟାକୁ ଏଡାଇବା ପାଇଁ ହେଲେ ଭିଟାମିନ୍‌, ପୁଷ୍ଟିକର ଖାଦ୍ୟ ଏବଂ ଖଣିଜ ପଦାର୍ଥଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ ଜଣାଶୁଣା । ଆସନ୍ତୁ କିଛି ପୁଷ୍ଟିକର ଖାଦ୍ୟ ବିଷୟରେ ଆଲୋଚନା କରିବା ଯାହା ଆଖିର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଜରୁରୀ । ଏହି ଖାଦ୍ୟଗୁଡ଼ିକ

ଆଖି ପାଇଁ ବେଶ ଲାଭଦାୟକ । ତେବେ ଆଖି ପାଇଁ କଣ ସବୁ ଖାଦ୍ୟପେୟ ରହିଛି, ଜାଣନ୍ତୁ…
ମାଛ: ମାଛ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ବିଶେଷତଃ ସାଲମୋନ ମାଛ, ଆଖି ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ । ସଲମୋନ ଏବଂ ଅନ୍ୟାନ୍ୟ କେତେକ ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ । ଏଗୁଡ଼ିକ “ସୁସ୍ଥ” ଚର୍ବି । ଓମେଗା-୩ ଫ୍ୟାଟି ଏସିଡ୍ ଦୃଶ୍ୟ ଦେଖିବାରେ ଏବଂ ଆଖିର ପଛ ଭାଗରେ ଥିବା ରେଟିନାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଅଣ୍ଡା: ଅଣ୍ଡା ଆଖି ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଏକ ଅତ୍ୟାବଶ୍ୟକ ଉତ୍ସ ଭାବରେ ବିବେଚନା କରାଯାଏ । ଅଣ୍ଡାର କେଶରରେ ଭିଟାମିନ-ଇ, ଲ୍ୟୁଟିନ୍‌, ଜିଆକ୍ସାଣ୍ଟିନ୍ ଏବଂ ଜିଙ୍କ୍ ଥାଏ ଏବଂ ଭିଟାମିନ୍‌-ଓ କର୍ଣ୍ଣିଆକୁ ସୁରକ୍ଷା ଦେଇଥାଏ । ଏଣୁ ଏହା ଆଖି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଆଲମଣ୍ଡ: ଆଲମଣ୍ଡ, ଅନ୍ୟ ବାଦାମ ଏବଂ ମଞ୍ଜି ଅପେକ୍ଷା, ସାଧାରଣତଃ ଆଖି ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭଲ । ଆଲମଣ୍ଡରେ ଭିଟାମିନ-ଋ ଥାଏ । ନିୟମିତ ପରିମାଣର ଭିଟାମିନ-ଇ ଖାଇବା ଦ୍ୱାରା ବୟସ ସମ୍ବନ୍ଧୀୟ ମକୁଲାର ଡିଜେରେସନ୍ ତଥା ମୋତିଆବିନ୍ଦୁ ରୋକିବାରେ ସାହାଯ୍ୟ କରିଥାଏ ।

ଗାଜର: ଅଣ୍ଡାର କେଶର ପରି ଗାଜରରେ ମଧ୍ୟ ଭିଟାମିନ-ଇ ଏବଂ ବିଟା କାରୋଟିନ୍ ଥାଏ । ଭିଟାମିନ୍‌-ଏ ଏବଂ ବିଟା କାରୋଟିନ୍ ଆଖିର ପୃଷ୍ଠକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆଖି ସଂକ୍ରମଣ ଏବଂ ଅନ୍ୟ ଗୁରୁତର ଚକ୍ଷୁ ସମସ୍ୟାକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ ।

ଅଁଳା: ଭିଟାମିନ-ଉର ଅଁଳା ଏକ ଉତ୍ତମ ଉତ୍ସ । ଯାହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ । ଏହା ଆଖିର ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ । ଅଁଳାରେ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା ମୋତିଆବିନ୍ଦୁକୁ ରୋକିଥାଏ ।

ସାଇଟ୍ରସ୍ ଫଳ: କମଳା, ଲେମ୍ବୁ, ଏବଂ ଅଙ୍ଗୁର ଫଳ ପରି ସାଇଟ୍ରସ୍ ଫଳଗୁଡ଼ିକରେ ଭିଟାମିନ୍ ସି ଭରପୁର ଅଟେ । ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ ଯାହା ଆଖିରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ଭିଟାମିନ-ଉ ମଧ୍ୟ ଆଖିରେ ଥିବା ଆର୍ଟେରୀ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking