ନୂଆଦିଲ୍ଲୀ: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବା ଲାଗି ଆକାଶ ପଥ ଉପରେ ନିର୍ଭର କରିଥାନ୍ତି । ଯେଉଁଥି ପାଇଁ ପ୍ରାୟ ସବୁ ଦେଶ ନିଜର ଏୟାରପୋର୍ଟ ଗୁଡ଼ିକର ସୌନ୍ଦର୍ୟ୍ୟିକରଣ କରୁଛନ୍ତି । ଏପରିକି ସମସ୍ତେ ନିଜ ଦେଶରେ ଥିବା ବଡ଼ ବଡ଼ ସହର ଗୁଡ଼ିକରେ ଏୟାରପୋର୍ଟ ମଧ୍ୟ ସ୍ଥାପନ କରିଥାନ୍ତି । ଆମ ଦେଶରେ ମଧ୍ୟ ଏଭଳି ଅନେକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଥିବାବେଳେ ରାଜ୍ୟରେ ମଧ୍ୟ ଏୟାରପୋର୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । କାହିଁକି ନାଁ ବିମାନ ସେବା ହେଉଛି ଏକମାତ୍ର ବିକଳ୍ପ ଯାହା ଗୋଟିଏ ଦେଶକୁ ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ।
ତେବେ ବିଶ୍ୱରେ ଏଭଳି ୫ଟି ଦେଶ ରହିଛି ଯେଉଁଠି ୧ ହଜାରରୁ ଅଧିକ ଏୟାରପୋର୍ଟ ରହିଛି । ଆଉ ଯଦି ଆନ୍ତର୍ଜାତୀୟ ଏୟାରପୋର୍ଟ କଥା କହିବା ତାହେଲେ ପାଖାପାଖି ଶହେରୁ ଅଧିକ ରହିଛି । ତେବେ ଆସନ୍ତୁ ନଜର ପକାଇବା ଏହିସବୁ ଦେଶ ଉପରେ କେଉଁଠି ରହିଛି କେତେ ଏୟାରପୋର୍ଟ?
ଆମେରିକା: ଏୟାରପୋର୍ଟ କଥା କହିଲେ ପ୍ରଥମେ ଆମେରିକା ନାଁ ଉଠେ । ବିକଶିତ ଦେଶ ଗୁଡ଼ିକ ମଧ୍ୟରେ ମଧ୍ୟ ଆମେରିକାର ନାଁ ଆସେ । ବ୍ୟବସାୟିକ ଦୃଷ୍ଟିକୋଣରୁ ଆମେରିକା ଯାତାୟତ ଉପରେ ଅଧିକ ଗୁରୁତ୍ୱ ଦେଇଥାଏ । ତେବେ ଆମେରିକାରେ ୧୪,୭୧୨ଟି ଏୟାରପୋର୍ଟ ରହିଛି । ଦେଶର ବଡ଼ ବଡ଼ ସହରରେ ଏୟାରପୋର୍ଟମାନ ରହିଛି । ଅନ୍ୟପଟେ ଯଦି ଇଂଟରନ୍ୟାସନାଲ ଏୟାରପୋର୍ଟ କଥା କହିବା ତାହେଲେ ୧୦୨ଟି ରହିଛି।