27.1 C
Bhubaneswar
Sunday, October 20, 2024
Homeଓଡିଶାମୋ ପାଇଁ ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ମୋ ପାଇଁ ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ ୫-ଟି ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ  ମୋ ପାଇଁ ସବୁ ଜୀବନ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକର ରୁପାନ୍ତର କରାଯାଉଛି। ଆମ ହସ୍ପିଟାଲ କାର୍ୟ୍ୟକ୍ରମରେ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି।

ସେଠାରେ ଧନୀ ଗରିବ ସମସ୍ତ ଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଛି। ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଆମର ଏହି କାର୍ୟ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।  ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଏସକେୱାଇ ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ରୋଗ ହେଲେ ଲୋକମାନଙ୍କର ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି।

କିଡନୀ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏସବୁ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡନୀ ରୋଗୀ ମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା ପାଇ ପାରିବେ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲେସିସ୍‌ ସେବା- ସହାୟ ଆରମ୍ଭ ହୋଇଥିଲା। ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା। ପ୍ରଥମ ପର୍ୟ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା । ଏବେ ୫-ଟି ଉପକ୍ରମରେ ଏହାକୁ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନା ପର୍ୟ୍ୟନ୍ତ ସଂପ୍ରସାରଣ କରାଯାଇଛି। ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀଙ୍କୁ ମାଗଣା ଡାଏଲେସିସ୍‌ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking