ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଏସଏସଡି ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ମିଳିବ । ସେହିପରି ପ୍ରତି ବିଦ୍ୟାଳୟକୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରଦାନ କରାଯିବ । ପ୍ରତି ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଡାଏରୀ ପ୍ରଦାନ କରାଯିବ । ଡାଏରୀର ବ୍ୟବହାର ନିମନ୍ତେ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଅବଗତ କରିବେ । ନିଜ ଦେଶର, ରାଜ୍ୟର, ଜଲ୍ଲା ଓ ସହରର ନାମ ଆଦି ଏଥିରେ ଉଲ୍ଲେଖ କରିବେ ।
ସେହିପରି ପ୍ରାଥମିକ ବିଦ୍ୟାଳୟ ବା ମାଧ୍ୟମିକ ବିଦ୍ୟାଳୟକୁ ୨ଟି ଲେଖାଏ ଏକାଡେମିକ କ୍ୟାଲେଣ୍ଡର ମିଳିବାକୁ ଥିବାବେଳ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବର୍ଗ ଥିବା ନୋଡାଲ ବିଦ୍ୟାଳୟଗୁଡିକୁ ୪ଟି ଲେଖାଏଁ ଏକାଡେମିକ କ୍ୟାଲେଣ୍ଡର ପ୍ରଦାନ କରାଯିବ । ପ୍ରଧାନଶିକ୍ଷକଙ୍କ କକ୍ଷରେ ଗୋଟିଏ କ୍ୟାଲେଣ୍ଡର ଓ ଷ୍ଟାଫ୍ କମନ୍ ରୁମରେ ଗୋଟିଏ କ୍ୟାଲେଣ୍ଡର ଲଗାଯିବା ବାଧ୍ୟତାମୂଳକ । ଉକ୍ତ କ୍ୟାଲେଣ୍ଡର ଆଧାରରେ ବିଦ୍ୟାଳୟଗୁଡ଼ିକ ନିଜ ନିଜ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟପନ୍ଥା ସ୍ଥିର କରିବେ ।
ତେବେ ସମସ୍ତ ବିଦ୍ୟାଳୟରେ ଏକାଡେମିକ କ୍ୟାଲେଣ୍ଡର ଓ ପିଲାଙ୍କୁ ଡାଏରୀ ପ୍ରଦାନ କାର୍ଯ୍ୟକ୍ରମକୁ ବିଇଓ ସୁନିଶ୍ଚିତ କରିବା ପାଇଁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ୪୮୫୯୦ ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୪୩ ଲକ୍ଷ ୪୫ହଜାର ୬୧୧ଜଣ ଛାତ୍ରଛାତ୍ରୀଙ୍କୁ ଡାଏରୀ ବଣ୍ଟାଯିବ ବୋଲି ଜଣାପଡିଛି ।