19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆସନ୍ତାକାଲି ଆଇଏମ୍‌ଏଫ୍‌-ଶ୍ରୀଲଙ୍କା ବୈଠକ : ୪ ବିଲିୟନ୍ ଡଲାର ଆର୍ଥିକ ସାହାଯ୍ୟ ଆଶାରେ ଅଲି

ଆସନ୍ତାକାଲି ଆଇଏମ୍‌ଏଫ୍‌-ଶ୍ରୀଲଙ୍କା ବୈଠକ : ୪ ବିଲିୟନ୍ ଡଲାର ଆର୍ଥିକ ସାହାଯ୍ୟ ଆଶାରେ ଅଲି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଦେଖା ଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ପାଇଁ ଆମେରିକା ଗସ୍ତ କରିଛି ଶ୍ରୀଲଙ୍କା ପ୍ରତିନିଧି ଦଳ । ନୂତନ ଭାବରେ ନିଯୁକ୍ତ ଅର୍ଥମନ୍ତ୍ରୀ ଅଲି ସାବ୍ରିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଯାଇଥିବା ବେଳେ ଆଇଏମ୍‌ଏଫ୍ ନିକଟରୁ ୪ ବିଲିୟନ୍ ଡଲାରର ସହାୟତା ରାଶି ଆଶା କରାଯାଉଛି । ଆସନ୍ତା ଏପ୍ରିଲ ୧୯ରୁ ଏପ୍ରିଲ ୨୪ ତାରିଖ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ । ସଙ୍କଟରୁ ମୁକୁଳିବା ପାଇଁ ଆଇଏମ୍‌ଏଫ୍ ନିକଟରୁ ୪ ବିଲିୟନ୍ ଡଲାରର ଆର୍ଥିକ ପ୍ୟାକେଜ୍ ଆଶା ରଖିଛନ୍ତି ଅର୍ଥମନ୍ତ୍ରୀ ଅଲି ସାବ୍ରି । ସପ୍ତାହେ ତଳେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ ଅଲି ସାବ୍ରି ଏହି ସହାୟତା ଦାବି କରିଥିଲେ । ଶ୍ରୀଲଙ୍କାକୁ ସଙ୍କଟରୁ ମୁକୁଳିବା ପାଇଁ ହେଲେ ୩ ବିଲିୟନ୍ ଡଲାର ଅର୍ଥ ଆବଶ୍ୟ ବୋଲି କହିଥିଲେ ସାବ୍ରି ।

ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହିତ ୫୧ ବିଲିୟନ ଡଲାରର ବିଦେଶୀ ଋଣକୁ ଫେରସ୍ତ କରିବା ନେଇ ଅକ୍ଷମତା ପ୍ରକାଶ କରିଥିଲା । ବୈଦେଶିକ ମୁଦ୍ରା ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଥିବାରୁ ସରକାର ଋଣ ପରିଶୋଧରେ ଅକ୍ଷମ । ଯଦି କୌଣସି ଦେଶ ଶ୍ରୀଲଙ୍କା ମୁଦ୍ରାରେ ନିଜର ଋଣ ପରିଶୋଧ କରିବାକୁ ଚାହିଁବ ଆମେ ପରିଶୋଧ ପାଇଁ ପ୍ରସ୍ତୁତ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏପରିକି ବିଦେଶରେ ରହିଥିବା ନାଗରିକ ମାନଙ୍କୁ ଅର୍ଥ ପ୍ରେରଣ କରିବାକୁ ଅନୁରୋଧ କରିଥିଲେ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନନ୍ଦଲ ୱିରସିଂଘେ । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲି ହୋଇ ସାରିଛି । ବିଦେଶରୁ କିଛି ଅର୍ଥ ଆସିଲେ ଏହାକୁ ଦେଶବାସୀଙ୍କ ପାଇଁ ଜରୁରୀ ସାମଗ୍ରୀ କିଣିବାରେ ଖର୍ଚ୍ଚ କରାଯିବ ବୋଲି ଗଭର୍ଣ୍ଣର ପ୍ରକାଶ କରିଛନ୍ତି । ଶ୍ରୀଲଙ୍କାରେ ତେଲ ଓ ଅନ୍ୟାନ୍ୟ ଜରୁରୀ କାଳୀନ ସାମଗ୍ରୀ ମିଳୁନଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରୀଲଙ୍କା ବାସୀ । ଅର୍ଥ ମନ୍ତ୍ରୀ ସାବ୍ରି କହିଛନ୍ତି ଆଇଏମ୍‌ଏଫ୍ ପକ୍ଷରୁ ଯେଉଁ ଅର୍ଥରାଶି ଆସିବ ଏହା ଶ୍ରୀଲଙ୍କାକୁ ତୁରନ୍ତ ଏହାର ଆର୍ଥିକ ସଙ୍କଟରୁ ଉଦ୍ଧାର କରିବ ନାହିଁ ମାତ୍ର ବର୍ତ୍ତମାନ ଖାଦ୍ୟ ଓ ପେଟ୍ରୋଲ ପରି କିଛି ସମସ୍ୟାରୁ ଏହା ୨.୨ କୋଟି ଶ୍ରୀଲଙ୍କାବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking