19.1 C
Bhubaneswar
Friday, November 22, 2024
Homeଓଡିଶାକେନ୍ଦୁଝର , ଭଦ୍ରକ , ଯାଜପୁରକୁ ଆଲର୍ଟ

କେନ୍ଦୁଝର , ଭଦ୍ରକ , ଯାଜପୁରକୁ ଆଲର୍ଟ

ଭୁବନେଶ୍ୱର : ଆସୁଥିବା ଲଘୁଚାପକୁ ନେଇ ୩ ଟି ଜିଲ୍ଲାକୁ ସତର୍କ କରାଇଲେ ଏସଆରସି । କେନ୍ଦୁଝର , ଭଦ୍ରକ , ଯାଜପୁର ଜିଲ୍ଲାବାସୀଙ୍କୁ ସତର୍କ କରାଇଲେ । ବୈତରଣୀ ନଦୀ ଅବବାହିକାରେ ଆସୁଥିବାରୁ ସତର୍କ କରାଇଲେ । ଆଜି ରାତିରୁ ୨୦ ତାରିଖ ସକାଳ ଯାଏଁ ବର୍ଷା ସମ୍ଭାବନା ଥିବା ଏସଆରସି କହିଛନ୍ତି ।
ଆସନ୍ତା ୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ । ୧୯ ତାରିଖରେ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଳା ଏବଂ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking