ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ନିଜ ଦେଶରେ ଫସିଯାଇଛି ବାଂଲାଦେଶ । ଭାରତର ୪୦୪ ରନର ପିଛା କରି ୧୩୩ ରନରେ ହିଁ ୮ଟି ୱିକେଟ ହରାଇ ସାରିଛି ଶାକିବ ସେନା । ତେବେ ଏହି ମ୍ୟାଚରେ ଅଲରାଉଣ୍ଡ ଶୋ’ ଦେଖାଇଛନ୍ତି ଚାଇନାମ୍ୟାନ ବୋଲର କୁଳଦୀପ ଯାଦବ । ବ୍ୟାଟିଂରେ ୧୧୪ ବଲରୁ ୪୦ ରନ କରିଥିବା ବେଳେ ଏବେ ବୋଲିଂରେ ମଧ୍ୟ କମାଲ କରିଛନ୍ତି । ୧୦ ଓଭରରେ ବାଂଲାଦେଶର ୪ଟି ୱିକେଟ ହାସଲ କରିଛନ୍ତି କଳଦୀପ ଯାଦବ ।
That's Stumps on Day 2 of the first #BANvIND Test!
A dominating show with the ball by #TeamIndia! 👍👍
4⃣ wickets for @imkuldeep18
3⃣ wickets for @mdsirajofficial
1⃣ wicket for @y_umeshScorecard ▶️ https://t.co/CVZ44NpS5m pic.twitter.com/SkqzNIqlSj
— BCCI (@BCCI) December 15, 2022
ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪୦୪ ରନ କରି ଅଲଆଉଟ ହୋଇଛି । ଏହାପରେ ବାଂଲାଦେଶ ପାଳିଆରମ୍ଭ କରିଥିଲା । ତେବେ ପ୍ରଥମ ବଲରେ ହିଁ ଶାଣ୍ଟୋଙ୍କ ୱିକେଟ ନେଇ ବାଂଲାଦେଶକୁ ଝଟକା ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜ । ଏହାପରେ ଉମେଶ ଯାଦବ ମଧ୍ୟ ଗୋଟିଏ ଶିକାର କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ଶାକିବ ସେନାର ଫ୍ଲପ ଶୋ’ । ଭାରତର ଚାଇନା ମ୍ୟାନ ବୋଲର କୁଳଦୀପ ଯାଦବ ବାଂଲାଦେଶର ଗୋଟିଏ ପରେ ଗୋଟିଏ ଶିକାର କରିଛନ୍ତି । ୧୦ ଓଭରରେ ୩୩ ରନ ବ୍ୟୟ କରି ୪ଟି ସଫଳତା ପାଇଛନ୍ତି କୁଳଦୀପ । ତାଙ୍କ ସହିତ ଫାଷ୍ଟ ବୋଲର ମହମ୍ମଦ ସିରାଜ ୩ଟି ୱିକେଟ ହାସଲ କରିଥିବା ବେଳେ ଉମେଶ ଯାଦବ ଗୋଟିଏ ୱିକେଟ ନେଇଛନ୍ତି ।
Bangladesh vs India: 1st Test, Stumps Day 2
Bangladesh trail by 271 runs.#BCB | #Cricket | #BANvIND pic.twitter.com/fY1PkUBcpD
— Bangladesh Cricket (@BCBtigers) December 15, 2022
ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧୩୩ ରନରେ ନିଜର ୮ଟି ୱିକେଟ ହରାଇଛି । ଯାହା ଫଳରେ ଭାରତ ଏବେ ବିଜୟ ଦିଗରେ ଅଗ୍ରସର ହେଉଥିବା ଅନୁମାନ କରାଯାଉଛି । ସେପଟେ ବାଂଲାଦେଶ ଏବେ ବି ୨୭୧ ରନ ପଛରେ ରହିଥିବା ବେଳେ ଅଲଆଉଟ ଭୟ ଦଳକୁ ଡରାଇବାରେ ଲାଗିଛି । ଏପର୍ଯ୍ୟନ୍ତ ବାଂଲାଦେଶ ପକ୍ଷରୁ ମୁସଫିକର ରହିମ ସର୍ବାଧିକ ୨୮ ରନ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ଲିଟନ ଦାସ ୨୪ ଏବଂ ଜାକିର ହୁସେନ ୨୦ ରନ କରିଛନ୍ତି ।