20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଅଲ-କାଏଦା ଟାର୍ଗେଟ୍‌ରେ ଏଲନ୍ ମସ୍କ, ବିଲ୍ ଗେଟ୍ସ

ଅଲ-କାଏଦା ଟାର୍ଗେଟ୍‌ରେ ଏଲନ୍ ମସ୍କ, ବିଲ୍ ଗେଟ୍ସ

ୱାଶିଂଟନ: ବିଶ୍ୱର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଏବେ ଆମେରିକା ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଧାରଣ କରିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଆମେରିକାର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ଆମେରିକାକୁ ଦେବାଳିଆ କରିଦେବାର ଲକ୍ଷ୍ୟ ସ୍ଥିର କରିଛି ଅଲ-କାଏଦା । ତେବେ ଅଲ-କାଏଦା ଏପ୍ରକାର ଆଭିମୁଖ୍ୟ କାହିଁଁକି ହଠାତ୍ ଗ୍ରହଣ କରିଛି ସେସମ୍ପର୍କରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି ।

ବାସ୍ତବରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାର ଆଭିମୁଖ୍ୟକୁ ଦେଖି ଅଲ-କାଏଦା ଆମେରିକା ପ୍ରତି କ୍ରୋଧାନ୍ୱିତ ହୋଇପଡିଛି । ସୁତରାଂ ଏଣିକି ଆମେରିକାର ଧନୀ ବ୍ୟବସାୟୀ ଯେପରିକି ଏଲନ୍ ମସ୍କ, ବିଲ୍ ଗେଟ୍ସ, ସତ୍ୟ ନାଦେଲାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଅଲ-କାଏଦା ଟାର୍ଗେଟ କରିବ ବୋଲି ଖୋଲା ଧମକ୍ ଦେଇଛି । ଆମେରିକାର ଏହି କୋଟିପତି ବ୍ୟବସାୟୀଙ୍କ ଯୋଗୁ ଆମେରିକାର ଅର୍ଥନୀତି ସୁଦୃଢ଼ ରହିଆସିଥିବା ବେଳେ ଏବେ ଏମାନଙ୍କ ଉପରେ ଆକ୍ରମଣ କରି ରାଷ୍ଟ୍ରୀୟ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଅଲ-କାଏଦା ବଜ୍ର ଶପଥ ଗ୍ରହଣ କରିଛି ।

ରିପୋର୍ଟ ଅନୁସାରେ ପାନ୍‌-ଇସଲାମିକ୍ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏହାର ସମର୍ଥକ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆମେରିକୀୟ, ବ୍ରିଟିଶ ଏବଂ ଫ୍ରାନ୍ସ କମ୍ପାନୀ ଦ୍ୱାରା ପରିଚାଳିତ ବିମାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଅପିଲ୍ କରିଛି । ଅଲ୍‌-କାଏଦା ଅନୁସାରେ ମସ୍କ, ଗେଟ୍ସ ଏବଂ ଆମେରିକାର ପୂର୍ବତନ ଫେଡ଼େରାଲ ରିଜର୍ଭ ଚେୟାରମ୍ୟାନ୍ ବେନ୍ ବର୍ନାଙ୍କେ ୟିହୁଦୀ-ଆମେରିକୀୟ ଅର୍ଥନୀତିର ଏକ ଅଂଶ । ଏହି କାରଣରୁ ସେସମସ୍ତ ଲୋକ ଆମର ଲକ୍ଷ୍ୟ । ଏସମ୍ପର୍କରେ ଅଧିକ ସୂଚନା ଦେବାକୁ ଯାଇ ଆମେରିକା ଗୁଇନ୍ଦା ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ, ଆମେରିକା ଉପରେ ଆକ୍ରମଣ କରିବାର ମନୋବୃତ୍ତି ଅଲ-କାଏଦାର ଦୀର୍ଘଦିନରୁ ରହିଆସିଛି । ତେବେ ଅଲ-କାଏଦାର ଏହି ମନୋବୃତ୍ତି କେବେ ସଫଳ ହୋଇପାରିବ ନାହିଁ । ସୁରକ୍ଷା ବ୍ୟବସ୍ଥା ଦିଗରେ ଆମେରିକା ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking