ଭୁବନେଶ୍ୱର: କୋର୍ଟରେ ହାଜର ହେବା ପରେ ଶେଷରେ ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ ଯାଇଛନ୍ତି ଆକାଶ ପାଠକ । ସ୍କାଏକିଙ୍ଗରେ ୬୫ ଲକ୍ଷ ଠକେଇ ନେଇ କ୍ରାଇମବ୍ରାଂଚ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା । ପରେ ରିମାଣ୍ଡରେ ନିଆଯାଇ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ରିମାଣ୍ଡ ସମୟରେ ଆକାଶ ଅନେକ ସତକଥା ସ୍ୱୀକାର କରିଥିଲେ । ଟାଟା ମୋଟର୍ସ କମ୍ପାନୀରେ ସେ ଏମଡି ନଥିବା କଥା ବି ମାନିଥିଲେ । ଚାକିରୀ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଓ କମ୍ପାନୀ ମନରେ ବିଶ୍ୱାସ ଜତାଇବାକୁ ଟାଟା କମ୍ପାନୀର ଜିଏସଟି ନମ୍ବର ବ୍ୟବହାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ସେ ମାନିଛନ୍ତି । ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ଥିଲା। ସୋମବାର ଆକାଶ ପାଠକ ଙ୍କର ରିମାଣ୍ଡ ଅବଧି ଶେଷ ହୋଇଛି। ପୁଣି ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି। ଟାଟା ମୋଟର୍ସର ଏମଡିର ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ୍ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ।