ନୂଆଦିଲ୍ଲୀ: ପୁଣି ଗୋଳମାଳିଆ ହେଉଛି ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ ବିଜେପିର ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୁଣି ଦଳରେ ଆଉ ଏକ ବିବାଦ ଘନଉଥିବା ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗୋଟିଏ ପଟେ ଥିବାବେଳେ ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ଆଉ ଗୋଟେ ପଟେ ରହୁଥିବା ଦେଖାଯାଉଛି।
ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡ଼ନାବିସ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟୁଛନ୍ତି। ଗତକାଲି ରାତିରୁ ଏମାନେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ହେଲେ ଏହି ଟିମରେ ନାହାନ୍ତି ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍।
ସେପଟେ ଅସୁସ୍ଥତା ଦର୍ଶାଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବି ଯୋଗ ଦେଇନାହାନ୍ତି ଅଜିତ ପାୱାର।