27.1 C
Bhubaneswar
Saturday, June 22, 2024
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

“ମୂର୍ଖ ଛାତ୍ରମାନଙ୍କୁ ଶିକ୍ଷା ଦେବା ଏବଂ ଜଣେ ମନ୍ଦ ମହିଳାଙ୍କୁ ପ୍ରତିପୋଷଣ କରିବା ଏବଂ ଦୁଃଖୀ ଲୋକମାନଙ୍କ ସହିତ ସମ୍ପର୍କ ରଖିବା ଦ୍ୱାରା ଜ୍ଞାନୀ ବ୍ୟକ୍ତି ମଧ୍ୟ ଦୁଃଖୀ ହୋଇଯାନ୍ତି | ଏହାର ଅର୍ଥ ହେଉଛି ଯେ ଜଣେ ମୂର୍ଖ ଶିଷ୍ୟକୁ କଦାପି ଉପଦେଶ ଦେବା ଉଚିତ୍ ନୁହେଁ, ଜଣେ ଅବନତିଗ୍ରସ୍ତ ମହିଳାଙ୍କ ସହ ଜଡିତ ହେବା ଏବଂ ଦୁଃଖୀ ମନୁଷ୍ୟଙ୍କ ସହ ଯୋଗାଯୋଗ କରିବା, ପଣ୍ଡିତ ଏବଂ ଉତ୍ତମ ବ୍ୟକ୍ତିଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ !!”*

ଦୁଷ୍ଟ ସ୍ତ୍ରୀ, କପଟୀ ବନ୍ଧୁ, ଜଣେ ଜବାବ ଦେଉଥିବା ଚାକର ଏବଂ ଯେଉଁ ଘରେ ସାପ ରହୁଥିବ,ସେହି ଘରେ ରହୁଥିବା ଘର ମାଲିକଙ୍କ ସନ୍ଦେହରେ ରୁହନ୍ତୁ ନାହିଁ | ସେ ନିର୍ଦ୍ଦିଷ୍ଟ ମୃତ୍ୟୁ ପାଆନ୍ତି !!”

ବିପର୍ଯ୍ୟୟ ସମୟରେ ଉପଯୋଗୀ ଅର୍ଥକୁ ସୁରକ୍ଷିତ କରନ୍ତୁ | ଧନ ଦ୍ୱାରା ନିଜ ସ୍ତ୍ରୀ କୁ ରକ୍ଷା କରନ୍ତୁ ଏବଂ ସର୍ବଦା ନିଜକୁ ଧନ ଏବଂ ସ୍ତ୍ରୀ ଠାରୁ ରକ୍ଷା କରନ୍ତୁ !!”

ଆପତ୍ତିରୁ ରକ୍ଷା ପାଇବା ପାଇଁ ଟଙ୍କାକୁ ରକ୍ଷା କରନ୍ତୁ କାରଣ ବିପର୍ଯ୍ୟୟ କେବେ ଘଟିବ ଆପଣ ଜାଣି ନାହାଁନ୍ତି | ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି | ଜମା ହୋଇଥିବା ଧନ ଯେ କୌଣସି ସମୟରେ ନଷ୍ଟ ହୋଇପାରେ !!”

ଯେଉଁ ଦେଶରେ ସମ୍ମାନ ନାହିଁ, ଜୀବିକାର କୌଣସି ମାଧ୍ୟମ ନାହିଁ, ବନ୍ଧନ ନାହିଁ, ଅର୍ଥାତ୍ କୌଣସି ପରିବାର ଏବଂ ଜ୍ଞାନ ଆହରଣ କରିବାର କୌଣସି ମାଧ୍ୟମ ନାହିଁ, ସେଠାରେ କେହି ରହିବା ଉଚିତ୍ ନୁହେଁ !!”
ପଥର ଥରଟିଏ ମନ୍ଦିର ଗଲା ଆଉ ସେ ଭଗବାନ ହେଇଗଲା।ଆଉ ମଣିଷ ପ୍ରତିଦିନ ମନ୍ଦିର ଯାଏ କିନ୍ତୁ ମଣିଷ ହେଇ ପାରିଲା ନାହିଁ

ଜୀବନରେ ଖୁସିରେ ରହିବା ପାଇଁ ଦୁଇଟି ଜିନିଷ ନିତ୍ୟାନ୍ତ ଦରକାର । ଗୋଟିଏ ହେଉଛି ସହିବା ଶକ୍ତି ଏବଂ ଅନ୍ୟଟି ହେଉଛି ବୁଝିବା ଶକ୍ତି ।
ସାମାନ୍ୟ ଟିକିଏ ସ୍ୱାର୍ଥ ପାଇଁ ସବୁ ସମ୍ପର୍କ ତୁଟେଇଦେଇଥିବା ମଣିଷ ଟି ଜୀବନ ସାରା ଅନୁତାପ କରିଥାଏ….

ହେଲେ ଆଉ ଥରେ ସେ ସମ୍ପର୍କ ଗଢ଼ିପାରେ ନାହିଁ….
ଓଁ ଶ୍ରୀ ଜଗନ୍ନାଥ

ଅଦ୍ଯ ବୃଷ ଦି୩୧ନ, ଜ୍ୟେଷ୍ଠ ଶୁକ୍ଳ ସପ୍ତମୀ ଦ୪୦।୪୫ ରାଘ୯।୨୯,ପୂର୍ବାଫାଃ ଦ୬୦ନିଶାନ୍ତ,ସିଂହ ଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦ୪/୩୭/୪୦ ଇଂଘ ୫/୧୧/୮ ଗତେ ଉଦୟ।
ବିଛା ୫/୨୫/୨୦ ଇଂଘ ୬/୨୧/୩୫ ଗତେ ଅସ୍ତ।

ଯୋଗିନୀ ବାୟବ୍ୟେ । ରାତ୍ରି ଘ୯।୨୯ ଗତେ ଐଶାନ୍ୟେ । ଯାତ୍ରା ଶୁଭ । ଅଦ୍ୟ ଦେବତା ଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜବପନ ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ବୃକ୍ଷରୋପଣ । ଗତଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୩।୫ ଗତେ ଘ୬।୨୩ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧ ।୪୬ ଗତେ ଘ୧ ।୭ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୯ ।୨୯ ମଧ୍ୟେ ପାଦଦୋଷ । ଫଳଂ ପଶୁହାନି । ଅନ୍ନଦାନ । ପ୍ରଥମରଜୋଦର୍ଶନେ ସାତମାସ ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ରାତ୍ରି ଘ୯ ।୨୯ ଗତେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ ।

(ଅମୃତ)- ଦିବା ଘ୨ ।୪୭ ଗତେ ଘ୫ ।୧୧ ମଧ୍ୟୂ ରାତ୍ରି ଘ୭ ।୧୧ ଗତେ ଘ୯ ।୩୫ ମଧ୍ୟେ ଘ୧୨ ।୪୭ ଗତେ ଘ୩।୧୧ ମଧ୍ୟେ ଘ୪।୪୭ ଗତେ ଘ୫।୧୧ ମଧ୍ୟେ । (ମାହେନ୍ଦ୍ର)- ପ୍ରାତଃ ଘ୫ ।୫୯ ମଧ୍ୟେ ଘ୯ ।୧୧ ଗତେ ଘ୧୦ ।୪୭ ମଧ୍ୟେ ।

ରାଶି ଫଳ

ମେଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

ବୃଷ: ସବୁ କଷ୍ଟ ନିବାରଣ ହେବ। କଥାବାର୍ତ୍ତା ଦ୍ବାରା ମାମଲାକୁ ଶାନ୍ତିରେ ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ। ମହିଳାମାନେ କିଣାକିଣି ଲାଗି ସହରକୁ ଯାଇପାରନ୍ତି।

ମିଥୁନ: ଅତ୍ୟଧିକ ଜିଦ୍ କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମରେ ସଫଳତା ପାଇବେ।

କର୍କଟ: ଆପଣଙ୍କର କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ।

ସିଂହ: ଅନ୍ୟମାନେ ଆପଣଙ୍କ ଯୋଜନା ଦ୍ବାରା ପ୍ରଭାବିତ ହେବେ। ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।

କନ୍ୟା: ଦିନଟି ବ୍ୟସ୍ତତାରେ କଟିବ। ଆପଣ କୌଣସି ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

ତୁଳା: ସମ୍ବନ୍ଧ ମାମଲାରେ ନୂତନତ୍ବ ଆସିବ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଦେଶ ଯିବାର ମଉକା ମିଳିବ।

ବିଛା: ଭାଗ୍ୟର ପୂର୍ଣ୍ଣ ସହାୟତା ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

ଧନୁ: ଆପଣ ଅଧିକାଂଶ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ମିଳିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ।

ମକର: କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି। ମନ ଚାହୁଥିବା କଂପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

କୁମ୍ଭ: ପୁରୁଣା ଝଞଟ ଠାରୁ ଦୂରରେ ରୁହନ୍ତୁ। ନିବେଶ ବିଷୟରେ ଆପଣଙ୍କୁ ନୂଆ ପରାମର୍ଶ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ମୀନ: ଚାକିରିଜୀବୀଙ୍କୁ ନୂଆ ହୁପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking