ପ୍ରେମ ଏକ ଅନନ୍ୟ ଅନୁଭବ ।ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବ ନୁହେଁ ।ତେବେ କୁହାଯାଏ ଯେ,ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ।
କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ ।ଏହା ସହିତ ସତ୍ କର୍ମ, ଉତ୍ତମ ଆଚରଣ ଏବଂ ନିଷ୍ଠା ଜଡିତ ହେବା ଆବଶ୍ୟକ ।
ଧନ ଥିଲେ ଦାରିଦ୍ର୍ଯର ଭୟ, ଜ୍ଞାନ ଥିଲେ ଅଜ୍ଞାନର ଭୟ ।ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ଯାଗ କରିଛି ତାହାର କୌଣସି ଭୟ ନାହିଁ ।
ଭଲ କାମ କରିଚାଲ କେହି ସମ୍ମାନ କରୁ ବା ନ କରୁ, କାରଣ
ଯେବେ ସୂର୍ଯ୍ୟ ଉଦୟ ହୁଏ ତେବେ କୋଟି କୋଟି ଲୋକ ନିଦ୍ରାରେ ଥାଆନ୍ତି,
ତଥାପି ସୂର୍ଯ୍ୟ ଉଦୟ ହୁଏ…l
ଦଣ୍ଡ ତ ପ୍ରକୃତି ଦିଏ
ମଣିଷ କେବଳ Credit ନିଏ ।
ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧ୍ବକ ପସନ୍ଦ କରିଥାଏ….
କିନ୍ତୁ
କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ….
କାହିଁକିନା
ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ….
ଅଦ୍ୟ ଡିସେମ୍ବର ମାସ ୨୬ ତାରିଖ ୨୦୨୩ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ମାର୍ଗଶିରମାସ-ଶୁକ୍ଳପକ୍ଷ
ତିଥି- ପୂର୍ଣ୍ଣିମା ଶେଷରାତ୍ର ଘ ୦୫/୪୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ
ନକ୍ଷତ୍ର- ମୂର୍ଗଶିରା ରାତ୍ରି ଘ୧୦/୪୭ ପର୍ଯ୍ୟନ୍ତ ତଦନ୍ତେ ଅଦ୍ରା
ଚନ୍ଦ୍ର-ବୃଷ ଘ୧୦/୨୬ ପର୍ଯ୍ୟନ୍ତ ତଦନ୍ତେ ମିଥୁନ
ଯୋଗ- ଶୁକ୍ଳ
କରଣ – ଵିଷ୍ଟି
ସୌରମାସ- ଧନୁ ୧୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୯
*✧═════•❁❀
ଯୋଗିନୀ ବାୟବ୍ୟେ
ପୂର୍ଣ୍ଣିମା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୦୮ ଗତେ ଘ୦୨/୩୦ ମଧ୍ୟେ
ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୦୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୦ ମଧ୍ୟେ ଓ ଘ୦୯/୦୫ ଗତେ ଘ ୧୧/୫୯ ମଧ୍ୟେ ଓ ଘ୦୪/୨୩ ଗତେ ଘ ୦୫/୧୧ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୫/୧୩ ଗତେ ଘ ୦୭/୩୧ ମଧ୍ୟେ*
═✧*══•❁❀❁•═════✧
ଅଦ୍ୟ ଆମିଷ ଭକ୍ଷଣ ନିଷେଧ
═✧══•❁❀❁•═════
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।*
✧═════•❁❀❁•═════✧
ବୃଷ
ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।*
✧═════•❁❀❁•═════✧
ମିଥୁନ
ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।*
✧═════•❁❀❁•═════✧
କର୍କଟ
ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।*
✧═════•❁❀❁•═════✧
ସିଂହ
ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ*
✧═════•❁❀❁•═════✧
କନ୍ୟା
ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।*
✧═════•❁❀❁•═════✧
ତୁଳା
ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।*
✧═════•❁❀❁•═════✧
ବିଛା
ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।*
✧═════•❁❀❁•═════✧
ଧନୁ ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।*
✧═════•❁❀❁•═════✧
ମକର
ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।*
✧═════•❁❀❁•═════✧
କୁମ୍ଭ
ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।*
✧═════•❁❀❁•═════✧
ମୀନ:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।