34.1 C
Bhubaneswar
Friday, September 20, 2024
Homeଓଡିଶାଆଜିର ଅନୁଚିନ୍ତା 

ଆଜିର ଅନୁଚିନ୍ତା 

ଗଲାଣି ସେକାଳ ଆସିଛି ଏକାଳ
ପଖାଳ ଗଲାଣି ଚାଲି,
ଚାଉଳ ଡାଲିରେ ବାଲୁକା ମିଶ୍ରଣ
ହେଉଅଛି ଆଜି କାଲି ।

ଜୀବନରେ କେବେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ ଯଦି ପାରୁଛନ୍ତି ଦାନ କରିଦିଅନ୍ତୁ, ଆପଣଙ୍କର ପୂଣ୍ୟ ହେବ ଆଉ ଶାନ୍ତିରେ ରହିପାରିବେ ।ଧାର୍ କରଜ ଦେଇ ସମ୍ପର୍କ ଖରାପ୍ କରନ୍ତୁ ନାହିଁ ।

ଜନ୍ମ ହେବାର ସମୟ କି ମୁହୁର୍ତ୍ତ ନାହିଁ, କେତେ ବେଳେ ମରିବା ତା’ର ବି କିଛି ମୁହୁର୍ତ୍ତ ନାହିଁ, ସାରା ଜୀବନ ଶୁଭ ସମୟ ଓ ଶୁଭ ମହୁରତ ପଛରେ ପଡ଼ି ପଡ଼ି ମଣିଷ ଦିନେ ବିନା ମହୁରତରେ ଦୁନିଆଁ ଛାଡ଼ି ଦେଇ ଚାଲିଯାଏ ।

ଆଜିର ଏ ଦୁନିଆଁରେ କାହା ଆଗରେ ଖୋଲା ବହି ହୁଅ ନାହିଁ କାହିଁକି ନା ଏ Time Pass ଦୁନିଆଁ, ପଢ଼ି ସାରିବା ପରେ ଚିରି କି ଫିଙ୍ଗି ଦେବେ ।

ଅଦ୍ୟ ନଭେମ୍ବର ମାସ ୧୫ ତାରିଖ ୨୦୨୩ ମସିହା(ବୁଧବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ଦ୍ଵିତୀୟା ଦିବା ଘ୦୧/୪୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା
ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୩/୩୭ ପର୍ଯ୍ୟନ୍ତ ତଦନ୍ତେ ମୂଳା
ଚନ୍ଦ୍ର-ବିଛା ରାତ୍ରି ଘ୦୩/୩୭ ପର୍ଯ୍ୟନ୍ତ ତଦନ୍ତେ ଧନୁ
ଯୋଗ- ଅତିଗଣ୍ଡ
କରଣ – କୌଳଵ
ସୌରମାସ- ତୁଳା ୨୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୯/୫୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୧୦
*✧═════•❁❀
ଯୋଗିନୀ ଉତ୍ତରେ ଦିବା ୦୧/୪୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ତୃତୀୟା ର ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ବ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୦୮ ମଧ୍ୟେ
ବାରବେଳା – ଦିବା ଘ୧୧/୩୨ ଗତେ ଘ୧୨/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୬ ମଧ୍ୟେ ଓ ଘ୦୭/୩୫ ଗତେ ଘ୦୮/୨୩ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୪୭ ଗତେ ଘ୦୭/୩୪ ମଧ୍ୟେ ଓ ଘ୦୨/୪୪ ଗତେ ଘ୦୪/୩୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବୋଇତିଖାରୁ ଦିବା ଘ୦୧/୪୨ ପର୍ଯ୍ୟନ୍ତ ତଦନ୍ତେ ପୋଟଳ ଭକ୍ଷଣ ନିଷେଧ
═✧══•❁❀❁•═════

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════✧
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════✧
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════✧
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════✧
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════✧
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════✧
ତୁଳା:
କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════✧
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════✧
ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
✧═════•❁❀❁•═════✧
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════✧
କୁମ୍ଭ: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
✧═════•❁❀❁•═════✧
ମୀନ
ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking