ସମସ୍ୟା ଏକ ଉପହାର
ବିନା ସମସ୍ୟାରେ ଆଗକୁ ବଡ଼ିଲେ
ନୂତନ ସ୍ୱାଦ ପାଇପାରିବା ନାହିଁ
ଅଧିକାଂଶ ଲୋକ ସଫଳ ହୁଅନ୍ତି
କାରଣ ସେମାନେ ଛୋଟ ଛୋଟ
କଥାକୁ ଗୁରୁତ୍ବ ଦିଅନ୍ତି ନାହିଁ ।
ସମ୍ପର୍କ କୁ ଗୁରୁତ୍ୱ ଦିଅ
ନିଜ ସ୍ୱାର୍ଥ କୁ ନୁହେଁ
କାରଣ ସ୍ୱାର୍ଥ କିଛି ଦିନ ର
ଆଉ ସମ୍ପର୍କ ସବୁ ଦିନର
ଆଖୁ ଅତ୍ୟନ୍ତ ମିଠା କିନ୍ତୁ ଫଳ ଫଳି ନଥାଏ
ଚନ୍ଦନ ଅତ୍ୟନ୍ତ ସୁଗନ୍ଧିତ
କିନ୍ତୁ ଫୁଲ କେବେ ଫୁଟି ନଥାଏ
ପଳାଶ ବହୁତ ସୁନ୍ଦର କିନ୍ତୁ ବାସ୍ନା ହୀନ
ଠିକ୍ ସେହି ପରି ସମସ୍ତେ ସବୁ ଗୁଣର
ଅଧିକାରୀ ହୋଇ ପାରି ନଥାନ୍ତି
ତେଣୁ ନିଜର ତୁଳନା
ଅନ୍ୟ କାହା ସହିତ କରନ୍ତୁ ନାହିଁ।।
ଆପଣ ଯେତେ ବି
ଦାମିକା ଗାଡ଼ିରେ ଯାତ୍ରା
କରନ୍ତୁ ନା କାହିଁକି
ଜୀବନର
ଶେଷ ଯାତ୍ରା ଛ ଖଣ୍ଡ
ବାଉଁଶରେ ହିଁ ହବ ।
କାହା ସହିତ ଏତେ ବି ବନ୍ଧନରେ ବାନ୍ଧି ହୋଇ ଯାଆନ୍ତୁ ନାହିଁ ,କାରଣ ସେଥିରୁ ଆଶା ଜନ୍ମ ନେବ ଏବଂ ପୁଣି ପରିଶେଷରେ ତୁମକୁ ନିରାଶା ହିଁ ମିଳିବ ତା ବ୍ଯତିତ ଆଉ କିଛି ନୁହେଁ ।
ପୃଥିବୀର ସବୁଠାରୁ ଭୟଙ୍କର ରୋଗର ନାମ ହେଲା “Tension” ଯାହା ମଣିଷକୁ ଧୀରେ ଧୀରେ ଧ୍ବଂସ ଓ ମୃତ୍ୟୁ ଦିଗକୁ ନେଇଯାଏ ।
ଯୋଗିନୀ ବାୟବ୍ୟେ । ରାତ୍ରି ଘ୧।୫୦ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୮।୧୦ ଗତେ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୭।୧୭ ମଧ୍ୟେ ଘ୩।୪୪ ଗତେ ଘ୫।୧୦ ମଧ୍ୟେ କାଳବେଳା ।ଘ୧୨।୫୨ ଗତେ ଘ୨।୧୮ ମଧ୍ୟେ ବାରବେଳା । ରାତ୍ରି ଘ୬।୪୪ ମଧ୍ୟେ ଘ୪।୧୭ ଗତେ ଘ୫।୫୧ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ ।ଅଦ୍ୟ କୁମାର ପୂର୍ଣ୍ଣିମା । ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ ଆମ ଦ୍ରବ୍ୟରେ ହେବ ।
(ଅମୃତ)-ଦିବା ଘ୬।୩୯ ମଧ୍ୟେ ଘ୭।୨୭ ଗତେ ଘ୯।୪୯ ମଧ୍ୟେ ଘ୧୨।୧୩ ଗତେ ଘ୩।୨୫ ମଧ୍ୟେ ଘ୪।୧୩ ଗତେ ଘ୫।୧୮ ମଧ୍ୟେ ରାତ୍ରି ଘ୧୨।୨୨ ଗତେ ଘ୧।୫୮ ମଧ୍ୟେ ।(ମାହେନ୍ଦ୍ର) – ରାତ୍ରି ଘ୧।୫୮ ଗତେ ଘ୨।୪୬ ମଧ୍ୟେ ।
ମେଷ:ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।
ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।
ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।
କର୍କଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।
କନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।
ତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
ଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।
ମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।
କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ।