“ଶରୀର ଆଦ୍ୟଂ ଖଳୁଧର୍ମ ସାଧନଂ” ଅର୍ଥାତ୍ ମନୁଷ୍ୟ ଶରୀର ସମସ୍ତ ଧର୍ମ ସାଧନର ମୁଳ। ଶରୀର ନ ଥିଲେ ସଂସାରର କୌଣସି କାର୍ଯ୍ୟ ସିଦ୍ଧ ହୁଏନା । ଆଜିକାଲି ତ ଆମେମାନେ ଭୋକ ହେଲେ ନୁହେଁ ମୁଡ୍ ବନିଲେ ଯାଇ ଖାଦ୍ୟ ଖାଉଛେ” ଏହା ସମ୍ପୂର୍ଣ୍ଣ ଆୟୁର୍ବେଦ ଶାସ୍ତ୍ର ବିରୁଦ୍ଧ..ଆୟୁର୍ବେଦର ସିଦ୍ଧାନ୍ତ ହେଲା, “ଅର୍ଦ୍ଧ ରୋଗ ହରେ ନିଦ୍ରା, ପୁର୍ଣ୍ଣରୋଗ ହରେ କ୍ଷୁଧା” ଅର୍ଥାତ୍ ଯଦି ରୋଗୀକୁ ଭଲ ନିଦ ହେଲା ଜାଣ ତାର ଅଧା ରୋଗ ଭଲ ହୋଇଗଲା ଓ ଯଦି ଭୋକ ଠିକ୍ ହେଲା ପୁର୍ଣ୍ଣ ନିରୋଗ ହେଲା। ଭୋକ – ଶୋଷ ହେଉଛି ପ୍ରାଣର ଧର୍ମ ,ପ୍ରାଣବଳ ସମ୍ପନ୍ନ ପୁରୁଷ ନିରୋଗ ରୁହେ ଓ ଆହାର ପ୍ରାଣକୁ ପୋଷଣ କରେ ଭୋକ ନଥାଇ ଖାଦ୍ୟ ଖାଇଲେ ଖାଦ୍ଯ ଅପଚ୍ୟ ହୋଇ ଅମ୍ଳ ସୃଷ୍ଚିକରେ ଯାହାକୁ ଏସିଡିଟି କୁହନ୍ତି, ଏହା ଆମ ପାଚନତନ୍ତ୍ରକୁ ପ୍ରଭାବିତ କରି ଶରୀର ର ପ୍ରାଣବଳ କ୍ଷିଣକରି ରୋଗଗ୍ରସ୍ଥ କରେ ଯାହା ଅକାଳ ମୃତ୍ୟୁର କାରଣ ହୁଏ ,ଏଣୁ ଭୋକହେଲେ ଖାଇବା , ମୁଡ୍ ହେଲେ ନୁହେଁ ବାକିରହିଲା ସୁନିଦ୍ରା ଚିନ୍ତା ନିଦ୍ରାର ଶତୃ ଚିନ୍ତା ରହିତ ବ୍ୟକ୍ତି ସୁନିଦ୍ରା ଲାଭକରେ। ଏଣୁ ରାତିରେ ଶୋଇବା ପୁର୍ବରୁ ଭଗବତ୍ ଚିନ୍ତନ ଓ ଭଗବତ୍ ନାମ ସ୍ମରଣ ପୁର୍ବକ ଚିନ୍ତାଗୁଡିକୁ ଇଶ୍ୱରାର୍ପଣ କରି ସୁନିଦ୍ରାଯାଆନ୍ତୁ। ସେଥିପାଇଁ ଗୀତାରେ ଭଗବାନ ଅର୍ଜ୍ଜୁନକୁ ନିଜ ମନ ତାଙ୍କ ଅଧିନ କରିବାକୁ ଆଦେଶ ଦେଇଥିଲେ ନିଦ ପାଇଁ ଗୋଟିଏ ମନ୍ତ୍ର ମଧ୍ୟ ଅଛି ଯାହାକୁ ଜପକରି ବିଛଣା ଧରିଲେ ନିଦ ନିଶ୍ଚୟ ଆସିବ।ମନ୍ତ୍ର ହେଲା – ଓଁ ଶୁଦ୍ଧେଶୁଦ୍ଧେ ମହାଯୋଗିନୀ ମହାନିଦ୍ରେ ସ୍ୱାହା । ଏଣୁ ସାତ୍ୱିକ ତଥା ସମୟାନୁସାର ଆହାର ବିହାର କରନ୍ତୁ ସଦା ନିରୋଗ ରୁହନ୍ତୁ।
ଅଦ୍ୟ ଜୁଲାଇ ମାସ ୦୫ ତାରିଖ ୨୦୨୩ ମସିହା(ବୁଧବାର)*
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ପିଙ୍ଗଳ
ଶ୍ରାବଣମାସ-କୃଷ୍ଣପକ୍ଷ
ତିଥି- ଦ୍ଵିତୀୟା ଦିବା ଘ୧୦/୦୫ ପର୍ୟ୍ୟନ୍ତ ତଦନ୍ତେ ତୃତୀୟା
ନକ୍ଷତ୍ର-ଉତ୍ତରାଷାଢ଼ା ଦିବା ଘ୦୬/୧୧ପର୍ୟ୍ୟନ୍ତ ତଦନ୍ତେ ଶ୍ରାବଣ।
ଚନ୍ଦ୍ର- ମକର
ଯୋଗ- ବୈଧୃତି
କରଣ – ଗର
ସୌରମାସ- ମିଥୁନ ୨୧ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୦
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୧୦/୦୪ ପର୍ୟ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ସିଂହ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
✧═════•❁❀❁•═══
କାଳବେଳା – ଦିବା ଘ୦୮/୩୪ ଗତେ ଘ୧୦/୧୪ ମଧ୍ୟେ
ବାରବେଳା – ଦିବା ଘ୧୧/୫୨ ଗତେ ଘ୦୧/୩୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୧୦/୧୪ ଗତେ ଘ୧୦/୫୩ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୪/୨୮ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୦୮ ଗତେ ଘ୦୭/୫୩ ମଧ୍ୟେ
═✧*══•❁❀❁•═════✧
*ଅଦ୍ୟ ବୋଇତିକଖାରୁ ଦିବା ଘ୧୦/୦୫ ଗତେ ପୋଟଳ ଭକ୍ଷଣ ନିଷେଧ
ଆଜିର ରାଶିଫଳ
✧═════•❁❀❁•═════✧
ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════✧
ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
✧═════•❁❀❁•═════✧
ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════✧
କର୍କଟ: ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
✧═════•❁❀❁•═════✧
ସି˚ହ: ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
✧═════•❁❀❁•═════✧
କନ୍ୟା: ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
ତୁଳା:ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════✧
ବିଛା: କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
✧═════•❁❀❁•═════✧
ଧନୁ:ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
✧═════•❁❀❁•═════✧
ମକର:👉 ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
କୁମ୍ଭ:ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
✧═════•❁❀❁•═════✧
ମୀନ:ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ