17.1 C
Bhubaneswar
Tuesday, November 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କର୍ମ କ୍ଷେତ୍ର ହେଉ ଅଥବା ରଣ କ୍ଷେତ୍ର ସେଠାରେ ଯଦି ସମ୍ପର୍କକୁ ମହତ୍ତ୍ବ ଦିଆଯାଏ ତାହେଲେ ପତନ ସୁନିଶ୍ଚିତ।ସେଥିପାଇଁ କର୍ମକ୍ଷେତ୍ରରେ କେବେବି ସମ୍ପର୍କକୁ ମହତ୍ତ୍ଵ ନ ଦେଇ ଦାୟିତ୍ବ,ଭରସା ଓ ବିଶ୍ୱାସକୁ ମହତ୍ତ୍ବ ଦେଲେ ହିଁ ନିଜର ସହ ପରିବାର ଓ ସମାଜର କଲ୍ୟାଣ ହୋଇଥାଏ ।ଆମ ନିଜ ଉପରେ ଓ ନିଜର କର୍ମ ଉପରେ ଭରସା ଓ ବିଶ୍ୱାସ କରି ଆଗେଇ ଚାଲିବା ଦରକାର। କର୍ମମୟ ଜୀବନ ଭିତରେ କେବେ କେବେ ନିଜର ଲୋକଙ୍କର ବିରୋଧ ସହିବାକୁ ପଡିଥାଏ କିନ୍ତୁ ସେହି ବିରୋଧକୁ ନିଜ ହିସାବରେ ସମାଧାନ କରି କର୍ମମୟ ଜୀବନରେ ଆଗକୁ ଆଗକୁ ବଢିବାକୁ ପଡିଥାଏ।ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ନିଜର ଆତ୍ମୀୟଙ୍କୁ ଦେଖି ଅର୍ଜୁନ ନିଜର ଗାଣ୍ଡୀବ ତ୍ୟାଗ କରିଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଧର୍ମ ରକ୍ଷା କରିବାକୁ ଗାଣ୍ଡୀବ ଉଠାଇ ଆତ୍ମୀୟଙ୍କ ସହ ଯୁଦ୍ଧ କରିବାକୁ ସାହସ ଦେଇଥିଲେ।ସେହିପରି ନିଜର କର୍ମ ଉପରେ ଯଦି ଭରସା ଓ ବିଶ୍ୱାସ ଅଛି ଦରକାର ପଡିଲେ ଆତ୍ମୀୟଙ୍କୁ ଏକ ତରଫା କରି ନିଜକୁ ନିଜ କର୍ମକ୍ଷେତ୍ରରେ ଆଗକୁ ଆଗକୁ ବଢି ଚାଲିବାକୁ ହେବ ।

ଅଦ୍ଯ ମିଥୁନ ଦି୨୦ନ ଆଷାଢ଼ କୃଷ୍ଣ ପ୍ରତିପଦ ଦ୨୦।୫୬ ଦିଘ ୧।୩୮,ପୂର୍ବାଷାଢ଼ା ଦ୯।୨୦ ଦିଘ୯।୦,ଧନୁ ଚନ୍ଦ୍ର ଦ୨୨।୩୬ଦିଘ ୨।୧୮।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ଦ୩/୧୫/୨୦ ଇଂଘ ୫/୧୫/୪୭ ଗତେ ଉଦୟ।
ଧନୁ ଦ୩/୦୬/୪୮ ଇଂଘ ୬/୨୫/୧୭ ଗତେ ଅସ୍ତ ।

*ଯୋଗିନୀ ପୂର୍ବେ । ଦିବା ଘ୧।୩୮ ଗତେ ଉତ୍ତରେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୯।୦ ଗତେ ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତାଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୨।୨୮ ଗତେ ମକର ମୀନ ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୬।୫୫ ଗତେ ଘ୮।୩୪ ମଧ୍ୟେ ବାରବେଳା । ଘ୧।୨୮ ଗତେ ଘ୩।୭ ମଧ୍ୟେ କାଳବେଳା । ରାତ୍ରି ଘ୭।୪୬ ଗତେ ଘ୯।୭ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୯।୦ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ଦିବା ଘ୧।୩୮ ଗତେ ତ୍ରିପାଦ ଦୋଷ । ଫଳଂ ସମ୍ପଦ ହାନି । ଭୂମି ଓ ଅନ୍ନ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୯।୦ ମଧ୍ୟେ ସାତମାସ ଗଣ୍ଡଦୋଷ ଫଳଂ ସ୍ତ୍ରୀ କୂଳଟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ ।ପ୍ରତିପଦା ଓ ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ(ପାଣି କଖାରୁ) ଦିବା ଘ୧।୩୮ ଗତେ ବୃହତୀ( ବୋଇତି କଖାରୁ)ଭକ୍ଷଣ ନିଷେଧ । ଶରଣ ଆରମ୍ଭ । ଦିବା ଘ୨।୧୮ ଗତେ ଶରଣ ପଞ୍ଚକ ଦୋଷ । ତୃଣ କାଷ୍ଠ ଛେଦନ ନିଷେଧ । ଅଦ୍ୟ ଶ୍ରାବଣ ବ୍ରତାରମ୍ଭ ।
(ଅମୃତ) – ଦିବା ଘ୭।୪୦ ମଧ୍ୟେ ଘ୯।୧୬ ଗତେ ଘ୧୧।୪୦ ମଧ୍ୟେ ଘ୨।୫୨ ଗତେ ଘ୩।୪୦ ମଧ୍ୟେ ରାତ୍ରି ଘ୭।୧୪ ମଧ୍ୟେ ଘ୧୨।୫୦ ଗତେ ଘ୩।୧୪ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୨।୪ ଗତେ ଘ୨।୫୨ ମଧ୍ୟେ ଘ୩।୪୦ ଗତେ ଘ୪।୨୮ ମଧ୍ୟେ ରାତ୍ରି ଘ୮।୫୦ ଗତେ ଘ୧୦।୨୬ ମଧ୍ୟେ।

ରାଶି ଫଳ
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।

ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।

କନ୍ୟା: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।

ତୁଳା: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।

ଧନୁ: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।

ମକର: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।

କୁମ୍ଭ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।

ମୀନ: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking