27.1 C
Bhubaneswar
Sunday, September 8, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କୌଣସି ବ୍ୟକ୍ତି ଯେବେ ଅନ୍ୟ ବ୍ୟକ୍ତି ଙ୍କ ଉପରେ ମନ୍ତବ୍ୟ (comment)ଦିଅନ୍ତି,ସେ ମନ୍ତବ୍ୟର ଅଧିକାରୀ ସେ ନିଜେ ହିଁ ହୋଇଥାନ୍ତି। କାରଣ ଯେବେ କୌଣସି ବ୍ୟକ୍ତି, ପ୍ରକୃତିର ଅତି ସୁନ୍ଦର ବର୍ଣ୍ଣନା କରନ୍ତି,ତେବେ ଲୋକେ ପ୍ରକୃତିକୁ ନୁହଁ ବରଂ ବର୍ଣ୍ଣନା କରିଥିବା ବ୍ୟକ୍ତିଙ୍କୁ ହିଁ “କବି” ର ଉପାଧି ଦେଇଥାନ୍ତି।ଏଣୁ ନିଜ ଜୀବନରେ ଆମେ ଅନ୍ୟ ପାଇଁ ଯାହା ସମାଲୋଚନା କରନ୍ତି,ତାହା ଅନ୍ୟକୁ ନୁହଁ ବରଂ ଆମକୁ ହିଁ ପ୍ରାପ୍ତ ହୋଇଥାଏ।ଏଣୁ ଯାହା ଆପଣଙ୍କୁ ପସନ୍ଦ ନୁହଁ, ତାହା ଅନ୍ୟକୁ ଦିଅନ୍ତୁ ନାହିଁ, କାରଣ ଅନ୍ୟକୁ ଆମେ ଯାହା ପ୍ରଦାନ କରନ୍ତି,ତାହା ଆମକୁ ହିଁ ପ୍ରାପ୍ତ ହୋଇଥାଏ। ଲୁଣଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜି ଯାଏ କେବେ ପୋକ ପଡିନାହିଁ ll ବାହାର ଦୁନିଆ ଯାହା ଦିଶୁଛି ତାହା ଜୀବନ ନୁହେଁ ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବା ତାହାକୁ ଜୀବନ କୁହାଯାଏ , କେବେବି ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରି ବଞ୍ଚିବା ଶିଖନ୍ତୁ ll

ଅଦ୍ଯ ବୃଷ ଦି୪ନ,ଚତୁର୍ଦ୍ଦଶୀ ଦ୪୧।୫ ରାଘ୯।୪୦,ଅଶ୍ବିନୀ ଦ୭।୫ ଦିଘ୮।୪,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ.

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦ୦/୨୨/୦୦ ଇଂଘ ୫/୧୩/୩୩ ଗତେ ଉଦୟ।
ବିଛା ଦ୦/୨୬/୦୦ ଇଂଘ ୬/୧୧/୩୨ ଗତେ ଅସ୍ତ ।

ଯୋଗିନୀ ପଶ୍ଚିମେ । ରାତ୍ରି ଘ୯।୪୦ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୮।୪ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଦିବା ଘ୨।୫୮ ଗତେ ଘ୬।୧୨ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୪ ଗତେ ଘ୧।୭ ମଧ୍ୟେ କାଳରାତ୍ରି ।ପ୍ରଥମ ରଜୋଦର୍ଶନେ ଦିବା ଘ୮।୪ ଗତେ ଦଶମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ଚତୁର୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାଷ( ବିରି) ଭକ୍ଷଣ ନିଷେଧ । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ।

*(ଅମୃତ)- ଦିବା ଘ୨।୪୯ ଗତେ ଘ୫।୧୩ ମଧ୍ୟେ ରାତ୍ରି ଘ୭।୦ ଗତେ ଘ୯।୨୪ ମଧ୍ୟେ ଘ୧୨।୩୬ ଗତେ ଘ୩।୦ ମଧ୍ୟେ ଘ୪।୩୬ ଗତେ ଘ୫।୧୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୬।୧ ମଧ୍ୟେ ଘ୯।୧୩ ଗତେ ଘ୧୦।୪୯ ମଧ୍ୟେ ।

ମେଷ: ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ମିଳିପାରେ । ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ ।

ବୃଷ: ଆଳସ୍ୟ ପରାୟଣ ହେଲେ ବି ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ମୋକଦ୍ଦମା ଖର୍ଚ୍ଚ ମିଳିବ । ଧନ, ସମ୍ପଦ,ଭରପୂର ରହିବ । ସୁସ୍ଥ ଓ ନିରାମୟ ରହିବେ ।

ମିଥୁନ: ଅର୍ଥ ପ୍ରାପ୍ତ ହେବେ; ମାତ୍ର ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ଧାର୍ମିକ ପ୍ରକୃତିର ହେବେ ।ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।

କର୍କଟ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ ।ସରକାରୀ ସ୍ତରରେ ସମ୍ମାନିତ ହେବେ ।ଗୃହସୁଖ ସହିତ ଯାନବାହନ ସୁଖ ମିଳିବ । ବହୁବିଦ୍ୟା ପାରଙ୍ଗମ ହେବେ।

ସିଂହ: ଆୟ ଆଶାନୁରୂପ ହେବ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।

କନ୍ୟା: ଶ୍ରମ ସାର୍ଥକ ହେବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ବିନୟୀ ଭାବର ହେବେ ।

ତୁଳା: କାର୍ଯ୍ୟ ବିଳମ୍ବିତ ହୋଇପାରେ। ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରଭାବ ବୃଦ୍ଧି ହେବ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା କରିବା ଭଲ।

ବିଛା: ବହୁ ସୁଖର ଅଧୁକାରୀ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ସ୍ଵକର୍ମ ପାଇଁ ମନରେ ଅହଂ ଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।

ଧନୁ: ଲୋକ ସଂପର୍କ ଅଧୁକତର ହେବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍ ଓ ଶତୃହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ।

ମକର: କ୍ରୋଧ ସମ୍ବରଣ କଲେ ମାନ୍ୟତା ପ୍ରାପ୍ତ ହେବେ ।କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବହିବ ।

କୁମ୍ଭ: ତେଜିୟାନ୍ ଓ କଡ଼ା ମିଞ୍ଜାସର ହୋଇପାରନ୍ତି । ଉଦାର ଭାବ ପ୍ରଦର୍ଶନ କରିପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି ।ବ୍ୟକ୍ତିତ୍ଵର ବିକାଶ ଘଟିବ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।

ମୀନ: ବିବାଦୀୟ ଘଟଣାରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି ।ପ୍ରେମୀ ଓ ସାହସୀ ହେବେ ।ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking