27.1 C
Bhubaneswar
Sunday, September 29, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

🦋 ଗଛଟିଏ ମରିଗଲା ପରେ ଯେତେ ପାଣି ଦେଲେ ମଧ୍ୟ ସେ ବଞ୍ଚି ନ ଥାଏ,ସେମିତି ସମ୍ପର୍କଟିରୁ ଆନ୍ତରିକତା ସରିଗଲା ପରେ ଯେତେ ଭଲ ପାଇବା ଦେଲେ ସେ ଭଲ ପାଇବାର କୌଣସି ମୂଲ୍ୟ ନଥାଏ ।

🦋 ଏ ଜୀବନ ବହୁତ ଛୋଟ,ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ।

🦋 କୌଣସି ସମ୍ପର୍କକୁ ଗଢିବା ପାଇଁ ବହୁତ ପରିଶ୍ରମ ଲାଗିଥାଏ ହେଲେ ଗୋଟେ ଛୋଟ ଭୁଲ ବୁଝାବଣା ସୁନ୍ଦର ସମ୍ପର୍କ କୁ ଭାଙ୍ଗି ଦେଇଥାଏ ତେଣୁ ସମ୍ପର୍କରେ ଭୂଲ ବୁଝବଣା କୁ ସମାପ୍ତ କରିବା ଜରୁରୀ ସମ୍ପର୍କ କୁ ନୁହେଁ।

*🦋 ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ,କାହିଁକିନା ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବି କୌଣସି ତୁଳନା ନାହିଁ,କିନ୍ତୁ ଯେତେବେଳେ ସେମାନଙ୍କର ସମୟ ଆସିଥାଏ ସେତେବେଳେ ସେମାନେ ଉଜ୍ଜଳ ହୋଇଥାନ୍ତି

ଅଦ୍ଯ ମୀନ ଦି୩ନ,ଦଶମୀ ଦ୨୦।୫ ଦିଘ ୨।୦,ଉତ୍ତରାଷାଢ଼ା ଦ୫୩।୨୨ ରାଘ୪।୧୯,ଧନୁ ଚନ୍ଦ୍ର ଦ୧୨।୦ ଦିଘ୧୦।୪୫।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୦/୧୦/୦୦ ଇଂଘ୫/୫୭/୫୫ ଗତେ ଉଦୟ।
କନ୍ୟା ଦ୦/୨୭/୧୦ ଇଂଘ ୫/୫୩/୧୮ ଗତେ ଅସ୍ତ ।

ଯୋଗିନୀ ଉତ୍ତରେ । ଦିବା ଘ୨।୦ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ରାତ୍ରି ଘ୪।୧୯ ଗତେ ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୪୫ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର ।ଦିବା ଘ୮।୫୪ ଗତେ ଘ୧୧।୫୨ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୫୫ ଗତେ ଘ୧୦।୨୬ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୪।୧୯ ମଧ୍ୟେ ପାଦ ଦୋଷ ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ । କଳମ୍ବୀ (କଳମ ଶାଗ) ଦିବା ଘ୨।୦ ଗତେ ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ । ଦିବା ଘ୧୦।୪୫ ଗତେ ଶରଣ ପଞ୍ଚକ ଦୋଷ । ତୃଣ କାଷ୍ଠ ଛେଦନ ନିଷେଧ ।
(ଅମୃତ) – ଦିବା ଘ୭।୩୨ ମଧ୍ୟେ ଘ୮।୨୦ ଗତେ ଘ୧୦।୪୪ ମଧ୍ୟେ ଘ୧।୮ ଗତେ ଘ୨।୪୪ ମଧ୍ୟେ ଘ୪।୨୦ ଗତେ ଘ୫।୫୩ ମଧ୍ୟେ ରାତ୍ରି ଘ୭।୨୯ ଗତେ ଘ୯।୫ ମଧ୍ୟେ ଘ୩।୩୦ ଗତେ ଘ୪।୧୮ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧୦।୪୧ ଗତେ ଘ୧୧।୨୯ ମଧ୍ୟେ ଘ୪।୧୭ ଗତେ ଘ୫।୫୩ ମଧ୍ୟେ ।

🌹ମେଷ: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

🌹ବୃଷ: ଧ୍ୟାନ ଲକ୍ଷ୍ୟସ୍ଥଳ ଆଡ଼କୁ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି।

🌹ମିଥୁନ: ଚାକିରି ବୃତ୍ତିରେ ପରସ୍ଥିତି ଉତ୍ତମ ରହିବ। ଜୀବନସାଥୀଙ୍କୁ କୌଣସି ଉପହାର ଦେବା ପାଇଁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ ହେବ।

🌹କର୍କଟ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।

🌹ସିଂହ: ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। କୌଣସି ଭଲ କଂପାନିରେ ଚାକିରିରେ ସୁଯୋଗ ଆସିବ।

🌹କନ୍ୟା: ଅଫିସରେ ନିଜର ମତ ରଖିବାର ସଫଳ ହେବେ। ବ୍ୟବସାୟରେ ଲାଭ ପାଇବେ। କୌଣସି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ପୂର୍ବରୁ ତାଙ୍କ ବ୍ୟବହାରକୁ ବୁଝନ୍ତୁ।

🌹ତୁଳା: ଆପଣଙ୍କର ବୃଦ୍ଧି ପାଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଜରୁରୀ କାମରେ ସଫଳତା ପାଇବେ। ପରିବାରରେ ଖୁସିର ଆଗମନ ହେବ।

🌹ବିଛା: ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କାରବାରରେ ଉନ୍ନତିର ସୁଯୋଗ ପାଇବେ।

🌹ଧନୁ: ଅଫିସରେ ନୂଆ କାମ ମିଳିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରିୟତମଙ୍କ ସହିତ ବାହାରେ ରାତ୍ରିଭୋଜନ କରିବେ।

🌹ମକର: କାରବାର ବୃଦ୍ଧି ଲାଗି ପରିବାର ଲୋକଙ୍କ ଠାରୁ ପରାମର୍ଶ ମିଳିବ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସାବଧାନତାର ସହ ଯାନବାହାନ ଚଳାନ୍ତୁ।

🌹କୁମ୍ଭ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ

🌹ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking