“ସଙ୍ଗମାନଙ୍କର କର୍ମ ଦେଖି ଚିନ୍ହିବା ଉଚିତ,ତାଙ୍କ କଥା ବାର୍ତ୍ତାରୁ ନୁହେଁ।”
ଯେତେବେଳେ ତୁମେ ଜୀବନରେ କିଛି ହରାଇବ,ଏଥିରୁ ପ୍ରାପ୍ତ ଶିକ୍ଷା ମଧ୍ୟ ହରାନ୍ତୁ ନାହିଁ |”
ଆପଣ ନିଜ କାର୍ଯ୍ୟ ସେତେବେଳେ ଆରମ୍ଭ କର ଯେତେବେଳେ ଅନ୍ୟ ଜଣେ ନିଜର ସମୟ ବର୍ବାଦ କରିବାରେ ଲାଗିଛି।”
ଜୀବନ ଠିକ ଏବଂ ଭୁଲ ମଧ୍ୟରେ ଲଢ଼େଇ ବିଷୟରେ ନୁହେଁ |ଏହା ପରିପକ୍ୱତା ମାଧ୍ୟମରେ ଚାଲିଥାଏ |”
“ସବୁଦିନ ପାଇଁ ଯୁବକ ରହିବା ପାଇଁ ମୁହଁକୁ ସୌନ୍ଦର୍ଯ୍ୟ ନୁହେଁ,ମସ୍ତିଷ୍କ ଉଡ଼ାଣ ଆବଶ୍ୟକ |
ଗୀତା ଜ୍ଞାନ
ଶ୍ରୀମଦ୍ଭଗବଦ୍ ଗୀତା
ଜ୍ଞାନକର୍ମସନ୍ୟାସଯୋଗ
ଭାବାନୁବାଦ
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ
ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ମୋ ବାଣୀ ବୀର ଅର୍ଜୁନ,
ମୋଠାରୁ ପ୍ରଥମେ ଶିଖିଲେ ‘କର୍ମଯୋଗ’ ତପନ। #
ସୂର୍ଯ୍ୟ ନିଜ ପୁତ୍ର ମନୁଙ୍କୁ ତାହା ଥିଲେ ଶିଖାଇ,
ମନୁ ସ୍ବପୁତ୍ର ଇକ୍ଷାକୁଙ୍କୁ ଥିଲେ ସେ ତତ୍ତ୍ବ ଦେଇ।
ହେ ଶତ୍ରୁ ତାପନ ! ଏଭଳି ପରମ୍ପରାର କ୍ରମେ, ##
ଅଭିନ୍ନ ଭାଗ ସେ ହୋଇଲା ରାଜର୍ଷିଙ୍କ ଜୀବନେ।
କାଳକ୍ରମେ ଦୀର୍ଘ ସମୟ ହେଉଁ ଅତିବାହିତ,
ସେହି କର୍ମଯୋଗ ମନୁଷ୍ୟ-ଲୋକେ ହୋଇଲା ଲୁପ୍ତ।
ତୁମ୍ଭେ ପ୍ରିୟ ଭକ୍ତ ମୋ ମିତ୍ର ସେଥିପାଇଁ ଅର୍ଜୁନ,
ଏହି କର୍ମଯୋଗ ରହସ୍ୟ କଲି ମୁଁ ଉନ୍ମୋଚନ।
କହିଲେ ଅର୍ଜୁନ କିପରି ବୁଝିବି ଏହି କଥା ?
କଳ୍ପ ଆରମ୍ଭରୁ ଅଛନ୍ତି ପରା ସୂର୍ଯ୍ୟ ଦେବତା। *
ଆପଣ ତ ଏବେ ଜନମ ହୋଇଛନ୍ତି ଗୋସାଇଁ,
ସୂର୍ଯ୍ୟଙ୍କୁ କିପରି ଏ ‘କର୍ମଯୋଗ’ ଥିଲେ ଶିଖାଇ ?
ବୋଲନ୍ତି ଶ୍ରୀକୃଷ୍ଣ ହେ ବୀର ! ତୁମ୍ଭେ ନଥିବ ଜାଣି,
କଳ୍ପାରମ୍ଭୁ କେତେ ଜନମ ତୋ ସଙ୍ଗେ ବିତିଲାଣି ।
ନାହିଁ ଜନ୍ମମୃତ୍ୟୁ ମୋର, ମୁଁ ଅବିନାଶୀ ଈଶ୍ୱର,
ପ୍ରକୃତି କରି ନିୟନ୍ତ୍ରଣ ମୁହିଁ ହୁଏ ସାକାର। **
ଧର୍ମ ହୋଇଲେ କଳୁଷିତ, ବୃଦ୍ଧି ହେଲେ ଅଧର୍ମ,
ଧର୍ମ ସଂସ୍ଥାପନା ନିମନ୍ତେ ହୁଏ ମୁଁ କାୟାବାନ।
ସାଧୁ ପରିତ୍ରାଣ ପାପୀଙ୍କ ନାଶ ପାଇଁ ଧରାରେ,
ଆଗମନ ହୁଏ ମୋହର ଭାରା ନିବାରଣରେ।
ଶୁଣ ପାର୍ଥ ମୋର ଜନମ, କର୍ମ ଦିବ୍ୟ ପବିତ୍ର,
ଜାଣିଲେ ସେ ତତ୍ତ୍ବ ମୋ ଦେହେ ଜ୍ଞାନୀ ହୁଏ ବିଲୁପ୍ତ।
ମୁଁ ଅବିନାଶୀ ସର୍ବ ଭୂତ ପରମ ଗତି ମୁହିଁ,
ଜାଣିଲେ ସେ ତତ୍ତ୍ୱ ପ୍ରାଣୀ ଯେ ପୁନର୍ଜନ୍ମୁ ତରଇ।
ଆସକ୍ତି,ଭୟ,କ୍ରୋଧ ତେଜି କିଛି ବ୍ୟକ୍ତି ପୂରୁବେ,
କରିଥିଲେ ମୋତେ ଆଶ୍ରୟ ଜ୍ଞାନତପେ ସରବେ।
ଲଭିଛନ୍ତି ମୋର ସ୍ଵରୂପ ପ୍ରେମ ଭକ୍ତିରେ ମଜ୍ଜି,
ମୋକ୍ଷ ପାଇଛନ୍ତି ସଂସାରୁ ପରମାତ୍ମାଙ୍କୁ ହେଜି।
ଯେଉଁ ପ୍ରକାରେ ଭକ୍ତଗଣ କରିଥାନ୍ତି ଭଜନ,
ସେହି ପ୍ରକାରେ ମୁଁ ଭକ୍ତଙ୍କୁ କରେ ଅନୁସରଣ।
ଭକତଙ୍କ ମୁହିଁ ଜୀବନ ଭକ୍ତ ଜୀବନ ମୋର ,
ଅନୁସରନ୍ତି ଯେ ସର୍ବୋତ୍ତ ଭାବେ ପରମାତ୍ମାର
# ତପନ.. ସୂର୍ଯ୍ୟ
## ଶତ୍ରୁତାପନ..ଶତ୍ରୁଙ୍କୁ ଭୟପ୍ରଦାନକାରୀ
*କଳ୍ପ ଆରମ୍ଭରୁ… ସୃଷ୍ଟି ଆରମ୍ଭରୁ
*ପ୍ରକୃତି ନିୟନ୍ତ୍ରଣ କରିବା… ନିରାକାର ସର୍ବବ୍ୟାପ୍ତ ପରମାତ୍ମା ପ୍ରକୃତିକୁ(nature)ନିୟନ୍ତ୍ରଣ କରି,ପଞ୍ଚମହାଭୂତରେ ଗଢା ଶରୀର ହୋଇ,ଦୁଷ୍କୃତି ବିନାଶ ପାଇଁ ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେଇଛନ୍ତି। *ଅନ୍ତଃଦୃଷ୍ଟି
‘କର୍ମଯୋଗ’ ସାଧାରଣ ବ୍ୟକ୍ତି ମାନଙ୍କର ଦୈନନ୍ଦିନ କର୍ମ ସହିତ ସମାନ ନୁହେଁ। ‘କର୍ମଯୋଗ’ ଏକ ତପସ୍ୟା।କାମନା ବାସନା ତ୍ୟାଗକରି, ସାଂସାରିକ ମୋହ ଛାଡି,ସମାଜର ମଙ୍ଗଳପାଇଁ ବିଧି ନିର୍ଦ୍ଦେଶିତ କର୍ତ୍ତବ୍ୟ-କର୍ମ କରିବା କେବଳ ସ୍ଥିତପ୍ରଜ୍ଞ ଜ୍ଞାନୀମାନଙ୍କ ପକ୍ଷରେ ସମ୍ଭବ। ଏହି କର୍ମଯୋଗ ମହାଭାରତ କାଳରେ ମଧ୍ୟ ପ୍ରଚଳିତ ନଥିଲା। ସମସ୍ତେ ଭୁଲିଯାଇଥିଲେ। ଧର୍ମ ସ୍ଥାପନା ଉଦ୍ଦେଶ୍ୟରେ ଅବତାର ନେଇଥିବା ଶ୍ରୀକୃଷ୍ଣ ସେହି କର୍ମଯୋଗର ପୁନରୁତ୍ଥାନ କରି ଅର୍ଜୁନଙ୍କ ଭଳି କର୍ମଯୋଗୀଙ୍କ ମାଧ୍ଯମରେ ଏକ ନୂତନ “ଧର୍ମ”ଆକାରରେ ପ୍ରଚଳିତ କରିବାକୁ ଚାହୁଁଥିଲେ।
ସେ ନିଜେ କିଛି କରନ୍ତି ନାହିଁ; ଯୁଗେ ଯୁଗେ ଭକ୍ତମାନଙ୍କ ଦ୍ଵାରା କରାଇଥାନ୍ତି।ଯୁଗେ ଯୁଗେ ଅର୍ଜୁନ ତାଙ୍କ ସହିତ ଧର୍ମ ସଂସ୍ଥାପନା କାର୍ଯ୍ୟରେ ସହଯୋଗ କରିଛନ୍ତି; କିନ୍ତୁ ତାହା ତାଙ୍କର ବିସ୍ମୃତ ହୋଇଯାଇଛି। ଶ୍ରୀକୃଷ୍ଣ ଯେ ସ୍ବୟଂ ନାରାୟଣଙ୍କ ଅବତାର ସେକଥା ଅର୍ଜୁନ ଜାଣିପାରି ନାହାଁନ୍ତି। ଅର୍ଜୁନଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା ପାଇଁ ଶ୍ରୀକୃଷ୍ଣ କହିଛନ୍ତି:- ଅର୍ଜୁନ ! ଏହି କର୍ମଯୋଗ ମୁଁ ପ୍ରଥମେ ସୂର୍ଯ୍ୟଙ୍କୁ ଶିକ୍ଷା ଦେଇଥିଲି।ସୂର୍ଯ୍ୟ ତାଙ୍କ ପୁତ୍ର ମନୁଙ୍କୁ ଏବଂ ମନୁ ତାଙ୍କ ପୁତ୍ର ଇକ୍ଷାକୁଙ୍କୁ ଏହା ଶିଖାଇଥିଲେ।କାଳକ୍ରମେ ଏହି କର୍ମଯୋଗ ରାଜର୍ଷି ମାନଙ୍କ ଶାସନର ଅଭିନ୍ନ ଅଙ୍ଗ ହୋଇଗଲା। କିନ୍ତୁ କାଳକ୍ରମେ ସଂସାରରେ ସମସ୍ତେ ଏହି ଅବିନାଶୀ କର୍ମଯୋଗ ତତ୍ତ୍ବକୁ ଭୁଲିଗଲେ।
ଶ୍ରୀକୃଷ୍ଣଙ୍କଠାରୁ ଅର୍ଜୁନ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହିଛନ୍ତି…ଏହା କିପରି ସମ୍ଭବ କେଶବ?ସୂର୍ଯ୍ୟ ଦେବତା କଳ୍ପ ଆରମ୍ଭରୁ ରହିଛନ୍ତି, କିନ୍ତୁ ଆପଣ ତ ଏବେ କିଛି ବର୍ଷ ଆଗରୁ ଜନ୍ମଗ୍ରହଣ କରିଛନ୍ତି।ଆପଣ କିପରି ସୂର୍ଯ୍ୟଦେବଙ୍କୁ କର୍ମଯୋଗ ଶିକ୍ଷାଦେଲେ !
ପ୍ରିୟ ଭକ୍ତର ବିସ୍ମୃତ ଅବସ୍ଥା ଦେଖି ତାଙ୍କର ଭ୍ରମ ଦୂର କରିବା ପାଇଁ ଶ୍ରୀକୃଷ୍ଣ କହିଛନ୍ତି..ହେ ଶତ୍ରୁତାପନ ଭରତ ବଂଶୀ ଅର୍ଜୁନ ! ମୋର ଜନ୍ମ ଓ କର୍ମ ଅତି ପୁରାତନ।ତୁମେ ହୁଏତ ଜାଣି ପାରୁନାହଁ, କିନ୍ତୁ ତୁମ ସହିତ ଏଭଳି କେତେ ଜନ୍ମ ବିତିଗଲାଣି। ମୁଁ ସମସ୍ତ ପ୍ରାଣୀଙ୍କ ଈଶ୍ବର; ମୁଁ ଅଜନ୍ମା, ଅବିନାଶୀ,ଅକ୍ଷର, ଅଦୃଶ୍ୟ। ତାହା ହେଲେ ମଧ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରି ମୁଁ ସାକାର ହୋଇଥାଏ।ଯେବେ ପୃଥିବୀରେ ଧର୍ମର କ୍ଷୟ ହୁଏ ତଥା ଅଧର୍ମର ଉତ୍ଥାନ ହୁଏ, ସେ ସମୟରେ ଧର୍ମସ୍ଥାପନା ପାଇଁ ମୁଁ ସାକାର ଶରୀରରେ ଅବତୀର୍ଣ୍ଣ ହୁଏ।ହେ ଅର୍ଜୁନ ! ମୋର ଜନ୍ମ ଓ କର୍ମ ଦିବ୍ୟ ଓ ଅଲୈକିକ ବୋଲି ଯେଉଁ ମାନେ ତତ୍ତ୍ବତଃ ଜାଣନ୍ତି ସେମାନେ ମୋ ଶରଣ ଯାଇ ଅଳିକ ସଂସାରରେ ଆଉ ପୁନର୍ଜନ୍ମ ପାଆନ୍ତି ନାହିଁ। ମୁଁ ଭକ୍ତର ଏବଂ ଭକ୍ତ ମୋର।ମୋଠାରେ ସବୁ କର୍ମ ସମର୍ପଣ କରିଦେଇ ଭକ୍ତ ମୋକ୍ଷ ଲାଭ କରେ।
ଭକ୍ତ ଓ ଭଗବାନଙ୍କର ଏହି ସମ୍ପର୍କ ବର୍ଣ୍ଣନା କରି ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଯେ ଏହି ଭୟଙ୍କର ଯୁଦ୍ଧରେ ନିଜର କର୍ତ୍ତବ୍ୟକର୍ମ ସମ୍ପାଦନ କରି ତାର ଫଳାଫଳ ପରମାତ୍ମାଙ୍କ ଉପରେ ଛାଡିଦେଲେ ମନର ପରିବେଦନା ଦୂର ହୋଇଯିବ ଏବଂ ମୋକ୍ଷ ପ୍ରାପ୍ତି ହେବ।
: ଜୀବନ ଦର୍ଶନ *
“ଭଗବାନ ହିଁ ସନାତନ ଧର୍ମର ଆଧାର ଏବଂ ସନାତନ ଧର୍ମ ଭଗବାନଙ୍କର ଆଧାର, ତାତ୍ପର୍ଯ୍ୟ ହେଲା, ସନାତନ ଧର୍ମ ଓ ଭଗବାନ ଦୁଇ ନୁହଁନ୍ତି, ବରଂ ଏକ, ସନାତନ ଧର୍ମ ଭଗବାନଙ୍କର ହିଁ ସ୍ବରୂପ, ଭଗବାନ ମଧ୍ୟ ଅବତାର ଗ୍ରହଣ କରି ସନାତନ ଧର୍ମର ରକ୍ଷା କରନ୍ତି।”
ଅମୃତବାଣୀ*
“ଯେଉଁଥିରେ ଚିତ୍ତ ନିର୍ମଳ ହେବ, ସେହି ସହଜ ସାଧନ ପନ୍ଥାରେ ଚାଲ l ଚିତ୍ତ ସ୍ଥିର ହେଲେ, ନିର୍ମଳ ହେଲେ ପ୍ରଳୟ ପରେ ପ୍ରକୃତି ଶାନ୍ତ ହେଲା ପରି ଚିତ୍ତ ସ୍ତବ୍ଧ ହୋଇଯାଏ, ବିବେକବୈରାଗ ଆପଣା ମନକୁ ଜାଗିଉଠେ l ଚକ୍ଷୁପଲକରେ ଯୁଗଯୁଗାନ୍ତରର ସାଧନାର ଫଳ ଲାଭ ହୁଏ l କେବଳ ଗୁରୁବାକ୍ୟପ୍ରତି ବିଶ୍ୱାସ ଥିଲେ ସେହି ସହଜ ସରଳ ଉପଦେଶରେ ଚିତ୍ତଶୁଦ୍ଧି ସମ୍ପାଦିତ ହୁଏ l”
ଶ୍ରୀ ଶ୍ରୀଠାକୁର ନିଗମାନନ୍ଦ
ପ୍ରେବୃଆରୀ ମାସ ୦୯ ତାରିଖ ୨୦୨୩ ମସିହା(ଗୁରୁବାର)*
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଫାଲଗୁନମାସ-କୃଷ୍ଣପକ୍ଷ
ତିଥି- ତୃତୀୟା ପ୍ରାତଃ ଘ୦୬/୩୮ ଗତେ ଚତୁର୍ଥୀ
ନକ୍ଷତ୍ର-ଉତ୍ତରାଫା ରାତ୍ରି ଘ୧୧/୨୧ ଗତେ ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ-ସୁକର୍ମା
କରଣ – ଵିଷ୍ଟି
ସୌରମାସ- ମକର ୨୭ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୫୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୩୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ୦୬/୩୮ ଗତେ ନୈରୁତେ
ବୃଷ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୧ ଗତେ ଘ୦୫/୪୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୧୨/୫୧ ଗତେ ଘ୦୩/୧୭ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୫୮ ମଧ୍ୟେ ଓ ଘ୧୧/୧୦ ଗତେ ଘ୦୧/୩୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
: 🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════✧
🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════✧
🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════✧
🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════✧
🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════✧
🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════✧
🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════✧
🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════✧
🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════✧
🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।