🦋”ଈଶ୍ବରଙ୍କ ଅନୁଗ୍ରହ ଲାଭ କରିବାକୁ ହେଲେ , ଆମକୁ ହୃଦୟଙ୍ଗମ କରିବାକୁ ହେବ ଈଶ୍ବର ହେଉଛନ୍ତି ସର୍ବଘଟବାସୀ ଏବଂ ଆମକୁ ସେହିଅନୁସାରେ କାମ କରିବାକୁ ହେବ !!”
🦋”ଧନୀ ଅର୍ଥ ନୁହେଁ ଯେ ଆପଣଙ୍କର ପ୍ରଚୁର ଅର୍ଥ ଅଛି , ଏହାର ଅର୍ଥ ଆପଣଙ୍କ ପାଖରେ ଏପରି କିଛି ରହିବା ଉଚିତ ଯାହା ଟଙ୍କା କିଣି ପାରିବ ନାହିଁ , ଯେଉଁଟା ହେଉଛି ମାନବୀୟ ମୁଲ୍ୟବୋଧ ଯଥା ସତ୍ୟ , ଧର୍ମ , ଶାନ୍ତି , ପ୍ରେମ ଏବଂ ଅହିଂସା !!”
🦋”ଜଣେ ନଦୀ କିମ୍ବା ସମୁଦ୍ର ପାର ହେବା ସମୟରେ ଯେପରି ନାବିକଙ୍କ ଉପରେ ସଂପୂର୍ଣ୍ଣ ବିଶ୍ବାସ ରଖେ , ସେହିପରି ଜୀବନ ସମୁଦ୍ର ପାର ହେବାପାଇଁ ଭଗବାନଙ୍କ ଉପରେ ସମାନ ପ୍ରକାରର ବିଶ୍ବାସ ରଖିବା ଉଚିତ୍ !!”
🦋”ଜଣେ ବ୍ୟକ୍ତି ନିଜ ଚେହେରା ଦ୍ବାରା ନୁହେଁ ବରଂ ତାଙ୍କର ଦୟା , ପ୍ରେମ , ସମ୍ମାନ , ସଚ୍ଚୋଟତା ଏବଂ ବିଶ୍ବସ୍ତତା ଦ୍ବାରା ଅଧ୍ବକ ଆକର୍ଷଣୀୟ ହୋଇଥାଏ !!”
*🦋”ମହତ୍ ମଣିଷ ହିଁ ଅନ୍ୟର ମହତ୍ତ୍ବ କୁ ଅଭିନନ୍ଦନ ଜଣାଏ ଏବଂ ଅନ୍ୟର ମହତ୍ତ୍ବକୁ ଆଦର କରିବା ଫଳରେ ଆମ ନିଜ ଭିତରେ ମହତ୍ୱର ବିକଶିତ ହୁଏ !!”
ଅଦ୍ୟ ନଭେମ୍ବର ମାସ ୧୧ ତାରିଖ ୨୦୨୨ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାର୍ଗଶିର-କୃଷ୍ଣପକ୍ଷ
ତିଥି- ତୃତୀୟା ରାତ୍ରି ଘ୦୮/୦୦ ଗତେ ଚତୁର୍ଥୀ
ନକ୍ଷତ୍ର- ମୃଗଶିରା
ଚନ୍ଦ୍ର- ବୃଷରାତ୍ରି ଘ୦୬/୪୫ ଗତେ ମିଥୁନ*
ଯୋଗ- ଶିବ
କରଣ – ବାଣିଜ୍ୟ
ସୌରମାସ- ତୁଳା ୨୬ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୩୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୦୫
*✧═════•❁❀
ଯୋଗିନୀ ଅଗ୍ନିକୋଣରେ ରାତ୍ରି ଘ୦୮/୦୦ ଗତେ ନୈରୁତେ
ବିଛା ରାଶିର ଘାତଚନ୍ଦ୍ର
ବିଛା, ଧନୁ ଓ ମୀନ ରାଶିର ଘାତବାର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୦୮/୫୩ ଗତେ ଘ୧୧/୪୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୩ ମଧ୍ୟେ ଓ ଘ୦୭/୩୨ ଗତେ ଘ୦୮/୫୨ ମଧ୍ୟେ ଓ ଘ୧୨/୨୦ ଗତେ ଘ୦୩/୩୩ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଟଳ ରାତ୍ରି ଘ ୦୮/୦୦ ଗତେ ମୂଳା ଭକ୍ଷଣ ନିଷେଧ
═✧══•❁❀❁•══
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
✧═════•❁❀❁•═════✧
ବୃଷ : 👉ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
✧═════•❁❀❁•═════✧
ମିଥୁନ : 👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
✧═════•❁❀❁•═════✧
କର୍କଟ: 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
✧═════•❁❀❁•═════✧
ସିଂହ : 👉ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
✧═════•❁❀❁•═════✧
କନ୍ୟା: 👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
✧═════•❁❀❁•═════✧
ତୁଳା :👉 ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
✧═════•❁❀❁•═════✧
ବିଛା :👉 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
✧═════•❁❀❁•═════✧
ଧନୁ : 👉ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
✧═════•❁❀❁•═════✧
ମକର : 👉ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
✧═════•❁❀❁•═════✧
କୁମ୍ଭ : 👉ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
✧═════•❁❀❁•═════✧
ମୀନ : 👉କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।
ଆଜିର ନୀତିବାଣୀ “*
➡️”ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ , ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ !!”
➡️”ଆଶା ଏବଂ ଆଶାର ଧାରଣା କେବଳ ସେହିମାନଙ୍କ ପାଇଁ ସୃଷ୍ଟି ହୋଇଛି ଯେଉଁମାନେ ନିରାଶ ହୋଇଛନ୍ତି !!”
➡️”ବିଶ୍ବାସ, ଆତ୍ମବିଶ୍ବାସ , ଈଶ୍ବରବିଶ୍ବାସ ଯେତେବେଳେ ମରିଯାଏ, ସେତେବେଳେ ” ଅନ୍ଧବିଶ୍ବାସ ” ଜନ୍ମ ନିଏ !!”
➡️”ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଘରେ ରହିଲେ ଜଣେ ବଡ ହୋଇଯାଏ ନାହିଁ । ଭଲ ଗୁଣ ଓ ଜ୍ଞାନ ଥିଲେ ଜଣେ ବଡ ହୁଏ !!”
➡️”ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛିବି ଲାଭ ନାହିଁ ! ଯଦି ଦୁଃଖୀ ମଣିଷଟିଏ ମୁଁହରେ ହସ ଫୁଟେଇ ପାରିଲ ତେବେ ତୁମକୁ ମନ୍ଦିର ଯିବାକୁ ପଡ଼ିବନି !!”
➖➖➖➖➖➖➖➖
” ଆଜିର ସୁବିଚାର ”
🥀”ଯିଏ ତୁମର ଆବଶ୍ୟକ କରେ ନାହିଁ, ତଥାପି ଯିଏ ତୁମ ସହିତ ସମ୍ପର୍କ ବଜାୟ ରଖେ, କେବଳ ଭାଗ୍ୟଶାଳୀ ବ୍ୟକ୍ତି ହିଁ ଏପରି ସମ୍ପର୍କ ପାଇଥାଏ !!”
🥀”ଲକ୍ଷ୍ୟସ୍ଥଳକୁ ଅଧା ବାଟ ଯିବା ପରେ କେବେ ଫେରି ଆସନ୍ତୁ ନାହିଁ … କାରଣ ଯେତେବେଳେ ତୁମେ ଫେରିଆସିବ ତୁମକୁ ପୁଣି ଅଧା ରାସ୍ତା ଅତିକ୍ରମ କରିବାକୁ ପଡିବ ..!!”
🥀”ଯେତେବେଳେ ଜ୍ଞାନୀମାନେ ନୀରବ ରୁହନ୍ତି ଏବଂ ଜ୍ଞାନହୀନମାନେ କହିବା ଆରମ୍ଭ କରନ୍ତି ସେତେବେଳେ ଉଭୟ ପରିବାର ଏବଂ ସମାଜ ନଷ୍ଟ ହେବାକୁ ଲାଗିଥାଏ !!”
🥀”ଶିକ୍ଷାର ସର୍ବାଧିକ ଶକ୍ତି ଅଛି, ଯାହା ସମଗ୍ର ବିଶ୍ୱକୁ ବଦଳାଇପାରେ !!”
🥀”ଏହି ଦେଶର ସର୍ବୋତ୍ତମ ବୁଦ୍ଧି …… ଶ୍ରେଣୀର ଶେଷ ବେଞ୍ଚରେ ମିଳିପାରିବ !!”
🥀”ଜଣେ ଛାତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ଯେ ସେ ସର୍ବଦା ନିଜ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା !!”