➡️କୌଣସି ଭଲ ଲୋକ ସହିତ ଧୋର୍ଯ୍ଯଠୁ ଅଧିକ ଖରାପ ବ୍ୟବହାର କରନ୍ତୁ ନାହିଁ କାହିଁକି ନା ସବୁଠୁ ସୁନ୍ଦର କାଚ ଭାଙ୍ଗି ଗଲେ ହତିଆରରେ ପରିଣତ ହୋଇଯାଏ ।
➡️ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢିଥାଏ,ନାରୀଟିଏ ବୁଦ୍ଧିମାନ ଥିଲେ ଘରର ସୁଖ ଶାନ୍ତି ବଜାୟ ରୁହେ ,ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ସମ୍ମାନ ମିଳିଥାଏ କିନ୍ତୁ ବୃଦ୍ଧ ପିତା ମାତା ସାଥିରେ ଥିଲେ ଘର ସ୍ବର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ ।
➡️ସ୍ବାର୍ଥରେ ଆଘାତ ଲାଗିଲେ ଏ ଦୁନିଆରେ ଲୋକେ ବିଶ୍ବାସ ଆଉ ସମ୍ପର୍କ ଭାଙ୍ଗିବାକୁ ସମୟ ନିଅନ୍ତି ନାହିଁ ।
➡️ସମୟ ଉପରେ ଭରଷା କରନି କାହିଁକି ନା ତୁମେ ଆଜି ଯାହାକୁ ଭଲ ଲୋକ ବୋଲି କହୁଛ–ସେ କେତେ ବେଳେ ଯେ ମତଲବି ବନିଯିବ ଜଣା ପଡିବନି —।
➡️ରାଗ,ରୁଷା,ଗର୍ବ,ଅହଙ୍କାର ଭୁଲି ହୃଦୟରେ ଜାଗା ଦେବା ଶିଖନ୍ତୁ……..କିଏ ଜାଣେ କେତେ ବେଳେ ଏ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯିବ —–।
➡️Adjustment ସେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଜୀବନରେ , Understanding ହିଁ ସବୁଠାରୁ ବେଶୀ ଗୁରୁତ୍ବପୂର୍ଣ୍ଣ ……..
ଅଦ୍ଯ ତୁଳା ଦି୧୧ନ,ଷଷ୍ଠୀ ଦ ୧୨।୯ ଦିଘ ୧୦।୪୨, ଆଦ୍ରା ଦ୪।୪୬ ଦିଘ୭।୪୪,ମିଥୁନ ଚନ୍ଦ୍ର ଦ୫୪।୪୨ ରାଘ୩।୪୩
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ତୁଳା ଦ୧/୪୫/୧୦ ଇଂଘ୫/୪୯/୩୭ ଗତେ ଉଦୟ
ମେଷ ଦ ୧/୨୫/୦୭ ଇଂଘ ୫/୧୨/୧୫ ଗତେ ଅସ୍ତ ।
ଯୋଗିନୀ ପଶ୍ଚିମେ । ଦିବା ଘ୧୦।୪୨ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର। କର୍କଟ ରାଶିର ଘାତବାର । ଦିବା ଘ୭।୪୪ ଗତେ ପୁଷ୍ୟା ଅଶ୍ଳେଷା ପୂର୍ବଫାଃ ହସ୍ତା ସ୍ବାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆଦ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୩।୪୩ ଗତେ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ମେଷ ବୃଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଦିବା ଘ୮।୪୧ ଗତେ ଘ୧୦।୭ ମଧ୍ୟେ କାଳବେଳା । ଘ୧୧।୩୩ ଗତେ ଘ୧୨।୫୯ ମଧ୍ୟେ ବାରବେଳା । ରାତ୍ରି ଘ୨।୪୧ ଗତେ ଘ୪।୧୫ ମଧ୍ୟେ କାଳରାତ୍ରି । ମୃତେ ଗତେ ଦ୍ଵିପାଦ ଦୋଷ । ଫଳଂ ପଶୁ ଓ ସନ୍ତାନ ହାନି । ଅନ୍ନ ଓ ତିଳକାଞ୍ଚନ ଦାନ ।ଦିବା ଘ୭।୪୪ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ। ପ୍ରଥମ ରଜୋଦର୍ଶନେ ଦିବା ଘ୭।୪୪ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ । ସ୍ବର୍ଣ ଓ ପୀତ ବସ୍ତ୍ର ଦାନ ।ସପ୍ତମୀର ପାର୍ବଣ ଶ୍ରାଦ୍ଧ । ନିମ୍ବ ଦିବା ଘ୧୦।୪୨ ଗତେ ତାଳ ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୬।୩୭ ମଧ୍ୟେ ଘ୭।୨୫ ଗତେ ଘ୮।୧୩ ମଧ୍ୟେ ଘ୧୦।୩୭ ଗତେ ଘ୧।୧ ମଧ୍ୟେ । ରାତ୍ରି ଘ୬।୦ ଗତେ ଘ୬।୪୮ ମଧ୍ୟେ ଘ୮।୨୪ ଗତେ ଘ୨।୪୮ ମଧ୍ୟେ । (ମାହେନ୍ଦ୍ର)- ଦିବା ଘ୬।୩୭ ଗତେ ଘ୭।୨୫ ମଧ୍ୟେ ଘ୧।୪୯ ଗତେ ଘ୪।୧୩ ମଧ୍ୟେ ।
ମେଷ: ସାମାଜିକ ସମ୍ମାନ ପ୍ରାପ୍ତ ହେବ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
🌹ବୃଷ: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
🌹ମିଥୁନ: ଦିନଟି ଠିକ୍ଠାକ୍ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
🌹କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
🌹ସି˚ହ: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
🌹କନ୍ୟା: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
🌹ତୁଳା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
🌹ବିଛା: ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
🌹ଧନୁ: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
🌹ମକର: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।
🌹କୁମ୍ଭ: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
🌹ମୀନ:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।
ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।