22.1 C
Bhubaneswar
Friday, December 5, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି ଯଦି ” ମାଆ ” ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ । ସମ୍ପର୍କ ତ ପ୍ରାୟ ସମସ୍ତେ ଗଢନ୍ତି କିନ୍ତୁ ଶେଷ ଯାଏଁ ସେହିମାନଙ୍କ ସମ୍ପର୍କ ମଜବୁତ୍ ରହିଥାଏ;ଯେଉଁ ମାନଙ୍କ ଭିତରେ ବିଶ୍ବାସ ଦୃଢ ଥାଏ ।
ଖରାପ ସମୟ ଏତେ ବି ଖରାପ ନୁହେଁ କାରଣ ଖରାପ ସମୟ ହିଁ ଆମକୁ କିଛି ଭଲ ମଣିଷ ସହ ପରିଚୟ କରାଏ ।
ସମୟ ସହ ଯଦି କୌଣସି ସମ୍ପର୍କ ବଦଳି ଯାଏ,ବୁଝିନେବେ ସେ ସମ୍ପର୍କ ସମ୍ପର୍କ ନ ଥିଲା “ପ୍ରୟୋଜନ ଥିଲା” ।

ଅପେକ୍ଷାର ଫଳ ନିଶ୍ଚିତ ରୂପେ ମିଠା ହୋଇଥାଏ କିନ୍ତୁ ଧୋର୍ଯ୍ଯ ଧରି ରହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ,,,ସେଥିପାଇଁ କିଛି ଲୋକଙ୍କର ଖୁସି ଆଖି ପାଆନ୍ତାରୁ ହିଁ ଦୂରେଇ ଯାଏ,,,,।

ଏହି ତିନୋଟି ଜିନିଷକୁ ନେଇ ଗର୍ବ କରିବା ଭୂଲ୍ ହୋଇଥାଏ
୧-ଧନ
୨ – ଜୀବନ
୩ – ଯୌବନ
କାରଣ ଏହା ଚିରସ୍ଥାୟୀ ହୋଇ ନ ଥାଏ ।
ଲୋକେ କୁହନ୍ତି ସମୟ ଆଗେ ସଭିଏଁ ହାର୍ ମାନନ୍ତି ବୋଲି,,ହେଲେ ମୋତେ ଲାଗେ କି ସମୟ ସହିତ ଆମେ Competition କରିଚାଲିବା ଦରକାର କାରଣ ଜୀବନରେ ସମୟ ହିଁ ସବୁଠୁ ଜରୁରୀ ହୋଇଥାଏ ତାକୁ ଅଣଦେଖା କଲେ ଜୀବନରେ ସବୁ କିଛି ସରି ଯାଇଥାଏ —।
ଯିଏ ଆମ ‘ନିଜର’ ଅଟେ, ସେ ଆମ ହୃଦୟକୁ ସୁଖ ଦେଇଥାଏ। କିନ୍ତୁ ‘କ୍ରୋଧ ମୋ’ର ସଂସ୍କାର ଅଟେ’ ଏହା କହିବା ଠିକ୍ ନୁହେଁ, କାରଣ କ୍ରୋଧ ତ ଆମ ସୁଖଶାନ୍ତିକୁ ଛିନ୍ନଭିନ୍ନ କରି ଦୁଃଖ, ଅଶାନ୍ତି ପ୍ରଦାନ କରେ।
ଶୁଭଭାବନା ଏଭଳି ଏକ ପ୍ରଭାବଶାଳୀ ଔଷଧ, ଯାହା କେବଳ ଶରୀରର ନୁହେଁ, ମନ ଓ ଆତ୍ମାକୁ ମଧ୍ୟ ସୁସ୍ଥ କରିଥାଏ। ତେଣୁ ପ୍ରତିଦିନ ସମଗ୍ର ବିଶ୍ୱ ପାଇଁ ଶାନ୍ତି, ପ୍ରେମ ଓ ଶକ୍ତିର ପ୍ରାର୍ଥନା ଅବଶ୍ୟ କରନ୍ତୁ ।
ଶୁଭଭାବନା ଏବଂ ଶୁଭକାମନାର ଶ୍ରେଷ୍ଠ ସଂକଳ୍ପ ହିଁ ‘ପୁଣ୍ୟର ଖାତା’ ବୃଦ୍ଧି କରନ୍ତି।
ନିଜର ସ୍ବଭାବ ଯେତେ ଭଲ ହେଉ ନା କାହିଁକି, ଦୁନିଆ କେବଳ ଆପଣଙ୍କ ବାହ୍ୟ ଆଚରଣ ଦେଖି ଜାଣିବ; ଆଉ ଆପଣଙ୍କ ଦେଖାଣିଆ ଭାବ ଯେତେ ଭଲ ହେଉ ନା କାହିଁକି, ଈଶ୍ୱର କେବଳ ଆପଣଙ୍କର ସ୍ବଭାବରୁ ଦେଖି ଜାଣିବେ।
ଯଦି ସ୍ୱ-ସ୍ଥିତି ଶକ୍ତିଶାଳୀ ଅଛି, ତେବେ ପରିସ୍ଥିତି ତା ସାମ୍ନାରେ କିଛି ବି ନୁହେଁ।

ଯେଉଁଠି ପୂର୍ବେ କଳ୍ପନାର ଆଶା ଥିଲା, ସେଠି ବର୍ତ୍ତମାନ ଶୁଭଭାବନାର ଅମୃତ ଝରେ।
କାରଣ ଉଡ଼ିବା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ମନ ଭିତରେ କୌଣସି ବୋଝ ବା ଚିନ୍ତା ନ ଥିବ— ନା ଅସଂଖ୍ୟ ଆଶାର ବୋଝ, ନା ଅସ୍ଥିର ଅଭିଯୋଗର ବୋଝ, ନା ଅତୀତର ପୁରୁଣା ଭାବର ବୋଝ…।
ଯେତେବେଳେ ମନ ସ୍ୱଚ୍ଛ, ଶାନ୍ତ ଓ ସ୍ଥିର ହୁଏ, ସେଇ ସ୍ଥିତି ଯାହା ପୂର୍ବରେ ବାଧା ସାଜୁଥିଲା, ତାହା ଏବେ ଚିନ୍ତାମୁକ୍ତ ଭାବେ ଉଡ଼ିବାର ଆଧାର ହୋଇଯାଏ।

ପ୍ରତ୍ୟେକ ଚ୍ୟାଲେଞ୍ଜରେ ଆଗକୁ ଅଗ୍ରସର ହେବାର ନିମନ୍ତ୍ରଣ ଲୁଚିରହିଥାଏ। ବାସ୍ ମନକୁ ହଲୁକା ରଖନ୍ତୁ… ଦେଖିବେ, ପ୍ରତ୍ୟେକ ପରିସ୍ଥିତି ଆପଣଙ୍କୁ ଉପରକୁ ଉଠାଇବା ଆରମ୍ଭ କରିଦେବ l

ଅଦ୍ୟ ନଭେମ୍ବର ମାସ ୦୯ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ମାର୍ଗଶୀର ମାସ- କୃଷ୍ଣ
ତିଥି-ପଞ୍ଚମୀ ରାତ୍ରି ଘ୦୨/୨୪ ଗତେ ଷଷ୍ଠୀ
ନକ୍ଷତ୍ର-ଆର୍ଦ୍ରା ରାତ୍ରି ଘ୦୯/୧୧ ଗତେ ପୁନର୍ବସୁ
ଚନ୍ଦ୍ର- ମିଥୁନ
ଯୋଗ- ସିଦ୍ଧି
କରଣ – କୌଳବ
ସୌରମାସ- ତୁଳା ୨୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୦
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୨/୨୪ ଗତେ ପଶ୍ଚିମେ
କନ୍ୟା ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଏକପାଦ ଓ ରାତ୍ରି ଘ୦୯/୧୧ ଗତେ ଦ୍ଵିପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୦୬ ଗତେ ଘ୧୨/୫୬ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୩ ଗତେ ଘ୦୯/୦୮ ମଧ୍ୟେ ଓ ଘ୧୨/୫୭ ଗତେ ଘ୦୩/୩୨ ମଧ୍ୟେ ଓ ରାତ୍ରି ଘ୦୭/୩୪ ଗତେ ଘ୦୯/୦୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୯ ଗତେ ଘ୦୫/୦୯ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ ✧═════•❁❀❁•═════
ମେଷ
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
✧═════•❁❀❁•═════
ବୃଷ
ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
✧═════•❁❀❁•═════
ମିଥୁନ
ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
✧═════•❁❀❁•═════
କର୍କଟ
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
✧═════•❁❀❁•═════
ସିଂହ
ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
✧═════•❁❀❁•═════
କନ୍ୟା
ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
✧═════•❁❀❁•═════
ତୁଳା
ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
✧═════•❁❀❁•═════
ବିଛା
କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
═════•❁❀❁•═════
ଧନୁ
ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।

═════•❁❀❁•═════
ମକର
ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
✧═════•❁❀❁•═════
କୁମ୍ଭ
ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
✧═════•❁❀❁•═════
ମୀନ
କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking