କୌଣସି ଭଲ ଲୋକ ସହିତ ଧୋର୍ଯ୍ଯଠୁ ଅଧିକ ଖରାପ ବ୍ୟବହାର କରନ୍ତୁ ନାହିଁ କାହିଁକି ନା ସବୁଠୁ ସୁନ୍ଦର କାଚ ଭାଙ୍ଗି ଗଲେ ହତିଆରରେ ପରିଣତ ହୋଇଯାଏ । ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢିଥାଏ,ନାରୀଟିଏ ବୁଦ୍ଧିମାନ ଥିଲେ ଘରର ସୁଖ ଶାନ୍ତି ବଜାୟ ରୁହେ ,ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ସମ୍ମାନ ମିଳିଥାଏ କିନ୍ତୁ ବୃଦ୍ଧ ପିତା ମାତା ସାଥିରେ ଥିଲେ ଘର ସ୍ବର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ ।
ସ୍ବାର୍ଥରେ ଆଘାତ ଲାଗିଲେ ଏ ଦୁନିଆରେ ଲୋକେ ବିଶ୍ବାସ ଆଉ ସମ୍ପର୍କ ଭାଙ୍ଗିବାକୁ ସମୟ ନିଅନ୍ତି ନାହିଁ ।
ସମୟ ଉପରେ ଭରଷା କରନି କାହିଁକି ନା ତୁମେ ଆଜି ଯାହାକୁ ଭଲ ଲୋକ ବୋଲି କହୁଛ–ସେ କେତେ ବେଳେ ଯେ ମତଲବି ବନିଯିବ ଜଣା ପଡିବନି —।
ରାଗ,ରୁଷା,ଗର୍ବ,ଅହଙ୍କାର ଭୁଲି ହୃଦୟରେ ଜାଗା ଦେବା ଶିଖନ୍ତୁ……..କିଏ ଜାଣେ କେତେ ବେଳେ ଏ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯିବ l
Adjustment ସେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଜୀବନରେ , Understanding ହିଁ ସବୁଠାରୁ ବେଶୀ ଗୁରୁତ୍ବପୂର୍ଣ୍ଣ ……..
ସର୍ବଶକ୍ତିମାନ ପରମାତ୍ମା ପିତାଙ୍କୁ ନିଜର ସାଥୀ କରିନେଲେ ପଶ୍ଚାତ୍ତାପରୁ ମୁକ୍ତ ହୋଇଯିବ
ପରିସ୍ଥିତି ଗୁଡ଼ିକ ସମୁଦ୍ରର ଲହରୀ ସଦୃଶ ଭୟଙ୍କର ହୋଇଥିଲେ ମଧ୍ୟ ଶେଷରେ ତାହା ଆମକୁ ସଠିକ୍ କୂଳରେ ନେଇ ଛାଡ଼ିଦିଏ ।
“ମନ ଯେତିକି ପରମାତ୍ମାଙ୍କଠାରେ ତିଷ୍ଠି ରହିବ, ସେତିକି ନିରର୍ଥକ ଚିନ୍ତାର ବନ୍ଧନରୁ ମୁକ୍ତ ହୋଇଅପାରସୁଖ ଲାଭ ହେବ।”
ଯେତେବେଳେ ମନ ପରମାତ୍ମାଙ୍କ ସ୍ମୃତିରେ ମଗ୍ନ ହୋଇଯାଏ, ସେତେବେଳେ ଅନାବଶ୍ୟକ ବିଚାର ଗୁଡ଼ିକ ଆପେ ଆପେ ବିନାଶ ହୋଇଯାଏ। ଏହି ସ୍ମୃତି ଆତ୍ମାକୁ ହଲୁକା, ଶାନ୍ତ ଏବଂ ଆନନ୍ଦିତ କରିଥାଏ।
ଆଜି ଗୋଟିଏ କ୍ଷଣ ପାଇଁ ସବୁ କାର୍ଯ୍ୟ ଛାଡ଼ି ନିଜକୁ ପଚାରନ୍ତୁ — ମୋ’ର ମନ ଈଶ୍ୱରଙ୍କ ସ୍ମରଣରେ ସ୍ଥିର ଅଛି କି….?ନା ଏବେ ମଧ୍ୟ ବ୍ୟର୍ଥ ଭାବନାରେ ଭ୍ରମଣ କରୁଛି.
ଆଜିକାଲି ସମସ୍ତେ ଭାବନ୍ତି ଯେ କେଉଁ ପୋଷାକ ପିନ୍ଧିଲେ ମୁଁ ସୁନ୍ଦର୍ ଦେଖାଯିବି….
କିନ୍ତୁ
ଏହା ଭାବନ୍ତି ନାହିଁ ଯେ କେଉଁ କର୍ମ କଲେ ମୁଁ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇବି….
ଅଦ୍ୟ ଅକ୍ଟୋବର ମାସ ୨୫ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି- ଚତୁର୍ଥୀ ରାତ୍ରି ଘ୦୩/୪୩ ଗତେ ପଞ୍ଚମୀ
ନକ୍ଷତ୍ର-ଅନୁରାଧା ଦିବା ଘ୦୯/୨୯ ଗତେ ଜ୍ୟେଷ୍ଠା
ଚନ୍ଦ୍ର- ବିଛା
ଯୋଗ- ସୌଭାଗ୍ୟ
କରଣ – ବାଣିଜ୍ୟ
ସୌରମାସ- ତୁଳା ୦୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୧୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୫୫
*✧═════•❁❀
ଯୋଗିନୀ ନୈରୁତକୋଣେ ରାତ୍ରି ଘ୦୩/୪୩ ଗତେ ଦକ୍ଷିଣେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୦୭/୧୬ ମଧ୍ୟେ ଓ ଘ ୩/୫୦ ଗତେ ଘ୦୫/୧୭ ମଧ୍ୟେ
ବାରବେଳା- ଦିବା ଘ୧୨/୫୭ ଗତେ ଘ୦୨/୨୪ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୬ ଗତେ ଘ୦୯/୪୮ମଧ୍ୟେ ଓ ଘ୦୨/୨୫ ଗତେ ଘ ୦୩/୨୪ ମଧ୍ୟେ ଓ ରାତ୍ରି ଘ୧୨/୨୮ ଗତେ ଘ ୦୨/୦୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୮ ଗତେ ଘ ୦୨/୫୮ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ ✧═════•❁❀❁•═════
ମେଷ :
ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।
✧═════•❁❀❁•═════
ବୃଷ :
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
✧═════•❁❀❁•═════
ମିଥୁନ :
ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
✧═════•❁❀❁•═════
କର୍କଟ :
ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
✧═════•❁❀❁•═════
ସିଂହ :
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
✧═════•❁❀❁•═════
କନ୍ୟା
ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
═════•❁❀❁•═════
ତୁଳା :
ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
✧═════•❁❀❁•═════
ବିଚ୍ଛା :
ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
✧═════•❁❀❁•═════
ଧନୁ
:ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
✧═════•❁❀❁•═════l
ମକର :
ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
✧═════•❁❀❁•═════
କୁମ୍ଭ :
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
✧═════•❁❀❁•═════
ମୀନ
: ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।










