“ଯେପରି ନଖ ବଢ଼ିଗଲେ ସମସ୍ତେ ନଖକୁ କାଟିଥାନ୍ତି ଆଙ୍ଗୁଳିକୁ ନୁହଁ, ଠିକ୍ ସେହିପରି ଯଦି ମନରେ ସନ୍ଦେହ ସୃଷ୍ଟି ହେଉଛି କାରଣ ଖୋଜି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ହେଲେ କେବେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ !!”
“ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର ଏକ ଯନ୍ତ୍ରଣାଦାୟକ କାହାଣୀ ଅଛି, ତେଣୁ ଯନ୍ତ୍ରଣାକୁ ଗ୍ରହଣ କରନ୍ତୁ ଆଉ ସଫଳତା ପାଇବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ !!”
“ସମାଧାନର ରାସ୍ତା ସବୁବେଳେ ରହିଛି ।କେବଳ ନିଜର ଅଭିମାନ, ଅହଙ୍କାରକୁ ଛାଡ଼ି ଅଜ୍ଞତାର ଚଷମା ଖୋଲି ସତ୍ୟ, ଧର୍ମ, ଶାସ୍ତ୍ରୀୟ ବିଚାରର ଆଶ୍ରୟ ନେବାର ଅଛି !!”
“ଗର୍ବ ଓ ଅହଙ୍କାର ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ, ଏହା ମନୁଷ୍ୟକୁ ଅନ୍ଧ କରିଦେଇଥାଏ ଯାହାଫଳରେ ମନୁଷ୍ୟ ସର୍ବଦା ସତ୍ୟ ଓ ଧର୍ମ ଠାରୁ ଦୂର ଦୂରକୁ ଚାଲି ଯାଇଥାଏ ଏବଂ ବିନାଶର ଦିଗରେ ହିଁ ଅଗ୍ରସର ହୋଇଥାଏ । ତେଣୁ ଗର୍ବ ଓ ଅହଙ୍କାରରୁ ମୁକ୍ତ ରହି ପ୍ରଭୁଙ୍କ ନିକଟରେ ଶରଣାଗତ ହେବା ହିଁ ବୁଦ୍ଧିମତ୍ତାର ପରିଚୟ !!” “ପ୍ରେମ ଏକ ଅନନ୍ୟ ଅନୁଭବ।ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବନୁହେଁ।ତେବେ କୁହାଯାଏ ଯେ, ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ l
ମୁଁ ଚୁପ ରହିଛି ତା ମାନେ ନୁହେଁ ମୁଁ ଦୋଷ କରିଛି,ବେଳେବେଳେ Silence ବି Best Answer ହୋଇଥାଏ….କେବଳ Timeକୁ ଅପେକ୍ଷା କରିଛି !!”
“ଧନ ଥିଲେ ଦlରିଦ୍ରର ଭୟ ଜ୍ଞାନ ଥିଲେ ଅଜ୍ଞାନର ଭୟ ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଛି ତାହାର କୌଣସି ଭୟ ନାହିଁ !!”
“ଗୋଟିଏ ଅପ୍ରିୟ ସତକଥା ସେହି ମଣିଷ ମାନଙ୍କର VALUE କେବେ ବୁଝିବନି, ଯାହା ପାଇଁ ଆପଣ ସବୁବେଳେ AVAILABLE ଥିବେ !!”
“ଯଦି ଜଣେ ନାରୀକୁ ସରଳ ଭାଷାରେ ବର୍ଣ୍ଣନା କରିବାକୁ ମୋତେ କୁହାଯାଏ-ମୁଁ ତ’ କହିବି-ନାରୀମାନେ”ଧୂପକାଠି”ଯାହା ଭିତରେ ଅଗ୍ନି ଅଛି ସହନଶୀଳତା ଅଛି, ନମ୍ରତା ଅଛି, ଯିଏ ନିଜକୁ ଧୀରେ ଧୀରେ ଜଳାଇ ସମାଜକୁ ଆଉ ନିଜ ପରିବାର କୁ ସୁଗନ୍ଧିତ କରିଥାନ୍ତି !
ଅଦ୍ୟ ସେପ୍ଟେମ୍ବର ମାସ ୨୯ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ସପ୍ତମୀ ଦିବା ଘ୦୪/୩୧ ଗତେ ଅଷ୍ଟମୀ
ନକ୍ଷତ୍ର- ମୂଳା
ଚନ୍ଦ୍ର- ଧନୁ
ଯୋଗ- ସୌଭାଗ୍ୟ
କରଣ – ବାଣିଜ୍ୟ
ସୌରମାସ- କନ୍ୟା ୧୩ ଦିନ
ଅଦ୍ୟ ପୀଠେ ମହାଅଷ୍ଟମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ତ୍ରୀଦିନାତ୍ମକ ସପ୍ତମୀ ପୂଜା
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୨୭
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୪/୩୧ ଗତେ ଐଶାନ୍ୟେ
ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ ୦୭/୧୦ଗତେ ଘ ୦୮/୪୧ ମଧ୍ୟେ
ବାରବେଳା- ଦିବା ଘ ୦୨/୩୪ ଗତେ ଘ ୦୪/୦୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ ୦୮/୫୨ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ ୦୮/୦୦ ଗତେ ଘ୧୧/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ତାଳ ଦିବା ଘ୦୪/୩୧ ଗତେ ନଡ଼ିଆ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════
ବୃଷ
ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════
ମିଥୁନ
ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════
କର୍କଟ
ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════
ସିଂହ
ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════
କନ୍ୟା
ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════
ତୁଳା
କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════
ବିଛା
ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════
ଧନୁ
କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════
ମକର
ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════
କୁମ୍ଭ
ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════
ମୀନ
ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।










