ରକ୍ତ ଠାରୁ ବହୁତ ଦାମୀ ଅଟେ ଲୁହ.
ସମୟ ପଡ଼ିଲେ ରକ୍ତ କିଣି ହୁଏ କିନ୍ତୁ ଲୁହ ନୁହେଁ….
ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ, ଦେଖିବେ ଜୀବନରେ ଭଲରେ ରହିବା ଶିଖି ଯିବେ…
ଅନ୍ତ ହିଁ ପ୍ରାରମ୍ଭ। ବାସନା ହିଁ ମୋହ।ଇଛା ହିଁ ଲୋଭ।ଅପେକ୍ଷା ହିଁ ଦୁଃଖ…ଏକାନ୍ତ ରେ ହିଁ ଭଗବାନ ଙ୍କୁ ମନେପକାଇବା ସୁଖ।
କାହା ଉପରେ ବିଶ୍ବାସ କରିବା ଓ କାହାକୁ ସ୍ପଷ୍ଟୀକରଣ ଦେବା ଉଭୟ ପରସ୍ପରର ବିପରୀତ.ଯେଉଁଠାରେ ବିଶ୍ବାସ ଥାଏ ସେଠାରେ ସ୍ପଷ୍ଟୀକରଣର ଆବଶ୍ୟକତା ପଡି ନଥାଏ ଓ ଯେଉଁଠାରେ ସ୍ପଷ୍ଟୀକରଣ ଦେବାକୁ ପଡେ ସେଠାରେ ବିଶ୍ବାସ ନଥାଏ।
ତେନ ତ୍ଯକ୍ତେନ ଭୁଞ୍ଜିତାଃ – ବାଣ୍ଟିକରି ଖାଅ।କାହାକୁ ଦେଖାଇ ଖାଇବା ଲଜ୍ଜାକର,ଲୁଚାଇ ଖାଇବା ଚୋରି ଓ ବାଣ୍ଟିକରି ଖାଇବା ପ୍ରେମ।ତେଣୁ ପ୍ରେମର ସହ ଭଗବତ୍ ଜ୍ଞାନ ବାଣ୍ଟ ସମସ୍ତେ ସୁଖୀ ହୁଅନ୍ତୁ।
ଭଗବାନ ଗୀତାରେ ଆଦେଶ ଦେଉଛନ୍ତି ‘ସର୍ବ ଧର୍ମାନ ପରିତେଜ୍ଯ, ମାମେକଂ ଶରଣମ୍ ବ୍ରଜ।’ଏଥିରୁ ଏହା ସିଦ୍ଧ ହେଉଛି ଯେ ସମସ୍ତ ଧର୍ମ ଠାରୁ ଶ୍ରେଷ୍ଠ ଧର୍ମ ହେଉଛି ନିଜକୁ ଜାଣି,ଭଗବାନ ଙ୍କୁ ଜାଣି ତାଙ୍କୁ ମନେ ପକାଇ କର୍ମ କରିବା।
ଦିନଥିଲା…ମଣିଷର ବୟସ ଦେଖି ସମ୍ମାନ ଦିଆଯାଉଥିଲା ,ବର୍ତ୍ତମାନ ମଣିଷର ଆୟ ଦେଖି ସମ୍ମାନ ଦିଆଯାଉଛି।ଶୁଣିବାକୁ ଖରାପ ଲାଗିଲେ ମଧ୍ୟ ଏହା ହିଁ ସତ୍ଯ।
ଦେଶରେ ରାଜା ସମାଜରେ ଗୁରୁ।ପରିବାରରେ ପିତା ମାତା ଘରେ ସ୍ତ୍ରୀ।ଜୀବନରେ ବନ୍ଧୁ…ଏମାନେ କେବେ ସାଧାରଣ ହୋଇ ନଥାନ୍ତି l
ଆମକୁ ଶାନ୍ତିରେ ରହିବାକୁ ଭଲଲାଗେ, କାରଣ ଆମ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି ଏବଂ ଆମେ ସମସ୍ତେ ମଧ୍ୟ ଶାନ୍ତିଧାମରେ ଶାନ୍ତିର ସାଗରଙ୍କ ସହିତ ବାସ କରୁଥିବା ଦିବ୍ୟ ଆତ୍ମା ll
ଈଶ୍ୱର ଅବିନାଶୀ ଅଟନ୍ତି, ଆମେ ଆତ୍ମା ମଧ୍ୟ ଅବିନାଶୀ, ଏବଂ ପରମପିତାଙ୍କ ଠାରୁ ପ୍ରାପ୍ତ ହେଉଥିବା ଭାଗ୍ୟ ବି ଅବିନାଶୀ ଅଟେ l
ଯେଉଁମାନେ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ସନ୍ଦେହ କରନ୍ତି, ସେମାନେ ଏହି ପରମ ସତ୍ୟକୁ ବୁଝି ପାରନ୍ତି ନାହିଁ ଯେ, ପ୍ରଭୁଙ୍କୁ ସ୍ଥୂଳ ଚର୍ମଚକ୍ଷୁରେ ଦେଖିହେବ ନାହିଁ ,ପରନ୍ତୁ ହୃଦୟରେ ଅନୁଭବ କରାଯାଇପାରେ। ସେ ପରମ ପବିତ୍ର ଅଟନ୍ତି… ସେଥିପାଇଁ ତାଙ୍କୁ ଅନୁଭବ କରିବାକୁ ହେଲେ ପ୍ରଥମେ ନିଜର ଚିନ୍ତାଧାରା ଓ ଚରିତ୍ରକୁ ପବିତ୍ର କରିବା ଦରକାର…।
`ଆତ୍ମା ପାଇଁ ଉପହାର
ମନର ଶାନ୍ତି ଜୀବନକୁ ସହଜ, ସୁଖଦ ଏବଂ ମଧୁର କରିଦେଇଥାଏ”
ଯେତେବେଳେ ଆମର ମନ ଶାନ୍ତିରେ ଭରପୂର ହୋଇଥାଏ, ତେବେ ଜୀବନ ସହଜ, ମଧୁର ଏବଂ ସୁଖମୟ ହୋଇଯାଏ। ଶାନ୍ତ ମନ ହିଁ ଜୀବନକୁ ପ୍ରକୃତ ଆନନ୍ଦ ଦିଏ ଏବଂ ପ୍ରତ୍ୟେକ ପରିସ୍ଥିତିକୁ ସହଜ କରିଦିଏ। ତେଣୁ ପ୍ରଶ୍ନ ହେଉଛି — ଆଜି ଆପଣ ନିଜର ମନର ଶାନ୍ତିକୁ ବଜାୟ ରଖିବା ପାଇଁ କେଉଁ ଏକ ସରଳ ପଦକ୍ଷେପ ନେବେ..!? ଆପଣଙ୍କ ବିଚାର ଆମକୁ ଇମୋଜୀ ମଧ୍ୟମରେ ଅବଶ୍ୟ ଆମକୁ ସେୟାର କରନ୍ତୁ…!!
ଅଦ୍ୟ ସେପ୍ଟେମ୍ବର ମାସ ୧୯ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୪୮ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୮/୦୪ ଗତେ ମଘା
ଚନ୍ଦ୍ର- କର୍କଟ ଦିବା ଘ୦୮/୦୪ ଗତେ ସିଂହ
ଯୋଗ- ସିଦ୍ଧି
କରଣ – ଗର
ସୌରମାସ- କନ୍ୟା ୦୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୪
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୧/୪୮ ଗତେ ପଶ୍ଚିମେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ତ୍ରୟୋଦଶୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ ୦୮/୩୭ ଗତେ ଘ ୧୧/୩୮ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୫/୩୭ ଗତେ ଘ୦୬/୨୩ ମଧ୍ୟେ ଓ ଘ ୦୭/୧୩ ଗତେ ଘ୦୮/୩୬ ମଧ୍ୟେ ଓ ଘ ୦୨/୪୮ ଗତେ ଘ୦୩/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ବାଇଗଣ ଖାଇବା ନିଷେଧ
ଆଜିର ରାଶିଫଳ
✧═════•❁❀❁•═════
ମେଷ
:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
✧═════•❁❀❁•═════
ବୃଷ
ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
✧═════•❁❀❁•═════
ମିଥୁନ
ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
═════•❁❀❁•═════
କର୍କଟ
ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
✧═════•❁❀❁•═════
କନ୍ୟା
: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
✧═════•❁❀❁•═════
ତୁଳା
ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
✧═════•❁❀❁•═════
ବିଛା
:ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
✧═════•❁❀❁•═════
ଧନୁ
ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା
ହୋଇପାରେ।
✧═════•❁❀❁•═════
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
═════•❁❀❁•═════✧
କୁମ୍ଭ
: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
✧═════•❁❀❁•═════
ମୀନ
: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।










