14.1 C
Bhubaneswar
Sunday, December 7, 2025
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

ଖୁସି ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ*

୧.ସହିବାର ଓ ଶୁଣିବାର ଶକ୍ତି ।
୨.ବୁଝିବା ଆଉ ବୁଝେଇବାର ଶକ୍ତି ।*

କେବଳ ଭଲପାଉଛି କହିଲେ ଭଲ ପାଇବା ହୁଏନି ଜୀବନସାରା ସୁଖ , ଦୁଃଖ , ହସ ଲୁହ ଭାଗକରି ନେବା ହେଉଛି ପ୍ରକୃତି ଭଲପାଇବା !!”*

“ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ !!”*

“ମଣିଷ ମୁହଁ ଚିହ୍ନିବା ସହଜ କିନ୍ତୁ ମଣିଷ ର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତି କଷ୍ଟକର !!”

“ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ କିନ୍ତୁ ସୁନ୍ଦର ହୃଦୟଟିଏ ସବୁ ଜାଗାରେ ମିଳିନଥାଏ !!”*

“ଗୋଟିଏ ଭୋକିଲା ପେଟ କହିପାରେ ମୁଠାଏ ଭାତର ମୂଲ୍ୟ କେତେ … ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ . ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ …. ? !!”

“ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ ମୋତେ ଘୃଣା କରୁଥିବା ବ୍ୟକ୍ତିକୁ ଏତେ ଖୁସିରେ ରଖନ୍ତୁ ଯେ ସେ ମୋ ବିଷୟରେ ଭାବିବାକୁ ସମୟ ହିଁ ନ ମିଳୁ !!”
ସମ୍ପର୍କ ଏକ ସୂତା ଖିଅ ପରି ଥରେ ଛିଣ୍ଡିଗଲା ପରେ ତାକୁ ଯୋଡ଼ି ହୁଏ ସତ, କିନ୍ତୁ ଗଣ୍ଠି ପକେଇବାକୁ ପଡ଼େ….

ଆଉ ସେଇ ଗଣ୍ଠି ବାରମ୍ବାର ମନେପକେଇ ଦିଏ, ସେଇ ଛିଣ୍ଡି ଯାଇଥିବା ଦୁଃଖଦ ମୃହୁର୍ତ୍ତକୁ….

ଓଁ ଶ୍ରୀଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

ଅଦ୍ୟ ଅଗଷ୍ଟ ମାସ ୧୩ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ଦିବା ଘ ୦୯/୨୨ ଗତେ ନବମୀ
ନକ୍ଷତ୍ର- ବିଶାଖା ଦିବା ଘ ୧୨/୨୦ ଗତେ ଅନୁରାଧା
ଚନ୍ଦ୍ର-ବିଛା
ଯୋଗ- ବ୍ରହ୍ମ
କରଣ – ବବ
ସୌରମାସ- କର୍କଟ ୨୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୨୪
*✧═════•❁❀
ଯୋଗିନୀ ଐଶାନ୍ୟେ ଦିବା ଘ ୦୯/୨୨ ଗତେ ପୂର୍ବେ
ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୦ ମଧ୍ୟେ
ବାରବେଳା – ଦିବା ଘ୦୭/୦୫ ଗତେ ଘ୦୮/୪୧ମଧ୍ୟେ
ମୃତେ ଦ୍ଵିପାଦ ଦୋଷ ଓ ଦିବା ଘ୧୧/୨୦ ଗତେ ଏକପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୧ ଗତେ ଘ୧୦/୦୮ ମଧ୍ୟେ ଓ ଘ୧୨/୪୨ ଗତେ ଘ୦୧/୨୪ ମଧ୍ୟେ ଓ ଘ୦୪/୦୬ ଗତେ ଘ୦୪/୪୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଦିବା ଘ୦୯/୨୨ ଗତେ ଲାଉ ଭକ୍ଷଣ ନିଷେଧ

ଆଜିର ରାଶିଫଳ
✧═════•❁❀❁•═════✧
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════✧
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════✧
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════✧
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════✧
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════✧
କନ୍ୟା
ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════✧
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════✧
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════✧
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
✧═════•❁❀❁•═════✧
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════✧
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════✧
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking