30.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଖାଲି କରାଗଲା ଏୟାରପୋର୍ଟ : ଯାତ୍ରୀ ହେଲେ ହନ୍ତସନ୍ତ

ଖାଲି କରାଗଲା ଏୟାରପୋର୍ଟ : ଯାତ୍ରୀ ହେଲେ ହନ୍ତସନ୍ତ

ନୂଆଦିଲ୍ଲୀ : ବ୍ରିଟେନର  ଗାଟଫ୍ୱିକ  ଏୟାରପୋର୍ଟର ଦକ୍ଷିଣ ଟର୍ମିନାଲକୁ ସୁରକ୍ଷା  ଜନିତ ଘଟଣା ପାଇଁ  ଖାଲି କରାଯାଇଛି । ସୁରକ୍ଷା ଅଘଟଣ ନେଇ ଖବର ଆସିବା ପରେ ଚାରିଆଡ଼େ ହଇଚଇ ଦେଖତବାକୁ ମିଳିଛି। ଏଥିପାଇଁ ହଜାର ହଜାର ଯାତ୍ରୀ ବିଭିନ୍ନ ରାସ୍ତା ଓ କାର ପାର୍କିଂରେ ଅଟକି ହନ୍ତସନ୍ତ ହୋଇଛନ୍ତି।ଏହି ଏୟାରପୋର୍ଟଟି ବ୍ରିଟେନର ଦ୍ୱିତୀୟ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ପରିଚିତ। ସେଠାରେ ସୁରକ୍ଷା ଜନିତ ଘଟଣା ପାଇଁ ଲୋକଙ୍କୁ ବାହାର କରାଯିବାରୁ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ତଦନ୍ତ ଚାଲିଛି ଓ ଘଟଣା ସମ୍ପର୍କରେ ସମୀକ୍ଷା କରାଯାଉଥିବା ଅଧିକାରୀମାନେ କହିଛନ୍ତି। ହେଲେ ସେମାନେ କେଉଁ ପ୍ରକାରର ସୁରକ୍ଷା ଜନିତ ଘଟଣା ଘଟିଛି, ସେକଥା କିଛି ବି କହି ନାହାନ୍ତି।ଏୟାର ଲାଇନ ପକ୍ଷରୁ କୁହାଯାଇଛି ଯେ “ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଆମ ପାଇଁ ସର୍ବୋପରି। ଆମେ ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ପାଇଁ କଠିନ ପରିଶ୍ରମ କରୁଛୁ।” ରିପୋର୍ଟ ଅନୁସାରେ, ଏୟାରପୋର୍ଟକୁ ମିଳୁଥିବା ବସ ସେବା ପ୍ରଭାବିତ ହୋଇଛି। ସେହିପରି ଗାଟୱିକ ଏୟାରପୋର୍ଟ ଷ୍ଟେସନରେ କୌଣସି ଟ୍ରେନକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନ ଅଟକିବାକୁ କୁହାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking