18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସମଗ୍ର ଆମେରିକାରେ ବିମାନ ସେବା ବନ୍ଦ !

ସମଗ୍ର ଆମେରିକାରେ ବିମାନ ସେବା ବନ୍ଦ !

ହାଇଦ୍ରାବାଦ: ସମଗ୍ର ଆମେରିକାରେ ବିମାନ ସେବା ସାମୟିକ ଭାବେ ଅଚଳ ହୋଇପଡିଛି । ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ କମ୍ପ୍ୟଟରରେ ତ୍ରୁଟି ଦେଖାଯିବା ପରେ ସମଗ୍ର ଦେଶରେ ବିମାନ ଉଡାଣକୁ ବନ୍ଦ ରଖାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର କମ୍ପ୍ୟୁଟର ସିଷ୍ଚମ ଅଚଳ ହୋଇପଡିଛି । ଫଳରେ ବିମାନ ଚଳାଚଳ କ୍ଷେତ୍ରରେ କୌଣସି ଯୋଗାଯୋଗ ସମ୍ଭବପର ହେଉନାହିଁ । ସମସ୍ତ ଏୟାର ଲାଇନ୍ସର ଉଡାଣକୁ ରଦ୍ଦ କରାଯାଇଛି । ଏବେ ଆମେରିକାରେ ପ୍ରାୟ କୌଣସି ବିମାନ ଆକାଶମାର୍ଗରେ ନାହିଁ ।

ଏହି ଯାନ୍ତ୍ରିକ ତ୍ରୁଟି ଓ ସୃଷ୍ଟି ହୋଇଥିବା ବୈଷୟିକ ଅଚଳାବସ୍ଥା ନେଇ ଆମେରିକା କେନ୍ଦ୍ରୀୟ ଉଡାଣ ପ୍ରାଶାସନ ସୂଚନା ଦେଇଛି । ସମସ୍ୟା ସମ୍ପର୍କରେ ଜଣାପଡିବା ପରେ ଦେଶର ସମସ୍ତ ବିମାନ ବନ୍ଦରକୁ ଏନେଇ ଅବଗତ କରାଯାଇଛି । ସମସ୍ତ ଫ୍ଲାଇଟ ଅପରେସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଉଡାଣ ପ୍ରାଶାସନ । ତେବେ ଏପରି ଯାନ୍ତ୍ରିକ ତ୍ରୁଟିର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ । ବୈଷୟିକ ଅନୁସନ୍ଧାନ ଜାରି ରହିଛି । କମ୍ପ୍ୟୁଟର ସିଷ୍ଟମ କାର୍ଯ୍ୟକ୍ଷମ ହେବା ପରେ ପୁଣି ଥରେ ବିମାନ ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking