24.1 C
Bhubaneswar
Sunday, October 20, 2024
Homeଓଡିଶାପାର୍ବଣ ପରେ ରାଜଧାନୀରେ ବଢ଼ିଲା ବାୟୁ ପ୍ରଦୁଷଣ

ପାର୍ବଣ ପରେ ରାଜଧାନୀରେ ବଢ଼ିଲା ବାୟୁ ପ୍ରଦୁଷଣ

ଭୁବନେଶ୍ୱର : ରାଜଧାନୀରେ ପ୍ରଦୂଷଣ ମାତ୍ରା ମଡୋରେଟ୍ ଅର୍ଥାତ୍ ଅତ୍ୟଧିକ ଖରାପ କି ଭଲ ନୁହେଁ ସ୍ଥିତିରେ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ନିରଞ୍ଜନ ମଲ୍ଲିକ କହିଛନ୍ତି । ପାର୍ବଣ ବେଳେ ରାବଣ ପୋଡି ହୋଇଥିଲା । ଏହି ସମୟରେ ଟିକିଏ ପ୍ରଦୂଷଣ ବଢିଛି । ହେଲେ ଏହା ମଡୋରେଟରେ ରହିଛି । ଅର୍ଥାତ ୧୦୧ରୁ ୨୦୦ ମଝିରେ ରହିଛି । ତେଣୁ ଟିକିଏ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା ହୋଇଛି । ହେଲେ ସେଭଳି କୌଣସି ବିପଦ ନାହିଁ ବୋଲି କହିଛନ୍ତି । ରାଜଧାନୀରେ ଏବେ ୬ଟି ସ୍ଥାନରେ ବାୟୁ ପ୍ରଦୂଷଣକୁ ମପାଯାଉଛି । ଆଗକୁ ଦୀପାବଳି ରହିଛି । ତେଣୁ ଲୋକମାନେ ସଚେତନ ହେବା ଆବଶ୍ୟକ ରହିଛି । ପ୍ରଦୂଷଣ ମୁକ୍ତ ଫୋଟକା ଫୁଟାଇବାକୁ ନିରଞ୍ଜନ ମଲ୍ଲିକ ଗୁରୁତ୍ୱ ଦେଇଛନ୍ତି । ଲୋକେ ସଚେତନ ରହିଲେ ପ୍ରଦୂଷଣ ବଢିବ ନାହିଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking