26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ

ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ୨୦୧୨ ମସିହାର ବହୁ ଚର୍ଚ୍ଚିତ ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କାଣ୍ଡାଙ୍କୁ ଦିଲ୍ଲୀ ରାୱ୍ଜ ଏଭିନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗୋପାଳ କାଣ୍ଡାଙ୍କ ଏୟାର ଲାଇନ୍ସ କମ୍ପାନୀ ଏମଡିଏଲଆରରେ ଗୀତିକା ଜଣେ ଏୟାର ହୋଷ୍ଟେସ ଭାବେ କାର୍ଯ୍ୟ କରୁଥିଲେ । ହେଲେ ୨୦୧୨ ଅଗଷ୍ଟ ୫ ତାରିଖରେ ସେ ଦିଲ୍ଲୀର ଅଶୋକ ବିହାର ଠାରେ ଆତ୍ମହତ୍ୟା କରିଥିଲେ ।
ଗୀତିକା ଆତ୍ମହତ୍ୟା ପୂର୍ବରୁ ଯେଉଁ ଚିଠି ଲେଖିଥିଲେ ସେଥିରେ ସେ ତାଙ୍କ ମୃତ୍ୟୁ ପାଇଁ ଏମଡିଏଲଆର କମ୍ପାନୀର ସିନିୟର ମ୍ୟାନେଜର ଥିବା ଅରୁଣା ଚଡ୍ଡା ଓ ମାଲିକ ଗୋପାଳ କାଣ୍ଡାଙ୍କୁ ଦାୟୀ ବୋଲି ଲେଖିଥିଲେ । ଏହି ମାମଲାରେ ଗୋପାଳ କାଣ୍ଡା ୧୮ ମାସ ଜେଲ ଦଣ୍ଡ ଭୋଗିସାରିଛନ୍ତି । ଏହାପରେ ୨୦୧୪ ମାର୍ଚ୍ଚରେ ଗୋପାଳଙ୍କୁ ଜାମିନ ମିଳିଥିଲା । ସେପଟେ ଗୀତିକା ଆତ୍ମହତ୍ୟା କରିବାର ୬ ମାସ ପରେ ତାଙ୍କ ମା ଅନୁରାଧା ଶର୍ମା ବି ଆତ୍ମହତ୍ୟା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking