ଭୁବନେଶ୍ୱର: ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର୍ ଏସିଆର ଏକ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଜରୁରୀ ଅବତରଣ କରିଛି । ବିମାନରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପାଇଲଟ୍ ଜଣକ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ତେବେ ଅବତରଣ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଏୟାର୍ପୋର୍ଟରୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତବ୍ୟକ୍ତିଙ୍କ ନାଁ ତୈମୁର୍ ଅଲ୍ଲୀ ଖାଁ ବୋଲି ଜଣାପଡ଼ିଛି ।