ନୂଆଦିଲ୍ଲୀ: ଏଆଇ ଏବେ ପାଲଟିଛି ଏଲିଆନ୍ ଇଣ୍ଟେଲିଜେନ୍ସ । ନିଜେ ଶିଖୁଛି, ନିଜକୁ ପରିବର୍ତ୍ତନ କରୁଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଲଗୋରିଦିମ୍ ଆପେ ଆପେ ବିକଶିତ ହେଉଛି । ଏହା କେଉଁ ଆଧାରରେ ଆଗେଇ ଚାଲିଛି ଏଆଇକୁ ସୃଷ୍ଟି କରିଥିଲା ଇଞ୍ଜିନିୟର ବି ଫେଲ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଜରିଆରେ ପ୍ରକୃତରେ ଏକ ଭିନ୍ନ ପ୍ରଜାତି ସୃଷ୍ଟି ହେଉଛି । ଯାହା ଭିନ୍ନ ଗ୍ରହର ଏଲିଏନ ଭଳି ଲାଗୁଛି । ଏଆଇ ଏବେ ନିଜେ ଶିଖୁଛି, ମିଛ ମଧ୍ୟ କହୁଛି । ଏହାର ଗୁରୁତର ପ୍ରଭାବ ବିଶ୍ବ ଉପରେ ପଡ଼ିବାକୁ ଯାଉଛି । ଯାହା ପାଇଁ ଲୋକଙ୍କୁ ପ୍ରତି ୨ରୁ ୩ ବର୍ଷରେ ବୃତ୍ତି ବଦଳାଇବାକୁ ପଡିପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏଆଇ ଏବେ ଆମିବା ସ୍ତରରେ ରହିଛି । ଆଗକୁ ଡାଏନୋସରର ରୂପ ନେବ । ଏଆଇ ରକେଟ୍ ଗତିରେ ବିକଶିତ ହେଉଛି । ଚାଟ୍ ଜିପିଟି କିମ୍ବା ଅନ୍ୟ ଏଆଇ ଟୁଲ୍ କାର୍ଯ୍ୟ କ୍ଷମତାକୁ ଦେଖି ସମସ୍ତେ ଉତ୍ସାହିତ ହେଉଛନ୍ତି । ମାତ୍ର ଏହା ଆରମ୍ଭ ମାତ୍ର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆମେ ବର୍ତ୍ତମାନ ଏମିବା ସ୍ତରରେ ରହିଛୁ । ଆଗକୁ ଡାଏନୋସର ଦେଖିବା ବାକି ରହିଛି । ଏମିବା, ଡାଏନୋସର ଏବଂ ପୁଣି ମାନବ ଯାଏ ଆସିବାକୁ ଢ଼େର ସମୟ ଲାଗିଛି । ମାତ୍ର ଏଆଇ ରକେଟ୍ ଠାରୁ ଆହୁରି ଦ୍ରୁତଗତିରେ ବିକଶିତ ହେଉଛି । ଏହାକୁ ଡାଏନୋସର ହେବାକୁ ମାତ୍ର କିଛି ଦଶନ୍ଧି ଲାଗିବ ।