28.1 C
Bhubaneswar
Sunday, October 6, 2024
Homeଓଡିଶାସମ୍ଭାବ୍ୟ ବର୍ଷା ପାଇଁ ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବର୍ଷା ପାଇଁ ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ। ୫ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିକୁ ଆଲର୍ଟ ଜାରି କରାଯାଇଥିବା ବେଳେ ୩ରୁ ୬ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରଯାଇଛି। ଛୁଟି ବାତିଲ ସହ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ କୃଷି ବିଭାଗ ଏ ନେଇ ଚିଠି କରିଛି ।

ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ରେ ମାତ୍ରାଧିକ ବର୍ଷା ଆଶଂକା କରାଯାଉଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ମଧ୍ୟ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ଧାନ ସହ ମାଣ୍ଡିଆ ଓ କପା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଥିବାବେଳେ ଜଳସେଚନ, ସାର ଓ କୀଟନାଶକ ସିଞ୍ଚନ ବନ୍ଦ ପାଇଁ ପରାମର୍ଶ ଦେଇଛି । ପନିପରିବା ଓ ରବି ଫସଲ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛି କୃଷି ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking