27.1 C
Bhubaneswar
Saturday, June 22, 2024
Homeଓଡିଶାନିଟ ୟୁଜି-୨୦୨୪ର ପୁନଃ ପରୀକ୍ଷା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଦାବି

ନିଟ ୟୁଜି-୨୦୨୪ର ପୁନଃ ପରୀକ୍ଷା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଦାବି

ନିଟ ୟୁଜି-୨୦୨୪ର ପରୀକ୍ଷା ମୂଲ୍ୟାୟନରେ ଜାଲିଆତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର – ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ନିଟ ୟୁଜି-୨୦୨୪ ପରୀକ୍ଷାରେ ଜାଲିଆତି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ମଧ୍ୟ ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।
ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତିଯେ ଏନଟିଏ ଦେଶର ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଖେଳଖେଳୁଥିଲା ବେଳେ ମୋଦୀ ସରକାରଙ୍କ ନିରବତା ଦୁର୍ଭାଗ୍ୟଜନକ । ମାନ୍ୟବର ସୁପ୍ରିମକୋର୍ଟ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ସାଧୁତା ଅବଲମ୍ବନ କରାଯାଇ ନାହିଁ ବୋଲି କହିସାରିଲେଣି । ଅପରପକ୍ଷରେ ପ୍ରଶ୍ନପ୍ରତ ପ୍ରଘଟ ବାରମ୍ବାର ଘଟୁଥିବା ବେଳେ ମୋଦୀ ସରକାର ନିଦକ ରହୁଛନ୍ତି । ଜନନାୟକ ରାହୁଲ ଗାନ୍ଧୀ କଂଗ୍ରେସର ଇସ୍ତାହାରରେ ପ୍ରଶ୍ନପତ୍ର ପ୍ରଘଟ କିପରି ନହେବ ସେଥିନେଇ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୁତରାଂ ମୋଦୀ ସରକାର ଅମଳରେ ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବ ।
ନିଟ ସ୍କାମ ଏ ରାଷ୍ଟ୍ରର ଛାତ୍ର ସମାଜ ପାଇଁ ଏକ ସାଂଘାତିକ ବିଶ୍ୱାସଘାତକତା । ପ୍ରାୟ ୧୫ ଶହ ପରୀକ୍ଷାର୍ଥିଙ୍କୁ ପ୍ରାୟ ୭୦ରୁ ୮୦ ନମ୍ବର ଗ୍ରେସ ନମ୍ବର ଭାବରେ ଦିଆଯାଇଛି । ଏ ସଂପୂର୍ଣ୍ଣ ଦୁର୍ନୀତିରେ ଏନଟିଏ ସଂପୃକ୍ତ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ବାହାରେ ପ୍ରଘଟ କରିବାର ପ୍ରମାଣ ରହିଛି । ଏହା ଦ୍ୱାରା ୨୪ଲକ୍ଷ ପରୀକ୍ଷାର୍ଥିଙ୍କର ଭବିଷ୍ୟତ ସହ ଖେଳାଯାଇଛି । ଜୁନମାସ ୧୪ ତାରିଖରେ ଫଳାଫଳ ବାହାରିବା କଥା ମାତ୍ର ଯେଉଁଦିନ ସାଧାରଣ ନିର୍ବାଚନ ଅର୍ଥାତ ୧୦ ଦିନ ପୂର୍ବରୁ ନିଟ ପରୀକ୍ଷାର ଫଳାଫଳ ପ୍ରକାଶ କରାଗଲା । ଏହା ମଧ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟାନ୍ୱିତ କରିଛି । କିପରି ସମସ୍ତଙ୍କ ଦୃଷ୍ଟିରୁ ଏହି ଫଳାଫଳ ଏଡ଼େଇଯିବ ସେଥିପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି । ୬୭ ଜଣ ଛାତ୍ରଙ୍କୁ ପୂର୍ଣ୍ଣସଂଖ୍ୟା ୭୨୦ ନମ୍ବର ଦିଆଯାଇଛି । ନିଟ ପରୀକ୍ଷାର ମୂଲ୍ୟାୟନ ଯେଉଁ ପ୍ରକ୍ରିୟାରେ ହୁଏ ସେହି ପ୍ରକ୍ରିୟାରେ ଜଣେ ପରୀକ୍ଷାର୍ଥି ୭୧୮ କିମ୍ବା ୭୧୯ ନମ୍ବର ପାଇପାରିବ ନାହିଁ । ତେଣୁ କିଭଳି ଭାବେ ପରୀକ୍ଷାର୍ଥିଙ୍କୁ ୭୧୮ ଓ ୭୧୯ ନମ୍ବର ଦିଆଯାଇଛି । ଗୋଟିଏ ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ପରୀକ୍ଷାର୍ଥି ଟପର ଲିଷ୍ଟରେ ରହିଛନ୍ତି । କେତେକ କେନ୍ଦ୍ରରେ ପରୀକ୍ଷାର୍ଥିଙ୍କୁ ଭୁଲ ପ୍ରଶ୍ନ ବଂଟନ କରାଯାଇଛି । ପ୍ରଦେଶ ଛାତ୍ର କଂଗ୍ରେସ ଏହି ଘଟଣାରେ ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ନିଟ ୟୁଜି-୨୦୨୪ ପୁନଃ ପରୀକ୍ଷା କରିବାକୁ ଦାବି କରୁଛି । ଏଥିରେ ସଂପୃକ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ କିଭଳି ଘଟଣାର ପୁନରାବୃତି ନହେବ ସେଥିପାଇଁ ସଚେତନ ରହିବାକୁ ମଧ୍ୟ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ଗଣେଶ ଦାସ, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, କାର୍ତିକେଶ୍ୱର କାଣ୍ଡି, ଶ୍ରୀ ମହାନ୍ତି, ସନ୍ଦୀପ ରାଉତରାୟ, ସୁରଜ ରାଉତ, ସୁନିଲ ସାହୁ ଗାନ୍ଧୀ, ସ୍ପନ୍ଦନ ସ୍ୱାଇଁ, ଫଇଜଲ ଖାନ, ରାଜେଶ ଦାସ, ଆରିୟାନ ସାସମଲ, ସେକ ରେହମତ ଅଲ୍ଲୀ, ସୌମ୍ୟଦ୍ୱିପ ଦେ, ମହମ୍ମଦ ଜାକିର ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking