37.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶପୁଣି ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍‌

ପୁଣି ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍‌

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ସୋମନାଥ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ଦୁଇଟି ବଗି ଡିରେଲ୍‌ ହୋଇଥିବା ସୂଚନା ମିଳିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇର ସିପିଆରଓ ହର୍ଷିତ ଶ୍ରୀବାସ୍ତବଙ୍କ କହିବା ମୁତାବକ, ଟ୍ରେନ୍‌ଟି ଇନ୍ଦୋରରୁ ଆସୁଥିଲା। ଆଜି ଭୋରୁ ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୬ ଆଡକୁ ଯିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଷ୍ଟେସନଠାରୁ ପ୍ରାୟ ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିଲା।ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଉଦ୍ଧାରକରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking