31.1 C
Bhubaneswar
Friday, February 13, 2026
Homeଅପରାଧପୁଣି ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ପୁଣି ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଆସାମର ନାଗାଓଁରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ କିଛି ଦିନ ପୂର୍ବରୁ ମଧ୍ୟ ଏହି ଜିଲ୍ଲାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହେବ ନେଇ ଅଭିଯୋଗ ହୋଇଥିଲା। ନାଗାଓଁ ଜିଲ୍ଲାର ଢ଼ୀଙ୍ଗୀରେ ଦୁଇ ଜଣ ମୋଟରସାଇକେଲ ଯୋଗେ ନାବାଳିକା ଜଣକ ସାନଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଖବର ଅନୁଯାୟୀ, ସେମାନେ ବଳପୂର୍ବକ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ନାଗାଓଁ ଜିଲ୍ଲାର ଢ଼ୀଙ୍ଗୀରେ ଦୁଇ ଜଣ ମୋଟରସାଇକେଲ ଯୋଗେ ନାବାଳିକା ଜଣକ ସାନଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଖବର ଅନୁଯାୟୀ, ସେମାନେ ଜୋରଜବରଦସ୍ତି ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ପୋଲିସ ଏହି ମାମଲାକୁ ପଞ୍ଜୀକୃତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, “ପୀଡିତାଙ୍କ ସାନ ଭାଇ ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ, ପରେ କିଛି ଲୋକ ଆସି ଝିଅକୁ ଉଦ୍ଧାର କରିଥିଲେ। ତେବେ ଗତ ମାସରେ, କୋଚିଂ କ୍ଲାସକୁ ଯାଇଥିବା ସମୟରେ ଜଣେ ୧୪ ବର୍ଷର ବାଳିକା ତିନି ବ୍ୟକ୍ତିଙ୍କ ଦ୍ୱାରା ଗଣବଳାତ୍କାରର ଶିକାର ହୋଇଥିଲେ। ଅଗଷ୍ଟ ୨୨ରେ ତାଙ୍କୁ ଏକ ପୋଖରୀ ନିକଟରୁ ଅର୍ଦ୍ଧ-ଉଲଗ୍ନ ଅବସ୍ଥାରେ ମିଳିଥିଲା । ଅଗଷ୍ଟ ୯ ରେ କୋଲକାତାରେ ୩୧ ବର୍ଷିୟ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking