ଦେବଗଡ଼: ଦେବଗଡ଼ ଥାନା ଲାଇମୁରା ଫାଣ୍ଡି ଅନ୍ତର୍ଗତ ଆଦିବାସୀ ବହୁଳ ଟିପିରସିଙ୍ଗା ଗ୍ରାମରୁ ଆଜି ପୁଣି ବନ୍ଧା ହେଲେ ଜଣେ ନକଲି ଡାକ୍ତର। ଗିରଫ ଡାକ୍ତର ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ପ୍ରମୋଦପାଲି ଗ୍ରାମର ଅର୍ଣ୍ଣବ ମଣ୍ଡଳ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅର୍ଣ୍ଣବ ଦୁଇ ବର୍ଷରୁ ଅଧିକ ସମୟ ଧରି ଉକ୍ତ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା ଆଳରେ ଠକୁଥିବା ପୁଲିସ ସୂଚନା ଦେଇଛି। ଗିରଫ ନକଲି ଡାକ୍ତର ଠାରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଥିବା ବେଳେ ପୁଲିସର ଏଭଳି ଚଢ଼ଉ ନକଲି ଔଷଧ କାରବାରରେ ଲିପ୍ତ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨୫ ତାରିଖ ଦିନ ଅନୁରୂପ ଭାବେ ଦେବଗଡ଼ ଥାନା ପୁଲିସ କାଦମ୍ବଦର୍ହ ଗ୍ରାମରୁ ଜଣେ ମ୍ୟାଟ୍ରିକ ପାସ୍ ଡାକ୍ତରଙ୍କୁ ଗିରଫ କରିଥିଲା।