30.1 C
Bhubaneswar
Monday, July 8, 2024
Homeଖେଳବିଶ୍ୱକପ ଜିତିବା ପରେ ଭାବବିହ୍ୱଳ ହୋଇ କୋଚ୍ ଓ ଖେଳାଳି କହିଲେ ଏପରି...

ବିଶ୍ୱକପ ଜିତିବା ପରେ ଭାବବିହ୍ୱଳ ହୋଇ କୋଚ୍ ଓ ଖେଳାଳି କହିଲେ ଏପରି…

ନୂଆଦିଲ୍ଲୀ : ଟ୍ବେଣ୍ଟି-୨୦ ବଶ୍ବକପ୍‌ ଜିତିବା ପରେ ଗତକାଲି ଘରକୁ ବାହୁଡ଼ିଛି ଭାରତୀୟ ଦଳ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା ବେଳେ ୧୭ ବର୍ଷ ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟ୍ରଫି ସହ ରୋହିତ ଶର୍ମାଙ୍କ ଦଳ ସ୍ବଦେଶ ଫେରିଛି। ଦିଲ୍ଲୀରେ ପହଞ୍ଚିବା ପରେ ‌ସମସ୍ତଙ୍କୁ ଭବ୍ୟ ସ୍ବାଗତ ଜଣାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସକ୍ଷାତ ଆଲୋଚନା କରିଥିଲେ ଭାରତୀୟ ଖେଳାଳିମାନେ। ପରେ ସନ୍ଧ୍ୟା ବେଳେ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ଓ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳିଥିଲେ। ଖୋଲା ବସ୍‌ରେ ରୋଡ୍‌ ସୋ’ କରିବା ସହିତ ୨୦୦୭ ବିଶ୍ବ ବିଜୟୀ ମୁହୂର୍ତ୍ତକୁ ମନେପକାଇ‌ ଦେଇଥିଲା ଏହି ଉତ୍ସବ। ଖେଳାଳିମାନଙ୍କୁ ମଧ୍ୟ ବଧେଇ ଜଣାଇବାକୁ ସ୍ବପ୍ନର ସହର ମୁମ୍ବାଇର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ପାଖାପାଖି ୭ଲକ୍ଷରୁ ଅଧିକ ପ୍ରଶଂସକ ଏହି ପରେଡ୍‌ରେ ଯୋଗଦେବା ପରେ ଭାରତୀୟ କ୍ରିକେଟ୍ ଇତିହାସରେ ନିଆରା ଓ ଅନନ୍ୟ ଫର୍ଦ୍ଦ ଯୋଡ଼ି ହୋଇଥିଲା। ପରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଳିମାନେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ଗହଣରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ବିଶ୍ୱକପ ଜିତିବା ପରେ ଭାବବିହ୍ୱଳ ହୋଇ କୋଚ୍ ଓ ଖେଳାଳି କଣ କହିଲେ ଆସନ୍ତୁ ଜାଣିବା…
ଦଳ ମୋ ପରିବାର: ଦ୍ରାବିଡ଼
କୋଚ୍ ରାହୁଲ ଦ୍ରାବିଡ଼ କହିଥିଲେ, ‘ଗତ ଦିନିକିଆ ବିଶ୍ୱକପ୍ ପରେ କୋଚ୍ ଭାବେ ରହିବି କି ନାହିଁ ତାହା ଠିକ୍ କରିନଥିଲି । ରୋହିତଙ୍କ ଫୋନ କଲ୍ ହିଁ ଦଳରେ କାର୍ଯ୍ୟ କରିବାକୁ ମୋତେ ବାଧ୍ୟ କରିଥିଲା। ଏହି କଲ୍ ହିଁ ମୋ ଜୀବନର ଶ୍ରେଷ୍ଠ ଫୋନ କଲ ହୋଇ ରହିବ। ଦଳ ମୋ ପରିବାର ଭଳି। ଆମ ଖେଳାଳିମାନେ ଅଦ୍ଭୁତ ପ୍ରଦର୍ଶନ କରିଥିଲେ । ରୋହିତଙ୍କ ନେତୃତ୍ବ ମଧ୍ୟ ପ୍ରଶଂସନୀୟ ରହିଥିଲା ।


ଦେଶବାସୀଙ୍କୁ ଧନ୍ୟବାଦ: ରୋହିତ
ଅଧିନାୟକ ରୋହିତ ଶର୍ମା କରିଥିଲେ, ‘ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ଅତି ସୁନ୍ଦର ଅନୁଭୂତି ରହିଥିଲା । ଦଳ ଏବଂ ପ୍ରଶଂସକଙ୍କ ପକ୍ଷରୁ ସାରା ଦେଶବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏଭଳି ଏକ ବିଶେଷ ଦଳର ନେତୃତ୍ୱ ନେଇ ନିଜକୁ ଭଗ୍ୟବାନ ମନେ କରୁଛି। ସ୍ବଦେଶ ବାହୁଡ଼ିବା ପରଠୁ ଏ ପର୍ଯ୍ୟନ୍ତ ଅନୁଭୂତିର ବର୍ଣ୍ଣନା ନାହିଁ । ଏ ଟ୍ରଫି ସାରା ଦେଶର ।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋହଲି
୧୫ ବର୍ଷରେ ରୋହିତଙ୍କୁ ଏତେ ଭାବପ୍ରବଣ ହେବାର ଦେଖିନଥିଲି । ବାର୍ବାଡସରୁ ସ୍ବଦେଶ ବାହୁଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚମ୍ପିଅନ ଖେଳାଳିଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ । ସମସ୍ତ ଖେଳାଳିଙ୍କ ସହ ବାର୍ତ୍ତାଳାପ କରିବା ସହ ସେ ଅଭିନନ୍ଦନ ଜଣାଇଥିଲେ । ବିରାଟ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ବଡ଼ ସମ୍ମାନର ବିଷୟ ବୋଲି କୋହଲି କହିଛନ୍ତି । ସେ କହିଛନ୍ତି, ‘ସାର, ଆପଣଙ୍କ ବାସଭବନକୁ ନିମନ୍ତ୍ରିତ କରି ସାକ୍ଷାତ କରିଥିବାରୁ ଦେଥିପାଇଁ ଧନ୍ୟବାଦ ଜଣାଉଛି।” ରୋହିତ ଶର୍ମାଙ୍କ ସଂପର୍କରେ କୋହଲି କହିଛନ୍ତି, ‘ଦୀର୍ଘ ୧୫ ବର୍ଷ ମଧ୍ୟରେ ରୋହିତଙ୍କୁ ଏତେ ଭାବପ୍ରବଣ ହେବାର କେବେ ଦେଖିନଥିଲି । ମୋ ଜୀବନର ଲକ୍ଷ୍ୟ ହେଉଛି ଭାରତୀୟ କ୍ରିକେଟ୍ ଓ ତ୍ରିରଙ୍ଗା । ଚମ୍ପିଅନ ହେବା ପରେ ମୁଁ ଅନୁଭବ କଲି ଯେ ଏହାହିଁ ଅବସର ନେବାର ପ୍ରକୃତ ସମୟ।’


ଏହି ମୁହୂର୍ତ୍ତକୁ କେବେ ଭୁଲିବିନି: ବୁମରା
ଯଶପ୍ରୀତ ବୁମରା କହିଥିଲେ, ଓ୍ବାଙ୍ଖଡ଼େରେ ପ୍ରଥମେ ୧୯ବର୍ଷରୁ କମ୍ କ୍ରିକେଟ୍ ଏବଂ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲି । ଏହି ଗ୍ରାଉଣ୍ଡ୍‌ରେ ଖେଳିବାର ମଳା ଅଲଗା। ଆଜି ଓ୍ବାଙ୍ଖଡ଼େ ଏବଂ ଆଖପାଖ ରାସ୍ତାରେ ଯାହା ଦୃଶ୍ୟ ଦେଖିଲି ଜୀବନରେ କେବେବି ଭୁଲି ପାରିବିନି। ପ୍ରଥମ ଥର ଜନସମୁଦ୍ର ଦେଖିଲି । ଦର୍ଶକଙ୍କ ଏଭଳି ନିଷ୍ଠାପର ଭଲପାଇବା ଆଗରୁ କେବେ ଦେଖିନଥିଲି । ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି । ବ୍ୟକ୍ତିଗତ ଭାବେ ମୁଁ ଏବେବି ନିଜକୁ ଜଣେ ଯୁବ ଖେଳାଳି ଭାବୁଛି । ଆମର ଲକ୍ଷ୍ୟ ହେଉଛି, ଭାରତୀୟ କ୍ରିକେଟ୍‌କୁ ଆଗକୁ ବଢ଼ାଇବା ଏବଂ ଦଳକୁ ସହଯୋଗ କରିବା। ମୁଁ ଖେଳିବା ଆରମ୍ଭ କରିବା ଦିନଠୁ କୌଣସି ମ୍ୟାଚର ଫଳାଫଳକୁ ନେଇ କେବେବି କାନ୍ଦି ନଥିଲି । ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ ମ୍ୟାଚରେ ବିଜୟୀ ହେବା ପରେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲି।


ଭାରତ ମୋ ଦୁନିଆ: ପାଣ୍ଡ୍ୟା
ପ୍ରଶଂସକଙ୍କ ଅଜସ୍ର ଭଲପାଇବା ଏବଂ ସମର୍ଥନ ଦେଖି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାବବିହ୍ବଳ ହୋଇ ପଡ଼ିଥିଲେ। ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖୁଥିଲେ, ‘ଭାରତ ମୋ ଦୁନିଆ । ମୋତେ ଏତେ ଭଲ ପାଇବା ଦେଇଥିବାରୁ ଅନ୍ତରରୁ ଧନ୍ୟବାଦ ଜଣାଉଛି । ଏହି ମୁହୂର୍ତ୍ତକୁ କେବେ ଭୁଲି ପାରିବିନି। ବର୍ଷା ସତ୍ତ୍ୱେ ଆମ ସହିତ ବିଜୟ ଉତ୍ସବରେ ସାମିଲ ହୋଇଥିବାରୁ ଧନ୍ୟବାଦ। ଆମେ ତୁମମାନଙ୍କୁ ବହୁତ ଭଲପାଉ। ସେଥିପାଇଁ ଆମେ ଆଜି ତୁମମାନଙ୍କ ସହ ବିଜୟ ଉତ୍ସବ ପାଳୁଛୁ। ଆମେ ସମସ୍ତେ (୧.୪ବିଲିୟନ) ଜଣେ ଜଣେ ଚାମ୍ପିଅନ୍। ଭାରତ ଏବଂ ମୁମ୍ବାଇକୁ ଧନ୍ୟବାଦ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking