19.1 C
Bhubaneswar
Friday, November 22, 2024
Homeଅପରାଧଟିଭି ଦେଖି ମୁଣ୍ଡକୁ ଆସିଲା ବିଚିକ୍ଷଣ ବୁଦ୍ଧି, ତା’ ପରେ ପତ୍ନୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି...

ଟିଭି ଦେଖି ମୁଣ୍ଡକୁ ଆସିଲା ବିଚିକ୍ଷଣ ବୁଦ୍ଧି, ତା’ ପରେ ପତ୍ନୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଛାଡିଦେଇଥିଲେ ସ୍ୱାମୀ….

ହରିୟାଣା: ହରିୟାଣାର ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକ ନିକଟରୁ ଏକ ସୁଟକେସରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟିଭି ଏବଂ ସମ୍ବାଦପତ୍ର ପଢି କିପରି ନିଜ ପତ୍ନୀଙ୍କ ମୃତଦେହକୁ ଠିକଣା ସ୍ଥାନରେ ପହଞ୍ଚାଇବେ, ତାହାର ଯୋଜନା କରିଥିଲେ। ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କିପରି ମୃତଦେହକୁ ଫୋପାଡିବ, ତାହାର ବୁଦ୍ଧି ଆସିଥିଲା। ଏହି ଘଟଣାରେ ପୋଲିସି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ହତ୍ୟାକାଣ୍ଡ ବିଷୟରେ ଖୁଲାସା ହୋଇଥିଲା।

ଗତ ସୋମବାର ଦିନ ଗୁରୁଗ୍ରାମର ଜନଗହଳିପୂର୍ଣ୍ଣ ଇଫକୋ ଛକ ନିକଟରେ ଏକ ସୁଟକେସରେ ମୃତଦେହ ମିଳିଥିଲା। ଜଣେ ଅଟୋ ଚାଳକ ସୁଟକେସକୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସୁଟକେସକୁ ଖୋଲି ଦେଖିଥିଲେ। ସେଥିରେ ଯେଉଁ ମୃତଦେହଟି ଥିଲା ତାହା ଜଣେ ୩୦ ବର୍ଷୀୟ ମହିଳାଙ୍କର। ମହିଳାଙ୍କୁ ନର୍ଯାତନା ଦେବା ପରେ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଥିଲା। ମୃତଦେହରେ ଅନେକ ପୋଡାଦାଗ, ଗୁପ୍ତାଙ୍ଗରେ ପୋଡାଦାଗ, ଏକାଧିକ ଟାଟୁ ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।

ମୃତଦେହର ଗୋଟେ ହାତକୁ ଛୁରୀରେ ତାଡି ଏବଂ ପୋଡିବା ପାଇଁ ଚେଷ୍ଟା କରିଥିଲା ଅଭିଯୁକ୍ତ। ଏହି ହାତରେ ଟାଟୁ ଥିଲା ଆଉ ଟାଟୁରେ ଥିବା ପ୍ରମାଣକୁ ନଷ୍ଟ କରିବାକୁ ଚାହୁଁଥିଲା ହତ୍ୟାକାରୀ।  ତେବେ ଯେଉଁ ସ୍ଥାନରେ ସୁଟକେସ ମିଳିଥିଲା, ପୋଲିସ ସେହିସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଏହି ଫୁଟେଜରେ ଜଣେ ବ୍ୟକ୍ତି ସୁଟକେସକୁ ସଡ଼କରେ ଘୋଷାଡିବା ଦେଖିବାକୁ ମିଳିଥିଲା। ଦିନ ଦ୍ୱିପ୍ରହରରେ ନିର୍ଭୟରେ ରାସ୍ତାରେ ସୁଟକେସରେ ମୃତଦେହ ଭର୍ତ୍ତି କରି ଯାଉଥିବାର ନଜର ଆସିଥିଲା। ସିସିଟିଭି ଫୁଟେଜରୁ ପୋଲିସ ସନ୍ଦେହ କରି ଯେଉଁ ଯୁବକଙ୍କୁ ଗିରଫ କରିଥିଲା, ସେହି ଯୁବକ ଜଣକ ସୁଟକେସରେ ଥିବା ଯୁବତୀଙ୍କ ସ୍ୱାମୀ ବୋଲି ଜଣାପଡିଥିଲେ। ତା’ ପରେ ପୋଲିସକୁ ସବୁ ସତ ଓଗାଳିଥିଲା ହତ୍ୟାକାରୀ।

ହତ୍ୟାକାରୀ ଯୁବକଙ୍କ ନାମ ରାହୁଲ । ଆଉ ମୃତ ମହିଳାଙ୍କ ନାମ ପ୍ରିୟଙ୍କା। ଉଭୟ ସଂପର୍କରେ ସ୍ୱାମୀ ସ୍ତ୍ରୀ। ଦୁହେଁ ଉତ୍ତରପ୍ରଦେଶରେ ରହୁଥିଲେ ଏବଂ ଦେଢ ବର୍ଷ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ। ରାହୁଲ ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ। ମାତ୍ର ୧୨ ହଜାର ଟଙ୍କା ଦରମା ପାଉଥିବା ରାହୁଲଙ୍କୁ ପ୍ରିୟଙ୍କା ବିବାହ ପରେ ଦାମୀ ମୋବାଇଲ ଏବଂ ଟିଭି ଆଣିବାକୁ କହୁଥିଲେ। ଏହି କଥାରେ ଦୁହିଁଙ୍କର ଝଗଡା ହୋଇଥିଲା। ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ, ବିରକ୍ତି ହୋଇ ରାହୁଲ ପ୍ରିୟଙ୍କାକୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ତେବେ ଟିଭି ଏବଂ ସମ୍ବାଦପତ୍ର ପଢି ଏପରି ବୁଦ୍ଧି ପାଇଥିଲେ ରାହୁଲ। ଯେତେବେଳେ ପତ୍ନୀଙ୍କ ସହିତ ଝଗଡା ହେଲା, ସେତେବେଳେ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ରାହୁଲ। ଆଉ ରାହୁଲଙ୍କ ନାମର ଟାଟୁ ପତ୍ନୀଙ୍କ ହାତରେ ଦେଖିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଛୁରୀରେ ଟାଟୁକୁ କାଟିଥିଲେ ଏବଂ ଜଳାଇ ଦେଇଥିଲେ। ଏହାପରେ ମୃତହେଦକୁ ସୁଟକେସରେ ଭର୍ତ୍ତି କରି ଇଫକୋ ଛକ ନିକଟରେ ଏକ ବୁଦା ମୂଳରେ ଛାଡିଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking