27.1 C
Bhubaneswar
Friday, June 28, 2024
Homeଅପରାଧଅକଥନୀୟ ନିର୍ଯାତନା ପରେ ସ୍ତ୍ରୀ ସହ ଏପରି କଲା ନୃଶଂସ ସ୍ୱାମୀ

ଅକଥନୀୟ ନିର୍ଯାତନା ପରେ ସ୍ତ୍ରୀ ସହ ଏପରି କଲା ନୃଶଂସ ସ୍ୱାମୀ

ଚଣ୍ଡିଗଡ଼: ବଢ଼ିବାରେ ଲାଗିଛି ମହିଳାମାନଙ୍କ ପ୍ରତି ଘରୋଇ ହିଂସାର ବର୍ବରତା । ସ୍ତ୍ରୀକୁ ନିର୍ଯାତନା ଦେବାରେ ସୀମା ଟପିଲା ସ୍ୱାମୀ ।ସ୍ତ୍ରୀର ଯୌନାଙ୍ଗରେ ବାଡି଼ ଭର୍ତ୍ତି କରିବା ଭଳି ଅମାନୁଷିକ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ । ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ ।

ସୂଚନା ଅନୁସାରେ, ହରିୟାଣା କର୍ଣ୍ଣାଲର ଅସନ୍ଧ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ୯ ବର୍ଷ ପୂର୍ବେ ମହିଳାଙ୍କ ବିବାହ ହୋଇଥିଲା । ବର୍ତ୍ତମାନ ତାଙ୍କର ୩ଟି ପିଲା ମଧ୍ୟ ଅଛନ୍ତି । ତେବେ ବିବାହ ପରଠାରୁ ହିଁ ତାଙ୍କ ପ୍ରତି ନିର୍ଯାତନା ଆରମ୍ଭ ହୋଇଥିଲା । ଲଗାତାର ଭାବରେ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନାକୁ ସହିଚାଲିଥିଲେ ମହିଳା । କିନ୍ତୁ ଗତ ସେପ୍େଟମ୍ବର ୮ ଶୁକ୍ରବାର ଦିନ ମହିଳାଙ୍କ ପ୍ରତି ଅତ୍ୟାଚାରର ସୀମା ପାର କରିଥିଲେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ । ତେବେ ଶୁକ୍ରବାର ମହିଳାଙ୍କ ସ୍ୱାମୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲେ । ଏହାପରେ ନିଜ ବାପା ମାଆଙ୍କ ସହ ମିଶି ତାଙ୍କୁ ମାରପିଟ କରିଥିଲେ । ଏତିକିରେ ମହିଳାଙ୍କ ପ୍ରତି ନିର୍ଯାତନା କମିନଥିଲା ।

ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ ଯୌନାଙ୍ଗରେ ଏକ ବାଡ଼ିକୁ ଭର୍ତ୍ତି କରିଦେଇଥିଲା ନୃଶଂସ ସ୍ୱାମୀ । ତେବେ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେବା ସହ ଏନେଇ ତାଙ୍କ ବାପାଘର ଲୋକଙ୍କୁ ଜଣାଇଥିଲେ । ତୁରନ୍ତ ମହିଳାଙ୍କ ବାପାମାଆ ଆସି ଝିଅର ଶ୍ୱଶୁର ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଶ୍ୱଶୁର ଘର ଲୋକମାନେ ମହିଳାଙ୍କ ବାପା ମାଆଙ୍କୁ ମଧ୍ୟ ମାରପିଟ କରିଥିଲେ ।

ପରେ ମହିଳା ଜଣଙ୍କ ନିଜ ପରିବାର ଲୋକଙ୍କ ସହ ନିଜ ବାପା ଘରକୁ ଚାଲି ଆସିଥିଲେ । ସେପଟେ ମହିଳା ଜଣଙ୍କ ତାଙ୍କ ବାପା ଘରକୁ ଆସିବା ସହ ଏନେଇ ଅସନ୍ଧ ଥାନାରେ ଏକ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ କରୁଥିବା ଅସନ୍ଧ ଥାନା ଅଧିକାରୀ ଭଗବାନ କହିଛନ୍ତି ଯେ, ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ଜଣେ ଅଜଣା ମହିଳାଙ୍କ ସହ ମିଶି ତାଙ୍କୁ ଫୋନ କରିଥିଲେ । ଏହାସହ ଫୋନ କରି ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀ, ଶାଶୁ-ଶ୍ୱଶୁର ଏବଂ ଅଜଣା ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଏହାସହ ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ କହିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking