25.1 C
Bhubaneswar
Tuesday, November 26, 2024
Homeଓଡିଶାଦୁଇ ମନ୍ତ୍ରୀଙ୍କୁ ବିଦା କରାଯିବା ପଛରେ....

ଦୁଇ ମନ୍ତ୍ରୀଙ୍କୁ ବିଦା କରାଯିବା ପଛରେ….

ଭୁବନେଶ୍ୱର: ଆଜି ଅକସ୍ମାତ ଭାବେ ମନ୍ତ୍ରୀମଣ୍ଡଳରୁ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଉଭୟ ଇସ୍ତଫା ଦେଇଛନ୍ତି । ଏହି ଦୁଇଜଣଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଗ୍ରହଣ କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ରାଜଭବନ ପଠାଇ ଦେଇଥିବା ଜଣାପଡ଼ିଛି । ରାଜ୍ୟପାଳ ଏବେ ରାଜ୍ୟ ବାହାରେ ଥିବାରୁ ନୂଆ ମନ୍ତ୍ରୀ ନିଯୁକ୍ତ ଳାଗି ସମୟ ଳାଗିବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ମନ୍ତ୍ରୀମଣ୍ଡଳରେ ଏକ ଛୋଟ ଧରଣର ଅଦଳବଦଳ ହେବ ବୋଲି ଜଣାପଡ଼ିଛି ।

ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଥିଲା । ଯାହାକୁ ନେଇ ଉଭୟଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ନିମାପଡ଼ା ନିର୍ବାଚନ ମଣ୍ଡଳୀର ଗୋପ୍ ବ୍ଲକ୍ ଅନ୍ତର୍ଗତ ୧୧ ନଂ ଜୋନ୍‌ର ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ସମୀର ଦାଶ ବିବାଦୀୟ ହୋଇ ପଡ଼ିଥିଲେ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ସମୀରଙ୍କ ହାତ ଥିବା ନେଇ ବହୁ ଅଭିଯୋଗ ହୋଇଥିଲା । କିନ୍ତୁ ସମୀର ତାହାକୁ ଅସ୍ୱୀକାର କରୁଥିଲେ । ଏବେ ନିକଟରେ ଉକ୍ତ ଜିଲ୍ଲାପରିଷଦ ଜୋନ୍‌ରେ ନିର୍ବାଚନ ହୋଇଥିଲା । ସେଥିରେ ସମୀରଙ୍କ ମନୋନୀତ ବିଜେଡି ପ୍ରାର୍ଥୀଙ୍କ ପରାଜୟ ହେଲା । ବିଜେପି ସେଠାରେ ଜିତିଲା । ଏହି ଘଟଣା ପ୍ରମାଣିତ କରିଦେଲା ଜନସାଧାରଣ ମଧ୍ୟ ଏହି ହତ୍ୟା ଘଟଣାର ପ୍ରତିଶୋଧ ବିଜେଡି ପାର୍ଥୀଙ୍କୁ ହରାଇ ବିଜେପି ପାର୍ଥୀଙ୍କୁ ଜିତାଇ ନେଲେ । ଫଳରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିଲେ । ଆଗକୁ ନିର୍ବାଚନ ଥିବାରୁ ଏବେଠାରୁ ସ୍ଥିତି ସଜାଡ଼ିବା ପାଇଁ ଓ ଲୋକଙ୍କ ମତକୁ ବିଜେଡି ସପକ୍ଷରେ ରଖିବା ପାଇଁ ସମୀରଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ନିର୍ଦ୍ଦେଶ ଦେଇଥବା କୁହାଯାଉଛି ।

ସେହିପରି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆସିଥିଲା । ବିଜେଡିର ମହିଳା ନେତ୍ରୀ ସଂଯୁକ୍ତା ମହଲ ସିଧାସଳଖ ମହିଳା ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଥିଲେ । ଏପରିକି ଗଣମାଧ୍ୟମରେ ଖୋଲାଖୋଲି ଭାବେ ମନ୍ତ୍ରୀଙ୍କ ନା’ ନେଇ ନିର୍ଯ୍ୟାତନା ଦେଇଥିବା କଥା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି । ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ । ବିଜେଡିର ଜଣେ ନେତ୍ରୀ ଦଳୀୟ ମନ୍ତ୍ରୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିବା ପରେ ସରକାର ଅଡ଼ୁଆରେ ପଡ଼ିଥିଲେ । ଏ ନେଇ ବିଭିନ୍ନ ସ୍ତରରେ ସରକାର ଓ ଦଳକୁ କଡ଼ା ସମାଲେଶଚନାର ସୀକାର ହୋବକୁ ପଡ଼ିଥିଲା । ଏଥିନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ କହିଥିବା କଥା କୁହାଯାଉଛି ।

ବାଚସ୍ପତି ଇସ୍ତଫା ଦେବା ପଛରେ କୁହାଯାଉଛି ଯେ ସେ ମନ୍ତ୍ରୀ ମଣ୍ଡଳକୁ ପୁଣି ଫେରିବେ । ଶ୍ରୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲାର ହୋଇଥିବାରୁ ତାଙ୍କର ଇସ୍ତଫା ପରେ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ଅଧିକ । ସେଥିପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି । ଗଞ୍ଜାମ ଜିଲ୍ଲାରୁ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସମୀରଙ୍କ ସ୍ଥାନରେ କାହାକୁ ନିଆଯିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି ।

ରାଜ୍ୟପାଳ ବର୍ତ୍ତମାନ ରାଜ୍ୟ ବାହାରେ ଥିବାରୁ ସେ ଫେରିଲା ପରେ ନୂଆ ମନ୍ତ୍ରୀଙ୍କ ଶପଥ କାର୍ଯ୍ୟ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking