ଚଣ୍ଡିଗଡ: ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏବେ ଆଉ ୨ ଜଣ ମନ୍ତ୍ରୀ ଏବଂ କିଛି ବିଧାୟକଙ୍କ ଉପରେ ନଜର ରଖିଛନ୍ତି। ସେମାନଙ୍କ ବିରୋଧରେ ଲଗାତାର ଭଷ୍ଟ୍ରାଚାର ଅଭିଯୋଗ ହୋଇ ଆସୁଛି।
ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ତାଙ୍କ ଟିମ୍ ମାଧ୍ୟମରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି ଏଥିରୁ ଜଣାପଡୁଛି ଯେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତଙ୍କ ଟିମ୍ ଅନ୍ୟ ମନ୍ତ୍ରୀଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ସେଥିପାଇଁ ମନ୍ତ୍ରୀମାନେ ବର୍ତ୍ତମାନ ଅପରିଚିତ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ଦୂରେଇ ଯାଉଛନ୍ତି।
ଏକ ଦୁର୍ନୀତି ମାମଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଛି। ସେଥିରେ ଆମ୍ ଆଦମୀ ପାର୍ଟି ଲୋକଙ୍କ ନଜରରେ ସ୍ଥିତି ସୁଦୃଢ ହୋଇଛି। ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ବିଧାୟକଙ୍କୁ ଭେଟି କହିଛନ୍ତି ଯେ ଆପ୍ର ବଢୁଥିବା ଶକ୍ତିକୁ ଦେଖି ବିପକ୍ଷ ଦଳ ତାଙ୍କୁ ସମସ୍ୟାରେ ପକାଇ ପାରନ୍ତି। ତେଣୁ ସେମାନେ ଲୋକଙ୍କ ନିକଟକୁ ଯାଇ ସରକାରଙ୍କ କାର୍ଯ୍ୟକାରିତା ଓ ନୀତି ଉପରେ ଅବଗତ କରିବାକୁ ପରାମର୍ଶ ଦେଇଛନ୍ତି।