ଭୋପାଳ: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ରଞ୍ଝି ଅଞ୍ଚଳରେ ଜଣେ ୧୬ ବର୍ଷର ନାବାଳିକାକୁ ଦୁଇ ସମ୍ପର୍କିୟ ଭାଇ ଗଣଦୁଷ୍କର୍ମ କରିବା ପରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଦୁଷ୍ମର୍ମ ବେଳେ ଝିଅକୁ ବଞ୍ଚାଇବାକୁ ଆସିଥିବା ପୀଡିତାଙ୍କ ଜେଜେମା’ଙ୍କୁ ମଧ୍ୟ ଜଣେ ଅଭିଯୁକ୍ତ ବଳାତ୍କାର କରିଥିବା ପୋଲିସ କହିଛି । ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ମୁମ୍ବାଇରେ ତାଙ୍କ ବାପାଙ୍କ ସହିତ ରହୁଥିଲେ । ସେ ଅଗଷ୍ଟ ୧୧ ତାରିଖରେ ଜବଲପୁରରେ ଥିବା ତାଙ୍କ ମାମୁଁଙ୍କ ଘରକୁ ଆସିଥିଲେ । ଅଗଷ୍ଟ ୧୩ରେ ତାଙ୍କର ଦୁଇ ସମ୍ପର୍କିୟ ଭାଇ ତାଙ୍କୁ ଦୁଇ ତିନି ଦିନ ଧରି ବାରମ୍ବାର ଦୁଷ୍ମର୍ମ କରିବା ସହିତ ମାଡ଼ ମାରିଥିଲେ । ଜେଜେ ମା’ ରୋକିବାକୁ ଯିବା ବେଳେ ସାମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ଜେଜେ ମା’ଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲେ । ତେବେ ଅଗଷ୍ଟ ୧୯ରେ ପୀଡ଼ିତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିଲା ।
ଜବଲପୁରରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ମଙ୍ଗଳବାର ପୀଡିତାଙ୍କ ବାପା ପୋଲିସକୁ କହିଛନ୍ତି ଯେ ତାଙ୍କ ଝିଅକୁ ଦୁଇ ସମ୍ପର୍କୀୟ ଗଣଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଚାଲିଥିଲେ । ଏ ସମ୍ପର୍କରେ ସେ ତାଙ୍କ ଜେଜେ ମା’ଙ୍କୁ ଜଣାଇବା ପରେ ଏହାକୁ ବିରୋଧ କରିବାରୁ ଜଣେ ଅଭିଯୁକ୍ତ ତାଙ୍କ ଜେଜେ ମା’ଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲା ବୋଲି ଜବଲପୁର ଏଏସପି ପ୍ରଦୀପ କୁମାର କହିଛନ୍ତି । ଅଗଷ୍ଟ ୨୩ରେ ପୀଡ଼ିତାଙ୍କର ପୋଷ୍ଟମର୍ଟମ କରାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଏବଂ ତାଙ୍କ ଜେଜେ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛି ପୁଲିସ୍ । ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ଦୁଇ ସମ୍ପର୍କୀୟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଶିଶୁ ଯୌନ ଶୋଷଣ ନିରୋଧ ଆଇନ୍ ଅଧିନରେ ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି । ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଅଛି । ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା ବେଳେ ଥିବା ନର୍ସ ଓ ଡାକ୍ତରଙ୍କୁ ମଧ୍ୟ ପଚରାଉଚୁରା କରୁଛି ।