26.1 C
Bhubaneswar
Friday, September 20, 2024
Homeଅପରାଧଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ଫିଙ୍ଗିଦେଲେ

ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ଫିଙ୍ଗିଦେଲେ

ଭୋପାଳ: ମଧ୍ୟପ୍ରଦେଶ ଗ୍ୱାଲିୟର ଜିଲ୍ଲାର ଡାବ୍ରା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ସ୍କୁଲ୍‌ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ପୋଲ ଉପରୁ ଫିଙ୍ଗି ଦିଆଯାଇଛି। ତିନିଦିନ ପରେ ତାଙ୍କର ଚେତା ଫେରିବା ପରେ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା। ମେରୁଦଣ୍ଡ ଭାଙ୍ଗିବା ଏବଂ ଅନ୍ୟାନ୍ୟ ଫ୍ରାକ୍ଚର ସହ ଜୀବନ ସହିତ ସଂଗ୍ରାମ କରୁଛନ୍ତି ପୀଡ଼ିତା।

ସୋମବାର ଅପରାହ୍ଣରେ ନାବାଳିକା ଜଣକ ତାଙ୍କ କୋଚିଂ କ୍ଲାସକୁ ଯାଉଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବୟାନ ଅନୁଯାୟୀ, ସେମାନେ ତାଙ୍କୁ ଜୋରଜବରଦସ୍ତ ନିଜ ମୋଟର ସାଇକେଲରେ ବସାଇ ଗ୍ୱାଲିୟରଠାରୁ ପ୍ରାୟ ୫୦ କିଲୋମିଟର ଦୂର ସାହାରାଇ ବ୍ରିଜ ନିକଟରେ ଥିବା ଏକ ନିଛାଟିଆ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ। ତା’ପରେ ତାଙ୍କୁ ପୋଲ ଉପରୁ ଫିଙ୍ଗିଦେଇଥିଲେ। ପୁଲିସ ଏହା ଉପରେ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking