28.1 C
Bhubaneswar
Sunday, September 8, 2024
Homeଓଡିଶାଅଧିବେଶନ ଆରମ୍ଭରୁ ଆଜି ବି ଆରମ୍ଭ ହେଲା ହଙ୍ଗାମା, ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଅଧିବେଶନ ଆରମ୍ଭରୁ ଆଜି ବି ଆରମ୍ଭ ହେଲା ହଙ୍ଗାମା, ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ବି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା । ଗୃହ ଆରମ୍ଭରୁ ବିରୋଧୀ ଦଳର ହଟ୍ଟଗୋଳ । ଆଜି ବିଧାନସଭା ବଜେଟ୍ ଅଧିବେଶନର ୩ୟ ଦିନରେ ପୁଣି ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ ଦଳ । ଯାହା ପରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି । ତେବେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଆଜି ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ବିଧାୟକ । ଗୃହର ମଧ୍ୟଭାଗକୁ ଆସି ସେମାନେ ପ୍ରତିବାଦ କରିଥିଲେ । ଏଥିସହ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ନିଜ ଆସନରେ ଠିଆ ହେଇ ସେ ପ୍ରତିବାଦ କରିବା ପରେ, ବିଜେଡି ବିଧାୟକମାନେ ଶେଷରେ କକ୍ଷତ୍ୟାଗ କରିଥିଲେ । ସେହିପରି ଗୃହର ମଧ୍ୟ ଭାଗରେ ଠିଆ ହେଇ କଂଗ୍ରେସ ବିଧାୟକମାନେ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking