28.1 C
Bhubaneswar
Sunday, September 29, 2024
Homeଅପରାଧନାବାଳିକାକୁ ଗଣଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ କଲେ କିଛି ଏପରି କାରନାମା

ନାବାଳିକାକୁ ଗଣଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ କଲେ କିଛି ଏପରି କାରନାମା

ପାଟନା: ନାବାଳିକାକୁ ଗଣଦୁଷ୍କର୍ମ ପରେ କୀଟନାଶକ ପିଆଇଲେ ଦୁଷ୍କର୍ମକାରୀ । ବିହାର ବୈଶାଳୀ ଜିଲ୍ଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ୧୫ ବର୍ଷୀୟା ନାବାଳିକା ରାତିରେ ବାଥରୁମ ଯିବାକୁ ଉଠି ଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଛନ୍ତି । ଘଟଣା ଚାପି ଦେବାକୁ ପୀଡିତାଙ୍କୁ କୀଟନାଶକ ପିଆଇ ହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି । ୫ ଜଣ ଯୁବକ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ଯାଏଁ ତାଙ୍କର ହୋସ୍ ଆସିନାହିଁ ।

ଅଭିଯୋଗ ମୁତାବକ, ନାବାଳିକାଙ୍କ ବାପାମାଆ ପାଟନାରେ ରହୁଥିବା ବେଳେ ସେ ନିଜ ଜେଜେମାଆ ସହ ବୈଶାଳୀରେ ରହୁଥିଲେ । ତାଙ୍କର ବାପା ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ଗତ ରାତିରେ ନାବାଳିକା ଘର ବାହାରେ ଥିବା ବାଥରୁମକୁ ଯାଉଥିଲେ । ଏତିକି ବେଳେ କବାଟ ପାଖରେ ପୂର୍ବରୁ ୫ ଜଣ ଅଭିଯୁକ୍ତ ଲୁଚିକି ରହିଥିଲେ ।

ନାବାଳିକା ବାହାରକୁ ଯିବା ମାତ୍ରେ ସେମାନେ ତାଙ୍କୁ ଜୋର ଜବରଦସ୍ତ ପାଖରେ ଥିବା ଆମ୍ବ ବଗିଚାକୁ ଟେକି ନେଇ ଯାଇଥିଲେ । ସେଠାରେ ଜଣକ ପରେ ଜଣେ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ହତ୍ୟା କରିବାକୁ କୀଟନାଶକ ପିଆଇ ଦେଇ ଫେରାର୍ ହୋଇଯାଇଥିଲେ ।

ମାତ୍ର କୌଣସି ମତେ ପୀଡିତା ନିଜେ ଘରେ ପହଞ୍ଚି ଜେଜେମାଆଙ୍କୁ ସବୁକଥା କହିଥିଲେ ଓ କିଛି ସମୟ ପରେ ବେହୋସ୍ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଜେଜେ ମାଆ ଜଣାଇବା ପରେ ସଙ୍ଗେ ସଙ୍ଗେ ତାଙ୍କ ବାପାମାଆ ଧାଇଁ ଆସିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହାପରେ ସ୍ଥାନୀୟ ପାତେପୁର ଥାନା ଅଧିକାରୀ ଆମ୍ବୁଲାନ୍ସ ଯୋଗେ ନାବାଳିକାଙ୍କୁ ପାଖ ହସ୍ପିଟାଲକୁ ନେଇଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହାଜିପୁର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ପରେ କୀଟନାଶକ ପିଆଇ ଦିଆଯାଇଥିବାରୁ ତାଙ୍କର ଅବସ୍ଥା ଗୁରୁତର ରହିଛି । ପୋଲିସ ଜଣାଇଛି ଯେ, ଏ ଯାଏଁ ନାବାଳିକାଙ୍କ ହୋସ୍ ଆସିନି । ସେଥିପାଇଁ ବୟାନ ରେକର୍ଡ କରାଯାଇ ପାରିନାହିଁ । ହୋସ୍ ଆସିବା ପରେ କଣ ଘଟିଥିଲା ସେ କହିବେ । ତେବେ ଏହି ପାଶବିକତାରେ ୫ ଜଣ ଅଭିଯୁକ୍ତ ସାମିଲ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking