ନୂଆଦିଲ୍ଲୀ: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ଏକ୍ସ ଗାର୍ଲଫ୍ରେଣ୍ଡର ବୟଫ୍ରେଣ୍ଡକୁ ହତ୍ୟା କରିବା ପରେ ସେହି ଯୁବତୀଙ୍କୁ ୩ଦିନ ରୁମରେ ରଖି ତାଙ୍କ ସହ ଦୁଷ୍କର୍ମ କରିବା କଥା ଜଣାପଡିଛି । ଏହି ମାମଲା ରାଜସ୍ଥାନର ଉଦୟପୁରର ବୋଲି ଜଣାପଡିଛି । ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛନ୍ତି । ଏହି ଅଭିଯୁକ୍ତ ୨ ଜଣଙ୍କ ନାମ ଅଶ୍ୱୀନ ଏବଂ ବଲବୀର । ଏମାନେ ଦୁଇ ଭାଇ ଅଟନ୍ତି । ଅଶ୍ୱୀନଙ୍କ ସେହି ଗ୍ରାମର ଏକ ନାବାଳିକା ସହ ଆଫେୟାର୍ସ ଚାଲିଥିଲା ।
କିନ୍ତୁ ଦିନେ ଏହି ଦୁଇଜଣଙ୍କୁ ଗ୍ରାମବାସୀ ନାବାଳିକାଙ୍କ ଘରେ ଦେଖିଦେଇଥିଲେ । ଏହାପରେ ଅଶ୍ୱୀନଙ୍କର ସେହି ଝିଅଙ୍କ ସହ ଦେଖା ହେବା ବନ୍ଦ ହୋଇଯାଇଥିଲା । ଏହାର କିଛି ଦିନ ପରେ ସେହି ଝିଅ ଅନ୍ୟ ଜଣେ ଲୋକେଶ ନାମକ ଯୁବକଙ୍କୁ ଭଲପାଉଥିଲେ । ଏହି ସମୟରେ ଅଶ୍ୱୀନ ତା ଭାଇ ବଲବୀର ସହ ମିଶି ଲୋକେଶଙ୍କୁ ହତ୍ୟା କରିଥିଲେ । ଏହାପରେ ସେହି ଝିଅକୁ ନେଇ ଅନ୍ୟ ଏକ ସ୍ଥାନକୁ ପଳାଇଥିଲେ, ସେଠାରେ ସେମାନେ ଗୋଟିଏ ଘରେ ନାବାଳିକାକୁ ବନ୍ଦ ରଖିଥିଲେ । ଯେଉଁଠାରେ ସେହି ଝିଅକୁ ବଳତ୍କାର କରିଥିଲା ଅଶ୍ୱୀନ । ଏହାପରେ ଲୋକେଶଙ୍କର ଶବ ଡ୍ରେନରେ ମିଳିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା । ତେବେ ପୋଲିସ ଏହି ମାମଲାର ତଦନ୍ତ କରି ସେହି ଦୁଇ ଭାଇଙ୍କୁ ଗିରଫ କରିଛି ।