27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗୁଜରାଟ ପରେ ଏବେ ଆପ୍ ଫୋକସରେ କର୍ଣ୍ଣାଟକ

ଗୁଜରାଟ ପରେ ଏବେ ଆପ୍ ଫୋକସରେ କର୍ଣ୍ଣାଟକ

ନୂଆଦିଲ୍ଳୀ:ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ମେ’୧୦ ତାରିଖରେ ଗୋଟିଏ ପର‌୍ୟ୍ୟାୟରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତାରିଖ ଘୋଷଣା ସରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । କେଜ୍ରିୱାଲ କହିଛନ୍ତି କି ଚଳିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଦେଇ ପ୍ରତିଦ୍ୱନ୍ଦିତା କରିବ । କେଜ୍ରିୱାଲ କହିଛନ୍ତି ଆପ୍ ବ୍ୟତୀତ ଯେଉଁ ରାଜ୍ୟଗୁଡିକରେ ଅନ୍ୟଦଳର ସରକାର ରହିଛି ସେମାନେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପାଳନ କରନ୍ତି ନାହିଁ । ହେଲେ ଆମ୍ ଆଦମୀ ପାର୍ଟି ଯେଉଁ ରାଜ୍ୟରେ ସରକାର ଗଠନ କରିଛି ସେହି ରାଜ୍ୟରେ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ।
ସେପଟେ କର୍ଣ୍ଣାଟକର ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ତରଫରୁ ପ୍ରଥମ ପର‌୍ୟ୍ୟାୟରେ ୧୨୪ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ୩୦ ତାରିଖ ଦିନ ବାକି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯିବ ବୋଲି କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଗଣମାଧ୍ୟମକୁ କହିଛନ୍ତି । ସେପଟେ ବିଜେପି ଏପ୍ରିଲ ୧୦ ତାରିଖରୁ ପ୍ରାର୍ଥୀ ତାଲିକା ପର‌୍ୟ୍ୟାୟକ୍ରମେ ଘୋଷଣା କରିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking