ନୂଆଦିଲ୍ଲୀ : ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଖୁବଶୀଘ୍ର ସିଲଭର ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ ମାହି । ଜଣେ ସଫଳ ଅଧିନାୟକ ଭାବେ କ୍ରିକେଟ ଦୁନିଆରେ ନିଜର ଦବଦବା ଜାହିର କରିଥିବା ଧୋନି ଏବେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି ।
ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ମହାନାୟକ ଥିଲେ ଧୋନି । ଜଣେ ୱିକେଟ କିପର ଓ ଫିନିସର ଭାବେ ଚର୍ଚ୍ଚାରେ ଥିବା ଏହି ଚେହେରା ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଥିଲେ ବି ଆଇପିଏଲରେ ସେ ଏବେ ବି ଆକ୍ଟିଭ ରହିଛନ୍ତି । ଟିିମ ଇଣ୍ଡିଆ ପାଇଁ ସେ ଅନେକ ସଫଳତା ଆଣି ଦେଇଛନ୍ତି । ଧୋନୀ ଟିମ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ କି ଚାମ୍ପିୟନ୍ସ ଟ୍ରଫି ଓ ୨୦୦୭ ଟି-୨୦ ବିଶ୍ୱକପ ଟ୍ରଫି ସହ ଭାରତକୁ ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ଭେଟି ଦେଇଛନ୍ତି । କେବଳ ସେତିକି ନୁହେଁ ଧୋନୀ ଆଇପିଏଲରେ ଚେନ୍ନାଇକୁ ମଧ୍ୟ ୪ ଥର ଚାମ୍ପିୟନ ମଧ୍ୟ କରିଛନ୍ତି । କ୍ରିକେଟ ଫିଲ୍ଡରେ ହ୍ୟାଟ୍ରିକ ମାରିଥିବା ଧୋନି ସିନେମା ଦୁନିଆରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ ।