26.8 C
Bhubaneswar
Monday, April 6, 2026
Homeଦେଶ ବିଦେଶକରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍‌

କରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍‌

ବେଜିଂ: ୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଆଉ ଏକ ବିପଜ୍ଜନକ ଭାଇରସ୍ ମାଡ଼ିବାରେ ଲାଗିଛି। ହ୍ୟୁମାନ୍ ମେଟାନ୍ୟୁମୋଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ହସ୍ପିଟାଳରେ ବେଡ୍‌ରେ ଅଭାବ ଦେଖାଯାଇଛି। କେବଳ ଏତିକି ନୁହେଁ, ଶ୍ମଶାନରେ ବି ଶବଦାହ ପାଇଁ ସ୍ଥାନ ମିଳୁନି। ଏହି ଭାଇରସ୍ ଚାଇନାରେ କରୋନା ପରି ହଇଚଇ ସୃଷ୍ଟି କରୁଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ଏଚ୍‌ଏମ୍‌ପିଭି ହେତୁ ବହୁ ସଂଖ୍ୟକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଚାଇନାର ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଏଚ୍‌ଏମ୍‌ପିଭି, ସ୍ୱାଇନ ଫ୍ଲୁ ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ-୧୯ ଭଳି ଅନେକ ଭାଇରସ୍ ଏକାସାଙ୍ଗରେ ବିସ୍ତାର କରୁଛି। ଫଳରେ ଚାଇନାର ଅବସ୍ଥା ବିଗିଡିବାରେ ଲାଗିଛି ଏବଂ ଚାଇନା ସରକାର ଏହି ନୂତନ ଭାଇରସ୍ ବିଷୟରେ ସଠିକ ସୂଚନା ଦେଉନାହାଁନ୍ତି ବୋଲି ଲୋକମାନେ ଚିନ୍ତା କରୁଛନ୍ତି। ଚାଇନାର ସ୍ୱାସ୍ଥ୍ୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ହ୍ୟୁମାନ୍ ମେଟାନ୍ୟୁମୋଭାଇରସ ପାଇଁ ବର୍ତ୍ତମାନ କୌଣସି ଟିକା ଉପଲବ୍ଧ ନାହିଁ। ଏହାର ଲକ୍ଷଣ ସାଧାରଣ ଥଣ୍ଡା ପରି, କିନ୍ତୁ ଏହା ଗୁରୁତର ସଂକ୍ରମଣ ମଧ୍ୟ କରିପାରେ। ୧୪ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ମାମଲା ବଢିବାରେ ଲାଗିଛି, ଯେଉଁ କାରଣରୁ ଚାଇନାର ସ୍ୱାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking